ଦିଲ୍ଲୀ ବୋଲରଙ୍କ ଘାତକ ବୋଲିଂ, ୧୦୦ ରନ ବି କରି ପାରିଲା ନାହିଁ ଗୁଜରାଟ

Published By : Prameya-News7 Bureau | April 17, 2024 IST

espncricinfo

ଅହମ୍ମଦାବାଦ: ଦିଲ୍ଲୀ କ୍ୟାପିଟାଲ୍ସ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ଗୁଜରାଟ ଟାଇଟନ୍ସ। ଘରୋଇ ଗ୍ରାଉଣ୍ଡରେ ଗୁଜରାଟ ୧୭.୩ ଓଭରରେ ମାତ୍ର ୮୯ ରନରେ ଅଲଆଉଟ୍ ହୋଇଛି। ରଶିଦ ଖାନ ସର୍ବାଧିକ ୩୧ ରନ କରିଛନ୍ତି। ତିନି ଜଣ ବ୍ୟାଟରଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରି ନାହାନ୍ତି।  ଦିଲ୍ଲୀ ସମ୍ମୁଖରେ ୯୦ ରନର ସହଜ ବିଜୟ ଲକ୍ଷ୍ୟ ରହିଛି। ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୧୪ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ଓ ଟ୍ରିଷ୍ଟନ ଟବ୍ସ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଦିଲ୍ଲୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚଳିତ ସଂସ୍କରଣରେ ଏହା ଯେ କୌଣସି ଦଳ ଦ୍ଵାରା ସର୍ବନିମ୍ନ ସ୍କୋର।

Also read: T20 WC ପାଇଁ ରୋହିତ, ରାହୁଲ ଓ ଅଗରକରଙ୍କ ମଧ୍ୟରେ ବୈଠକ, ଜାଣନ୍ତୁ କେଉଁ ଖେଳାଳି ଅଛନ୍ତି ପ୍ରବଳ ଦାବିଦାର

ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦିଲ୍ଲୀ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ପାରି ନ ଥିଲେ ଜିଟି ବ୍ୟାଟର। ଟପ୍ ଅର୍ଡରର କୌଣସି ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ରଶିଦ ଖାନଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର ନିରାଶ କରିଥିଲେ। ରଶିଦ ୨୪ ବଲରୁ ୩୧ ରନ କରିଥିଲେ। ସାଇ ସୁଦର୍ଶନ(୧୨) ଓ ରାହୁଲ ତେଓ୍ଵତିଆ(୧୦)ଙ୍କ ବ୍ୟତୀତ ଅନ୍ୟ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଶେଷରେ ଗୁଜରାଟ ୧୭.୩ ଓଭରରେ ୮୯ ରନରେ ଅଲଆଉଟ୍ ହୋଇଛି। ଅଧିନାୟକ ଶୁଭମାନ ଗିଲ୍ ୮ ରନ, ଋଦ୍ଧିମାନ ଶାହ ୨ ରନ ଓ ଡେଭିଡ୍ ମିଲର ୨ ରନ କରି ଦଳକୁ ନିରାଶ କରିଛନ୍ତି। 

ବୋଲିଂରେ ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨.୩ ଓଭରରେ ୧୪ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି। ଇଶାନ୍ତ ଶର୍ମା ୨ ଓଭରରେ ୮ ରନ ଏବଂ ଟ୍ରିଷ୍ଟନ ଟବ୍ସ ଗୋଟିଏ ଓଭରରେ ୧୧ ରନ ଦେଇ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଖଲିଲ ଅହମ୍ମଦ ୪ ଓଭରରେ ୧୮ ରନ ଏବଂ ଅକ୍ଷର ପଟେଲ୍ ୧୭ ରନ ବ୍ୟୟ କରି ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.