ଏତିକି ମାସ ଭିତରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବେ ମୟଙ୍କ ଯାଦବ, ଷ୍ଟୁଆର୍ଟ ବ୍ରଡଙ୍କ ଭବିଷ୍ୟତବାଣୀ

Published By : Prameya-News7 Bureau | April 02, 2024 IST

Wisden

ନୂଆଦିଲ୍ଲୀ: ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବ ଆଇପିଏଲ୍‌ରେ ସ୍ମରଣୀୟ ପଦାର୍ପଣ କରି ସାରିଛନ୍ତି। ସେ ଆଇପିଏଲ୍ ୨୦୨୪ର ୧୧ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ନିଜ ଗତିରେ ସମସ୍ତଙ୍କୁ ଚକିତ କରିଛନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟ ପକ୍ଷରୁ ଖେଳୁଥିବା ମୟଙ୍କ ନିଜର ଘାତକ ବୋଲିଂ ବଳରେ ତିନି ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ଘଣ୍ଟା ପ୍ରତି ୧୫୦ରୁ ଅଧିକ କିମି ଗତିରେ ବୋଲିଂ କରିଥିଲେ। ୨୧ ବର୍ଷୀୟ ମୟଙ୍କଙ୍କୁ ନେଇ ଇଂଲଣ୍ଡର ପୂର୍ବତନ ମହାନ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଏକ ଅଜବ ଭବିଷ୍ୟତବାଣୀ କରିଛନ୍ତି। ବ୍ରଡଙ୍କ କହିବା କଥା ମୟଙ୍କ ୧୮ ମାସ ଭିତରେ ଭାରତୀୟ ଦଳରେ ପଦାର୍ପଣ କରିବେ।

Also read: ହାର୍ଦ୍ଦିକଙ୍କୁ ସାନ୍ତ୍ଵନା ଦେବାକୁ ପହଞ୍ଚିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇର ପୂର୍ବତନ କ୍ରିକେଟର, Video ଭାଇରାଲ୍

ବ୍ରଡ ଷ୍ଟାର ସ୍ପୋର୍ଟ୍ସ ସହ ଆଲୋଚନା ବେଳେ କହିଛନ୍ତି, ମୁଁ ଦେଖଥିବା ଯୁବ ବୋଲରଙ୍କ ମଧ୍ୟରୁ ଏହା ଦମଦାର ପଦାର୍ପଣ ମଧ୍ୟରୁ ଗୋଟିଏ ଥିଲା। ମୟଙ୍କ ବୋଲିଂ କରିବାକୁ ଆସି ଖେଳର ଗତି ହିଁ ବଦଳାଇ ଦେଲେ। ତାଙ୍କର ରନଅପ୍ ବହୁତ ଭଲ ରହିଛି। ଆଉ ଏହା  ହିଁ ମୋତେ ବହୁତ ପ୍ରଭାବିତ କରିଛି। ସେ ଘଣ୍ଟା ପ୍ରତି ୧୫୬ କିମି ଗତିରେ ବୋଲିଂ କରି ମଧ୍ୟ ଲାଇନ ଅବିଶ୍ଵସନୀୟ ଥିଲା। ଗତି ମାମଲାରେ ସେ ଅନ୍ତର୍ଜାତୀୟମାନର ଗୁଣବତ୍ତା ଖେଳାଳିଙ୍କୁ ମାତ୍ ଦେଇ ଚାଲିଥିଲେ। ଜଣେ ଯୁବ ଦ୍ରୁତ ହିସାବରେ ତାଙ୍କ ନିକଟରେ ସବୁ ଗୁଣ ରହିଛି। କିନ୍ତୁ ପ୍ରଶଂସକ ଏହା ଭାବନ୍ତୁ ନାହିଁ ଯେ, ମୟଙ୍କ ଆଇପିଏଲ୍‌ର ପ୍ରତିଟି ମ୍ୟାଚ୍ ଖେଳିବ ଏବଂ ଏଲଏସଜି ସବୁ ମ୍ୟାଚ୍ ଜିତିବ।

ପୂର୍ବତନ ଇଂଗ୍ଲିଶ ବୋଲର କହିଛନ୍ତି, ମୋତ ମତରେ ଦଳ ଏହା ଚୟନ କରୁ ଯେ ମୟଙ୍କଙ୍କୁ କେଉଁ ମ୍ୟାଚ୍ ଖେଳାଇବା ଉଚିତ୍। ଯଦି ଆପଣ ପ୍ରତିଟି ମ୍ୟାଚ୍ ଖେଳାଇବେ ତେବେ ସେ ଥକି ପଡ଼ିବେ।  ତେଣୁ ତାଙ୍କୁ ପ୍ରତିଟି ମ୍ୟାଚ୍ ଖେଳାଇବା ଉଚିତ୍ ନୁହେଁ। ତାଙ୍କ ନିକଟରେ ସବୁ ଫର୍ମାଟ ଖେଳିବାର ଗୁଣ ରହିଛି। ଯେବେ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଯିବ ସେଠାରେ ମୟଙ୍କ ପ୍ରଭାବଶାଳୀ ସାବ୍ୟସ୍ତ ହୋଇ ପାରନ୍ତି। ବ୍ରଡ କହିଛନ୍ତି, ଗତ କିଛି ସିଜିନରେ ମୟଙ୍କ ପୂର୍ବରୁ ଆହତସମସ୍ୟା ଦେଇ ଗତି କରିଛନ୍ତି। କିନ୍ତୁ ଏଥର ପୂରା ଆଇପିଏଲ୍‌ରେ ତାଙ୍କର ମାର୍ଗଦର୍ଶନ କରିବା ପାଇଁ ମୋର୍ଣ୍ଣେ ମୋର୍କେଲଙ୍କ ପରି ଜଣେ ମେଣ୍ଟର ରହିଛନ୍ତି। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.