LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

IPL 2023: ପୃଥ୍ଵୀ ଶଙ୍କ ବ୍ୟାଟ୍‌ରୁ ଏଥର ହେବ ରନ ବର୍ଷା, DC କୋଚ୍‌ ରିକି ପଣ୍ଟିଂଙ୍କ ଭବିଷ୍ୟବାଣୀ

25/03/2023 at 5:13 PM

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଏପ୍ରିଲ୍ ୧ରୁ ଆଇପିଏଲ୍ ୨୦୨୩ରେ ନିଜର ଅଭିଯାନ ଆରମ୍ଭ କରିବ। ଓପନିଂ ବ୍ୟାଟର ପୃଥ୍ଵୀ ଶ ଡିସିର ସେହି ଖେଳାଳିଙ୍କ ମଧ୍ୟରେ ସାମିଲ୍, ଯିଏ ଗତ କିଛି ବର୍ଷ ହେବ ଦଳ ଲାଗି ନିୟମିତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଶ ଡିସି ସହିତ ଆଇପିଏଲ୍‌ରେ ପାଞ୍ଚଟି ସଂସ୍କରଣ ଖେଳି ସାରିଛନ୍ତି। ଏ ପର୍ଯ୍ୟନ୍ତ ଆଇପିଏଲ୍‌ରେ ୨୧ତମ ସଂସ୍କରଣରେ ପୃଥ୍ଵୀ ଶ ସର୍ବାଧିକ ରନ କରିଥିଲେ। ସେ ୧୫ଟି ମ୍ୟାଚ୍‌ରେ ୩୧.୯୩ ହାରରେ ୪୭୯ ରନ କରିଥିଲେ। ଏହିକ୍ରମରେ ଦିଲ୍ଲୀର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଭବିଷ୍ୟତବାଣୀ କରିଛନ୍ତି ଯେ, ୨୦୨୩ ସିଜିନରେ ଶଙ୍କ ବ୍ୟାଟରୁ ଖୁବ୍ ରନ ବର୍ଷିବ।

ପଣ୍ଟିଂ ସାମ୍ବାଦିକ ସମ୍ମିଳନୀରେ ଶଙ୍କ ବିଷୟରେ କହିଛନ୍ତି , ଶ ସିଜିନ ପୂର୍ବରୁ କଠିନ ପ୍ରଶିକ୍ଷଣ ନେଇଛନ୍ତି। ମୋତେ ବିଶ୍ଵାସ ଯେ ସେ ପୂର୍ବ ସଂସ୍କରଣ ତୁଳନାରେ ଶ ଚଳିତ ଆଇପିଏଲ୍‌ରେ ଉନ୍ନତ ପ୍ରଦର୍ଶନ କରିବେ। ମୁଁ ତାଙ୍କ ସହ ବିସ୍ତୃତ ଆଲୋଚନା କରିଛି। ତେଣୁ ଆଇପିଏଲ ୨୦୨୩ ତାଙ୍କ ପାଇଁ  ସବୁଠୁ ବଡ ସିଜିନ୍ ହେବାକୁ ଯାଉଛି। ଚଳିତ ବର୍ଷ ତାଙ୍କ ଆଖିରେ ଭିନ୍ନ ଚମକ ଦେଖିବାକୁ ମିଳିଛି। ସେ ପୂର୍ବାପେକ୍ଷା ପ୍ରଦର୍ଶନ ପାଇଁ ଭୋକିଲା ଥିବା ଜଣା ପଡୁଛନ୍ତି।

ପଣ୍ଟିଂ କହିଛନ୍ତି, ପୃଥ୍ଵୀ ଶ  ଆମ ପାଇଁ କିଛି ସଫଳତା ହାସଲ କରିଛନ୍ତି। ମାତ୍ର ତାଙ୍କ ନିକଟରେ ଯେଉଁ ପ୍ରତିଭା ଏବଂ କ୍ଷମତା ରହିଛି ସେ ହିସାବରେ ଚଳିତ ସିଜିନରେ ପୃଥ୍ଵୀଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ପଣ୍ଟିଂ ଦିଲ୍ଲୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଯୁବ ଖେଳାଳିଙ୍କ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ପଣ୍ଟିଂଙ୍କ ମତରେ କୋଚ୍ ଭାବେ ତାଙ୍କର କାମ କେବଳ ଯୁବ ଖେଳାଳିଙ୍କୁ ଭଲ କ୍ରିକେଟ୍ ହିସାବରେ ନୁହେଁ ବରଂ ଭଲ ମଣିଷ ଭାବେ ଗଢି ତୋଳିବା ଉପରେ ରହିଛି।ବ୍ୟକ୍ତିଗତ ଜୀବନ ଭଲ ରହିଲେ ମଇଦାନରେ ଅନୁଶାସନ ରହିବାରେ ବେଶ ସହାୟକ ହୁଏ ବୋଲି  ପଣ୍ଟିଂ କହିଛନ୍ତି।

   Related Posts