ଆଇପିଏଲ୍ ମହାଲଢ଼େଇ; ୫୯ଟି ମ୍ୟାଚ୍ ପରେ ବି ଟପ୍ ଫୋର୍ ଚିତ୍ର ଅସ୍ପଷ୍ଟ

Published By : Prameya-News7 Bureau | May 11, 2024 IST

ମୁମ୍ବାଇ: ଆଇପିଏଲ ମହାସମରରେ ବର୍ତ୍ତମାନ ସୁଦ୍ଧା ୫୯ଟି ମ୍ୟାଚ୍ ଶେଷ ହୋଇଛି । ହେଲେ ଏଯାଏ ଗୋଟିଏ ବି ଟିମ୍ ପ୍ଲେ-ଅଫ୍ ପାଇଁ କ୍ବାଲିଫାଏ କରିନାହାନ୍ତି । ଟୁର୍ଣ୍ଣାମେଣ୍ଟର ୫୯ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ମାତ୍ ଦେଇଛି ଗୁଜରାଟ ଟାଇଟନ୍ସ । ଏହା ସହିତ ନିଜକୁ ପ୍ଲେ-ଅଫ୍ ରେସରେ ରଖିଛି ଗୁଜରାଟ ।

୫୯ ମ୍ୟାଚ୍ ଖେଳା ସରିଥିବା ବେଳେ ଏଥିରୁ ମାତ୍ର ଦୁଇଟି ଟିମ୍ ଏଲିମିନେଟ୍ ପାଇଁ ପ୍ଲେ-ଅଫ୍ ରେସରୁ ବାଦ୍ ପଡ଼ିଛନ୍ତି । ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ ସାମିଲ ରହିଛି । ଏହାଛଡ଼ା ବାକି ୮ ଟିମ୍ ଏପର୍ଯ୍ୟନ୍ତ ପ୍ଲେ-ଅଫ ରେସ୍ ରହିଛନ୍ତି । ୧୬ ପଏଣ୍ଟ ଲେଖାଏ ପାଇ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍‌ସ ବର୍ତ୍ତମାନ ସୁଦ୍ଧା କ୍ବାଲିଫାଏ କରିନାହାନ୍ତି । ଏହାଥଡ଼ା ୧୦ ପଏଣ୍ଟ ସହିତ ସାତ ଏବଂ ଆଠ ନମ୍ବରରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟ ପ୍ଲେ-ଅଫ୍ ରେସରେ ରହିଛନ୍ତି । 

ଚଳିତ ଆଇପିଏଲରେ ନମ୍ବର ୧ ଓ ନମ୍ବର ୨ ସ୍ଥାନରେ ଥିବା କୋଲକାତା ଏବଂ ରାଜସ୍ଥାନ ୧୧ଟି ଲେଖାଏ ମ୍ୟାଚ୍ ଖେଳିଛନ୍ତି ଏବଂ ୮ଟି ଲେଖାଏ ମ୍ୟାଚରେ ବିଜୟୀ ହୋଇଛନ୍ତି । ଉଭୟ ଟିମ୍ ଆହୁରି ୩ଟି ଲେଖାଏ ମ୍ୟାଚ୍ ଖେଳିବେ ଏବଂ ଗୋଟିଏ ଲେଖାଏ ମ୍ୟାଚ୍ ଜିତିଲେ ପ୍ଲେ-ଅଫ୍ ପାଇଁ କ୍ବାଲିଫାଏ କରିଯିବେ ।

ସେହପରି ସନ୍ ରାଇଜର୍ସ ହାଇଦ୍ରାବାଦ ବର୍ତ୍ତମାନ ସୁଦ୍ଧା ୧୨ଟି ମ୍ୟାଚ୍ ଖେଳି ୭ଟି ବିଜୟୀ ହୋଇଛି ଏବଂ ୧୪ ପାଏଣ୍ଟ ପାଇ   ଟେବୁଲର ତୃତୀୟ ସ୍ଥାନରେ ରହିଛି । ଦଳ ଦୁଇଟି ମ୍ୟାଚ୍ ଜିତିରେ ସହଜରେ ପ୍ଲେ-ଅଫକୁ ପ୍ରବେଶ କରିବ । ତେବେ ଅନ୍ୟ ଟିମ୍ ମାନେ ମଧ୍ୟ ପ୍ଲେ-ଅଫକୁ କ୍ବାଲିଫାଏ କରିପାରିବ । ସିଏସକେ, ଦିଲ୍ଲୀ କ୍ୟାପିଟାଲ୍ସ,  ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ପ୍ଲେ-ଅଫ୍ ରେସ୍‌ରେ ରହିଛି । 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.