ବିଜେପିର ସଂକଳ୍ପ ପତ୍ରକୁ ବିଜେଡି ଓ କଂଗ୍ରେସର ଟାର୍ଗେଟ୍, ଜାଣନ୍ତୁ କଣ କହିଲେ ଦୁଇ ପାର୍ଟି

Published By : Prameya-News7 Bureau | April 14, 2024 IST

ଭୁବନେଶ୍ଵର: ସାଧାରଣ ନିର୍ବାଚନ ପାଇଁ ବିଜେପି ଆଜି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ଏହାର ନାଁ ଦେଇଛି ସଂକଳ୍ପ ପତ୍ର। ବିଜେପିର ସଂକଳ୍ପପତ୍ରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଓ କଂଗ୍ରେସ। ବିଜେଡି କହିଛି ଓଡ଼ିଶାରେ ମୋଦୀ ଗ୍ୟାରେଣ୍ଟିର ପ୍ରଭାବ ପଡ଼ିବ ନାହିଁ  ।  ଓଡ଼ିଶାରେ କେବଳ ନବୀନ ଗ୍ୟାରେଣ୍ଟି । ନବୀନ ଗ୍ୟାରେଂଟିରେ ବିଜେଡି ଗତ ନିର୍ବାଚନ ଅପେକ୍ଷା ଅଧିକ ସିଟରେ ଜିତିବ । ବିଜେଡିର ନିର୍ବାଚନ ଇସ୍ତାହାର ପ୍ରସ୍ତୁତ ଚାଲିଛି । ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯିବ । 

Also read: ବିଜେଡ଼ି କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ପୁତ୍ର ମନ୍ମଥଙ୍କ ସପକ୍ଷରେ ଭୋଟ୍ ଦେବାକୁ କଲେ ଅପିଲ୍

ସେପଟେ କଂଗ୍ରେସ ମୋଦୀଙ୍କ ଗ୍ୟାରେଣ୍ଟିକୁ  କମିଶନି ଗ୍ୟାରେଣ୍ଟି କହି ସମୋଲୋଚନା କରିଛି ।  ଲୋକେ ଏହାକୁ ଗ୍ରହଣ କରିବେ ନାହିଁ । ସେପଟେ ରାଜ୍ୟ ବିଜେପି କହିଛି ଓଡ଼ିଆ ନବ ବର୍ଷ ଭଳି ପବିତ୍ର ଦିନରେ ବିଜେପି ସଂକଳ୍ପ ପତ୍ର ଉନ୍ମୋଚନ କରିଛି । ସଂକଳ୍ପ ପତ୍ର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସଂକଳ୍ପ ପତ୍ର କମିଟି ଅଧକ୍ଷ ରାଜନାଥ ସିଂ ଏବଂ ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା, ଅମିତ ଶାହଙ୍କୁ ଧନ୍ୟବାଦ ଦେଇଛି ରାଜ୍ୟ ବିଜେପି । ବିଗତ ଦିନର ସବୁ ସଂକଳ୍ପକୁ ମୋଦୀ ପାଳନ କରିଛନ୍ତି ।  ଅଯୋଧ୍ୟାରେ ରାମ ମନ୍ଦିର, 370 ଧାରା ଉଚ୍ଛେଦ, ତିନ ତଲାକ ବ୍ୟାନ, ଗରିବଙ୍କ ବିକାଶ ଭଳି ଅନେକ ପ୍ରତିଶ୍ରୁତି ପୂରଣ କରିଛନ୍ତି ଏବଂ ଦେଶବାସୀଙ୍କ ଆସ୍ଥା ଭାଜନ ହୋଇଛନ୍ତି ମୋଦୀ। 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.