ଫିଲିପ ସଲ୍ଟ ଓ ଶ୍ରେୟସଙ୍କ ଦମଦାର ଇନିଂସ, ଆରସିବିକୁ ବିଶାଳ ବିଜୟ ଲକ୍ଷ୍ୟ ଦେଲା କୋଲକାତା

Published By : Prameya-News7 Bureau | April 21, 2024 IST

espncricinfo

କୋଲକାତା: ଘରୋଇ ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ବ୍ୟାଟରଙ୍କ ଦମଦାର ବ୍ୟାଟିଂ। ରବିବାର ଖେଳା ଯାଉଥିବା ଆଇପିଏଲ୍‌ର ୩୬ତମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଲକାତା ୬ ଓ୍ଵିକେଟ୍ ହରାଇ ୨୨୨ ରନର ବିଶାଳ ସ୍କୋର କରିଛି। ଫିଲିପ ସଲ୍ଟ ୧୪ ବଲ୍‌ରୁ ୪୮ ରନର ବିସ୍ଫୋରକ ଇନିଂସ ଖେଳିିଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ୫୦ରନ କରିଛନ୍ତି।  ଆନ୍ଦ୍ରେ ରସେଲ ୨୭ ଓ ରମଣଦୀପ ସିଂ ୯ ବଲରୁ ୨୪ ରନ କରି ଅପରାଜିତ ଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସମ୍ମୁଖରେ ୨୨୩ ରନର ସ୍କୋର ରହିଛି। ଏହି ମ୍ୟାଚ୍ ଆରସିବି ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି।  ଆଜିର ମ୍ୟାଚ୍ ହାରିଲେ ଦଳ ପ୍ଲେ ଅଫରୁ ବାଦ୍ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିବ। 

Also read: ୨ ଗୋଡରେ ଥିଲା ଫ୍ୟାକ୍‌ଚର୍‌, ଡକ୍ଟର ଦେଇସାରିଥିଲେ ଜବାବ୍‌; କିନ୍ତୁ ଏବେ ରନ୍‌ ବର୍ଷା କରୁଛନ୍ତି ୨୮ ବର୍ଷିୟ ବ୍ୟାଟର

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଜବରଦସ୍ତ ଆରମ୍ଭ କରିଥିଲା। ଫିଲିପ ସଲ୍ଟ ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୪ ବଲରୁ ୭ ଚୌକା ଓ ୩ ଛକା ସହ ୪୮ ରନ କରିଥିଲେ। ସୁନିଲ ନାରିନ(୧୦) ଓ ଅଙ୍ଗକ୍ରିଷ ରଘୁବଂଶୀ(୩) ନିରାଶ କରିଥିଲେ। ଭେଙ୍କଟେଶ ଆୟର(୧୬) ମଧ୍ୟ କିଛି ଖାସ୍ କରି ପାରି ନ ଥିଲେ। ଅଧିନାୟକ ଶ୍ରେୟସ ଆୟର ମଧ୍ୟକ୍ରମରେ ଗୋଟିଏ ପଟେ ଇନିଂସ ସମ୍ଭାଳିଥିଲେ। ରିଙ୍କୁ ସିଂ ୨୪ ରନ କରିଥିବା ବେଳେ ଶ୍ରେୟସ ଆୟର  ୩୬ ବଲ୍‌ରୁ ୭ ଚୌକା ଓ ୧ ଛକା ସହ ୫୦ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଶେଷ ଆଡକୁ ରସେଲ ୨୦ ବଲରୁ ୨୭ ରନ ଏବଂ ରମନଦୀପ ସିଂ ମାତ୍ର ୯  ବଲ୍‌ରୁ ୨୪ ରନ କରିବାରୁ କୋଲକାତା ୬ ଓ୍ଵିକେଟ୍ ହରାଇ ୨୨୨ ରନର ବିଶାଳ ସ୍କୋର କରି ପାରିଥିଲା। 

ବୋଲିଂରେ ଆରସିବି ପକ୍ଷରୁ କ୍ୟାମେରୁନ ୩୫ ରନ ଦେଇ ୨ଟି ଓ ୟଶ ଦୟାଲ ମହଙ୍ଗା ସାବ୍ୟସ୍ତ ହୋଇ ୫୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ମହମ୍ମଦ ସିରାଜ ଓ ଲୋକି ଫର୍ଗ୍ୟୁସନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।  

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.