ଦାମ୍ ୭ କୋଟିରୁ ଅଧିକ; ପ୍ଲେଇଙ୍ଗ୍ ଇଲେଭେନ୍‌ରେ ମିଳୁନି ସ୍ଥାନ, କେହି ବେଞ୍ଚରେ ତ, କିଏ ମାତ୍ର ଖେଳିଛି ଗୋଟିଏ ମ୍ୟାଚ୍‌

Published By : Prameya-News7 Bureau | April 21, 2024 IST

ନୂଆଦିଲ୍ଲୀ ୨୧।୦୪: ଖୁବ୍‌ ରୋମାଞ୍ଚକର ହେଉଛି ଆଇପିଏଲ୍‌ ୨୦୨୪ । ଆଇପିଏଲରେ ୨୦ କୋଟିରୁ ଅଧିକ ଟଙ୍କାରେ ପ୍ଲେୟରଙ୍କୁ କିଣିଛି ଫ୍ରାଞ୍ଚାଇଜ୍ । କିନ୍ତୁ ଜାଣନ୍ତି କି ଏପରି କିଛି ପ୍ଲେୟର ଅଛନ୍ତି ଯିଏକି ୭କୋଟିରୁ ଅଧିକ ଟଙ୍କାରେ କିଣା ହୋଇଛନ୍ତି । କିନ୍ତୁ ଏମାନଙ୍କୁ ପ୍ଲେଇଙ୍ଗ୍‌ ଇଲେଭେନ୍‌ରେ ମିଳୁନି ସ୍ଥାନ । ଏହାବ୍ୟତୀତ ଏପରି ଅନେକ ଖେଳାଳୀ ରହିଛନ୍ତି ଯାହାଙ୍କୁ ମାତ୍ର ଗୋଟିଏ ମ୍ୟାଚ୍‌ରେ ସୁଯୋଗ ଦେଇ ପ୍ଲେଇଙ୍ଗ୍ ଇଲେଭେନ୍‌ରୁ ବାହାର କରାଯାଇଛି । 

ତେବେ ପଡିଆକୁ ଓହ୍ଲାଇନଥିବା ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ରିଲେ ରାସୋ । ପ୍ରୀତିଜିଣ୍ଟାଙ୍କ ପଞ୍ଜାବ କିଙ୍ଗ୍‌ସ ତାଙ୍କୁ ୮ କୋଟିରେ କିଣିଥିଲା । କିନ୍ତୁ ରିଲେଙ୍କୁ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିବାର ମିଳିନି ସୁଯୋଗ ।  ୩୪ ବର୍ଷିୟ ରିଲେ ଦକ୍ଷିଣ ଆଫ୍ରିକୀୟ ଅଲ୍‌ରାଉଣ୍ଡର ।

ଶାହାରୁଖ ଖାନ୍‌ । ୭ କୋଟି ୪୦ ଲକ୍ଷରେ ତାଙ୍କୁ କିଣିଥିଲା ଗୁଜୁରାଟ ଟାଇଟନ୍ସ ।  ଶାହରୁଖ ନିଜ ଟିମ୍‌ର ୫ମ ମହଙ୍ଗା ଖେଳାଳୀ । କିନ୍ତୁ ଏତେ ମୂଲ୍ୟ ଦେବା ସତ୍ତ୍ୱେ ଗୁଜରାଟ ଟାଇଟାନ୍ସ ତାଙ୍କୁ କେବଳ ଗୋଟିଏ ମ୍ୟାଚରେ ଖେଳିବା ପାଇଁ ପଡିଆକୁ ଓହ୍ଲାଇଛି । ଯେଉଁଥିରେ ସେ ମାତ୍ର ୧୪ ରନ୍ କରିଥିଲେ। 

ଦିଲ୍ଲୀ କ୍ୟାପିଟାଲ୍‌ ସହ ଜଡିତ କୁମାର କୁଶାଗ୍ରା । ତାଙ୍କୁ ୭ କୋଟି ୨୦ ଲକ୍ଷରେ କିଣିଥିଲା ଦିଲ୍ଲୀ । କୁଶାଗ୍ରା ଦିଲ୍ଲୀ କ୍ୟାପିଟାଲ୍ସର ଚତୁର୍ଥ ମହଙ୍ଗା ଖେଳାଳି । ଏତେ ମୋଟା ଅଙ୍କରେ ଟିମ୍‌ ତାଙ୍କୁ  କିଣିଥିଲେ ମଧ୍ୟ କୁଶାଗ୍ରାଙ୍କୁ ପ୍ଲେଇଙ୍ଗ୍‌ ଇଲେଭେନ୍‌ରେ ମିଳିନି ସୁଯୋଗ । ସେ କେବଳ ମୁମ୍ବାଇ ବିପକ୍ଷ ଗୋଟିଏ ମ୍ୟାଚ୍‌ରେ ସୁଯୋଗ ପାଇଥିଲେ । ଯେଉଁଥିରେ ସେ ଖାତା ଖୋଲି ପାରିନଥିଲେ ।

ଏହି ଲିଷ୍ଟରେ ଅଛନ୍ତି ଇଂଲଣ୍ଡର ମୋଏନ୍ ଅଲି । ସେ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍‌ରେ ଅଛନ୍ତି । ମୋଏନ୍‌ ଅଲି ୨୦୨୪ ଆଇପିଏଲ୍‌ରେ ଏବେ ସୁଦ୍ଧା କେବଳ ଗୋଟିଏ ମ୍ୟାଚ୍ରେ ଖେଳିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପଡିଆକୁ ଓହ୍ଲାଇଥିଲେ ମୋଏନ୍‌ ଏବଂ ୨  ୱିକେଟ୍ ନେଇଥିଲେ ।  ଚେନ୍ନାଇ ସୁପର କିଙ୍ଗ୍ସ ମୋଏନ୍ ଅଲିଙ୍କୁ ୮ କୋଟିରେ କିଣିଥିଲେ ବି ଏବେ ସୁଦ୍ଧା ଦେଇନି ଦ୍ବିତୀୟ ସୁଯୋଗ ।

ୱେଷ୍ଟଇଣ୍ଡିଜ୍ ପ୍ଲେୟର ରୋଭମାନ ପାୱେଲ । ରାଜସ୍ଥାନ ରୟାଲ୍ସ ରୋଭମାନଙ୍କୁ ୭ କୋଟି ୪୦ ଲକ୍ଷରେ କିଣିଥିଲା । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ରାଜସ୍ଥାନ ରୟାଲ୍ସ ଟୁର୍ଣ୍ଣାମେଣ୍ଟର ଷଷ୍ଠ ମ୍ୟାଚ୍‌ରେ ପାଓ୍ବେଲ୍‌ଙ୍କୁ ପଞ୍ଜାବ ବିପକ୍ଷରେ ପଡିଆକୁ ଓହ୍ଲାଇବାକୁ ଦେଇଥିଲା ସୁଯୋଗ । ଯେଉଁଥିରେ ସେ ୧୧ ରନ୍ କରିଥିଲେ । 

ଅନ୍ୟପଟେ ଆଇପିଏଲ୍ ୨୦୨୪ରେ ୧୦କୋଟିରୁ ଅଧିକରେ କିଣାଯାଇଥିବା ୪-୫ ପ୍ଲେୟରଙ୍କର ଅବସ୍ଥା ମଧ୍ୟ ଖରାପ । ଏମାନେ ହେଉଛନ୍ତି କ୍ୟାମରନ୍‌ ଗ୍ରୀନ୍, ଅଲ୍‌ଜାରୀ ଜୋସେଫ୍‌, ଡେରିଲ୍‌ ମିଚେଲ୍‌, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ୍‌ । ଏପର୍ଯ୍ୟନ୍ତ ଆଇପିଏଲ୍‌ରେ ବଡ ରନ୍‌ କରିବାରେ ହୋଇଛନ୍ତି ଫେଲ୍‌ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.