ବେଙ୍ଗାଲୁରୁ: ବିରାଟଙ୍କ ବ୍ୟାକ୍ ଟୁ ବ୍ୟାକ୍ ସେଞ୍ଚୁରୀ । ଚଳିତ ଆଇପିଏଲରେ ବିରାଟ କୋହଲି ଦ୍ବିତୀୟ ଶତକ ମାରିଛନ୍ତି । ଗୁଜରାଟ ଟାଇଟନ୍ସ ବିରୋଧରେ ବିସ୍ଫୋରକ ଇନିଂସ ଖେଳିଛନ୍ତି । ମାତ୍ର ୬୧ଟି ବଲରୁ ୧୦୧ ରନ୍ ପାଳି ଖେଳିଛନ୍ତି । ଏଥିରେ ୧୨ଟି ଚୌକା ରହିଥିବା ବେଳେ ଗୋଟିଏ ଛକା ରହିଛି । ପୂର୍ବ ମ୍ୟାଚରେ ହାଇଦ୍ରବାଦ ବିରୋଧରେ ଶତକୀୟ ଇନିଂସ ଖେଳିଥିଲେ । ଆଇପିଏଲରେ କ୍ୟାରିୟରେ ଏହାକୁ ମିଶାଇ ତାଙ୍କର ସପ୍ତମ ଶତକ ହୋଇଛି ।
ଆଇପିଏଲରେ ଖ୍ରୀସ୍ ଗେଲଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ବିରାଟ କୋହିଲ । ଗେଲ୍ ୬ଟି ଶତକ ମାରିଥିବା ବେଳେ ବିରାଟ ୭ଟି ଶତକ ମାରିଛନ୍ତି । କୋହଲି ଲଗାତାର ଶତକ ମାରିବାରେ ତୃତୀୟ ପ୍ଲେୟାର ଭାବେ ସୌଭାଗ୍ୟ ଅର୍ଜନ କରିଛନ୍ତି । ବିରାଟଙ୍କ ପୂର୍ବରୁ ଶିଖର ଧବନ ଏବଂ ଜୋସ୍ ବଟଲଙ୍କ ନାଁରେ ଏଭଳି ରେକର୍ଡ ରହିଛି ।
ଦ୍ବିତୀୟ ଶତକ ସହିତ ବିରାଟ କୋହଲି ଗୋଟିଏ ସିଜିନରେ ଏପର୍ଯ୍ୟନ୍ତ ୬୦୦ ରନ୍ ସଂଗ୍ରହ କରିଛନ୍ତି । ଆଇପିଏଲ ଇତିହାସରେ ତୃତୀୟ ଥର ପାଇଁ ୬୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଏହା ପୂର୍ବରୁ ୨୦୧୩ ଏବଂ ୨୦୧୬ରେ ଏଭଳି ରେକର୍ଡ କରିଥିଲେ ବିରାଟ । ଏଭଳି ରେକର୍ଡ କରିବାରେ କେ.ଲ ରାହୁଲ ସବୁଠାରୁ ଆଗରେ ରହିଛନ୍ତି । ସେ ୪ଥର ୬୦୦ରୁ ଅଧିକ ରନ ସଂଗ୍ରହ କରି ରେକର୍ଡ କରିଛନ୍ତି ।
ଗୁଜରାଟ ଟାଇଟନ୍ସ ବିରୋଧରେ ଆରସିବି ପ୍ଲେ-ଅଫରେ ସ୍ଥାନ ପାଇଁ ଲଢେଇ ଜାରି ରିଖିଛି । ଦଳ ବିରାଟ କୋହଲିଙ୍କ ଶତକ ବଳରେ ଟାଇଟନ୍ସକୁ ୧୯୭ ରନର ଲକ୍ଷ୍ୟ ଦେଇଛି । ଏହି ମ୍ୟାଚ ଜିତିଲେ ଆରସିବି ୧୬ ପଏଣ୍ଟ ସହିତ ପ୍ଲେ-ଅଫରେ ପ୍ରବେଶ କରିବ ।