କୋଲକାତା: ବୋଲରଙ୍କ ପରେ ଫିଲିପ ସଲ୍ଟଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଇଡେନ ଗାର୍ଡେନରେ ଖେଳା ଯାଇଥିବା ୨୮ତମ ମ୍ୟାଚ୍ରେ କୋଲକାତା ଏକତରଫା ବିଜୟ ହାସଲ କରିଛି। ଘରୋଇ ଗ୍ରାଉଣ୍ଡରେ କୋଲକାତା ୮ ଓ୍ଵିକେଟ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିକୋଲାସ ପୂରନଙ୍କ ୪୫ ରନର ଦର୍ଶନୀୟ ଇନିଂସ ବଳରେ ୭ ଓ୍ଵିକେଟ୍ ହରାଇ ୧୬୧ ରନ କରିଥିଲା। ଜବାବରେ କୋଲକାତା ଫିଲିପ୍ ସଲ୍ଟଙ୍କ ୮୯ ରନର ବିସ୍ଫୋରକ ଇନିଂସ ବଳରେ ୧୫.୪ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଅଧିନାୟକ ଶ୍ରେୟସ ଆୟର ୩୮ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଏହି ବିଜୟ ସହ କୋଲକାତା ୫ଟି ମ୍ୟାଚ୍ରୁ ୪ ବିଜୟ ୮ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି। ଲକ୍ଷ୍ନୌ ଷଷ୍ଠ ମ୍ୟାଚ୍ରୁ ତୃତୀୟ ପରାଜୟ ଭୋଗିଛି।
ଡେବ୍ୟୁ ମ୍ୟାଚ୍ରେ ଧମାକେଦାର୍ ପାଳି, କିଏ ଏହି ୨୨ ବର୍ଷିୟ ଫ୍ରେଜର୍ ମ୍ୟାକ୍ଗର୍ଗ ?
୧୬୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତାଙ୍କୁ ୨୨ ରନ ସ୍କୋରରେ ସୁନିଲ ନାରିନ(୬) ଆଉଟ୍ ହୋଇଥିଲେ। ଅଙ୍ଗକ୍ରିଷ୍ଟ ରଘୁବଂଶୀ(୭) ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଫିଲିପ ସଲ୍ଟ ଦମଦାର ବ୍ୟାଟିଂ କରି ଶ୍ରେୟସ ଆୟରଙ୍କ ସହ ଦଳକୁ ବିଜୟ ଆଡକୁ ଅଗ୍ରସର କରାଇଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ ପାଇଁ ୧୨୦ ରନ ଯୋଡ଼ି ଦଳକୁ ବିଜୟୀ କରାଇଥିଲେ। ବିଶେଷ କରି ଫିଲିପ ସଲ୍ଟ ଅର୍ଦ୍ଧଶତକ ହାସଲ କରିବା ସହ ୪୭ ବଲରୁ ୧୪ ଚୌକା ଓ ୩ ଛକା ସହ ୮୯ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ଶ୍ରେୟସ ଆୟର ୩୮ ରନ କରିଥିଲେ।