ସୂର୍ଯ୍ୟଙ୍କ ଦମଦାର ଅର୍ଦ୍ଧଶତକ, ପଞ୍ଜାବକୁ ୧୯୩ ରନ ଟାର୍ଗେଟ୍ ଦେଲା ମୁମ୍ବାଇ

Published By : Prameya-News7 Bureau | April 18, 2024 IST

Aajtak

ଚଣ୍ଡିଗଡ଼: ଚଣ୍ଡିଗଡ଼ର ମଲ୍ଲାନପୁର ମଇଦାନରେ ଆଜି ଆଇପିଏଲ୍‌ର ୩୩ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୭ ଓ୍ଵିକେଟ୍   ହରାଇ ୧୯୨ ରନ କରିଛି। ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୭୮ ରନର ଦମଦାର ଇନିଂସ ଖେଳିଥିବା ବେଳେ ରୋହିତ ଶର୍ମା ୩୬ ରନ ଓ ତିଳକ ବର୍ମା ୩୪ ରନ କରିଥିଲେ। ପଞ୍ଜାବ ସାମ୍ନାରେ ୧୯୩ ରନର ଚ୍ୟାଲେଞ୍ଜିଂ ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ହର୍ଷଲ ପଟେଲ୍ କେବଳ ୩୧ ରନ ଦେଇ ୩ଟି ଓ୍ଵିକେଟ୍ ହାସଲ କରିଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଅଧିନାୟକ ସାମ କରନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। 

Also read: ଫୋକସରେ ପଶ୍ଚିମ ଓଡ଼ିଶା, ମଇଦାନକୁ ଓହ୍ଲାଇଛନ୍ତି ବଡ଼ ବଡ଼ ହେଭିଓ୍ଵେଟ୍

ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଆରମ୍ଭ ଆଶାନୁରୂପ ନ ଥିଲା। ଇଶାନ କିଶନ(୮) ଆଉଟ୍  ହୋଇଥିଲେ। ଏହା ପରେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରି ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ବିଶେଷ କରି ସୂର୍ଯ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୧ ରନ ଯୋଡ଼ିଥିଲେ। ରୋହିତ ଶର୍ମା ୩୬ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟ ଓ ତିଳକ ବର୍ମା ବିସ୍ଫୋରକ ବ୍ୟାଟିଂ କରି ୪୯ ରନ ଯୋଡ଼ିଥିଲେ। ସୁର୍ଯ୍ୟକୁମାର ଚଳିତ ଆଇପିଏଲ୍‌ରେ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିବା ସହ ୫୩ ବଲରୁ ୭ ଚୌକା ଓ ୩ ଛକା ସହ ୭୮ ରନ କରିଥିଲେ। ତିଳକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା(୧୦) ଓ ଟିମ୍ ଡେଭିଡ୍(୧୪) ପାଭିଲିୟନ ଫେରିଥିଲେ। ତିଳକ ୧୮ ବଲରୁ ୩୪ ରନର ଦ୍ରୁତ ଇନିଂସ ଖେଳିବାରୁ ମୁମ୍ବାଇ ୭ ଓ୍ଵିକେଟ୍ ୧୯୨ ରନ କରି ପାରିଥିଲା।

ବୋଲିଂରେ ହର୍ଷଲ ପଟେଲ୍ ୪ ଓଭରରେ ୩୧ ରନ ଦେଇ ୩ଟି ସଫଳତା ପାଇଥିବା ବେଳେ ସାମ କରନ ୪୧ ରନ ବ୍ୟୟ କରି ୨ଟି ଓ୍ଵିକେଟ୍ ନେଇଛନ୍ତି। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.