ହାର୍ଦ୍ଦିକଙ୍କୁ ସାନ୍ତ୍ଵନା ଦେବାକୁ ପହଞ୍ଚିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇର ପୂର୍ବତନ କ୍ରିକେଟର, Video ଭାଇରାଲ୍

Published By : Prameya-News7 Bureau | April 02, 2024 IST

livehindustan

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଅବସ୍ଥା ଏମିତି ହେବ କେହି ଚିନ୍ତା ବି କରି ନ ଥିଲେ। ଆଇପିଏଲ୍ ୨୦୨୪ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟନ୍ସ ସହ ଟ୍ରେଡ୍ ଡିଲ୍ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରିଥିଲା। ଏପରିକି ଆଇପିଏଲ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ ରୋହିତ ଶର୍ମାଙ୍କୁ ହଟାଯାଇ ହାର୍ଦ୍ଦିକଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ତେବେ ପାଣ୍ଡ୍ୟାଙ୍କ ନେତୃତ୍ଵରେ ନିଜର ପ୍ରଥମ ତିନି ମ୍ୟାଚ୍‌ ହାରି ସାରିଛି ମୁମ୍ବାଇ। 

ଅହମ୍ମଦାବାଦ ଓ ହାଇଦ୍ରାବାଦ ପରେ ଗତକାଲି ଘରୋଇ ମୁମ୍ବାଇ ପଡ଼ିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦର୍ଶକ ଖୁବ୍ ଚିଡ଼ାଇଛନ୍ତି। ହାର୍ଦ୍ଦିକ ମ୍ୟାଚ୍‌ରେ ଗୋଟିଏ କ୍ୟାଚ୍ ହାତଛଡ଼ା କରିଥିଲେ। ଏହା ପରେ ତାଙ୍କ ଚେହେରାରେ ନିରାଶ ଭାବ ସ୍ପଷ୍ଟ ଦେଖା ଯାଉଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଯେଉଁଭଳି ହୁଟିଂ କରାଯାଉଛି ତାହା ଆଶ୍ଚର୍ଯ୍ୟଜନକ ରହିଛି। ମୁମ୍ବାଇ ବନାମ ରାଜସ୍ଥାନ ମ୍ୟାଚ୍ ପରେ ହାର୍ଦ୍ଦିକ ଡଗଆଉଟ୍‌ରେ ନିରାଶ ହୋଇ ବସିଥିଲେ। ଏହି ସମୟରେ ତାଙ୍କୁ ଭେଟିବାକୁ ପହଞ୍ଚିଥିଲେ ଅମ୍ବିତ ରାୟୁଡୁ।




ରାୟୁଡୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଉଭୟ ଫ୍ରାଞ୍ଚାଇଜ ପକ୍ଷରୁ ଖେଳି ସାରିଛନ୍ତି। ସେ କିଛି ସମୟ ହାର୍ଦ୍ଦିକଙ୍କ ସହ କଥା ହୋଇ ଆଲିଙ୍ଗନ କରିଥିଲେ।  ଏହି ଭିଡିଓ ଦେଖି ଲାଗୁଛି ଅମ୍ବତି ରାୟୁଡୁ ହାର୍ଦ୍ଦିକଙ୍କୁ ସାନ୍ତ୍ଵନା ଦେଉଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ଏକମାତ୍ର ଦଳ ଯିଏ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍ ଜିତି ପାରି ନାହିଁ।

ଅମ୍ଵତି ରାୟୁଡୁ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାକ୍ଷାତର ଭିଡିଓକୁ ମୁମ୍ବାଇ ଇଣ୍ଡିଆନ୍ସ ନିଜର ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରେ ସେୟାର କରିଛି। ଏହି ଭିଡିଓକୁ ସେୟାର କରି ଲେଖା ହୋଇଛି, ଆମେ କାହିଁକି ଖସିଥାଉ ? ଯେଉଁଥିରେ ଆମେ ଶିଖି ଥାଉ ଯେ କେମିତି ନିଜକୁ ପୁଣି ଥରେ ଛିଡ଼ା କରିବାକୁ ପଡ଼େ। ଏବେ ଦେଖିବାକୁ ବାକି ରହିଲା ମୁମ୍ବାଇ ଆଇପିଏଲ୍‌ ୨୦୨୪ରେ କେମିତି ପ୍ରତ୍ୟାବର୍ତ୍ତନ କରୁଛି, ଯେଉଁଥି ପାଇଁ ଦଳ ପରିଚିତ। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.