Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

IPL ୧୦ ଟିମ୍‌ଙ୍କ ମାଲିକ କିଏ ? କେତେ ସମ୍ପତ୍ତିର ମାଲିକ ସମସ୍ତ ଟିମ୍

1/06/2023 at 3:11 PM

ନୂଆଦିଲ୍ଲୀ ୦୧।୦୬: ଦେଶର ଲୋକପ୍ରିୟ କ୍ରିକେଟ ଲିଗ୍ ଆଇପିଏଲ୍। ଲୋକଙ୍କର କରୁଛି ଖୁବ୍ ମନୋରଞ୍ଜନ । ଏହା ବିଶ୍ୱର ଦ୍ୱିତୀୟ ଦାମୀ ଖେଳ ଲିଗ୍ ।  ଆଇପିଏଲ୍ ପ୍ରତି ଆଗ୍ରହ ବଢିବା ସହିତ ଫ୍ରାଞ୍ଚାଇଜଙ୍କର ମଧ୍ୟ ବଢୁଛି ରୋଜଗାର । ଆଇପିଏଲର ବ୍ରାଣ୍ଡ ମୂଲ୍ୟ ୮.୪ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । କିନ୍ତୁ ଜାଣନ୍ତି କି ଆଇପିଏଲର ୧୦ ଫ୍ରାଞ୍ଚାଇଜଙ୍କ ମାଲିକ କିଏ ? ଆଉ ଫ୍ରାଞ୍ଚାଇଜଙ୍କ ମୋଟ ସମ୍ପତ୍ତି ବିଷୟରେ…ଆସନ୍ତୁ ଜାଣିବା

ଲିଷ୍ଟର ପ୍ରଥମରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ  । ଏହା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ପରିଚାଳିତ । ମୁମ୍ବାଇ ଇଣ୍ଡିଆନ୍ସର ବ୍ରାଣ୍ଡ ମୂଲ୍ୟ ୯ ହଜାର ୯୬୨ କୋଟି ଟଙ୍କା । ଏହି ପ୍ରସଙ୍ଗରେ ଏହା ଶୀର୍ଷରେ ଅଛି  ।  ଅନ୍ୟପକ୍ଷରେ, ଯଦି ଆମେ ରିଲାଏନ୍ସ ବିଷୟରେ କହିବା ତେବେ ଏହା ଦେଶର ସବୁଠାରୁ ମୂଲ୍ୟବାନ କମ୍ପାନୀ । ଏହାର ବଜାର କ୍ୟାପିଟାଲାଇଜେସନ ହେଉଛି ୧୭.୦୫ ଲକ୍ଷ କୋଟି ଟଙ୍କା ।

ଲିଷ୍ଟର ଦ୍ବିତୀୟ ନମ୍ବରରେ ରହିଛି ଚଳିତବର୍ଷର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ । ଚଳିତବର୍ଷକୁ ମିଶାଇ ପାଞ୍ଚ ଥର ଚାମ୍ପିଅନ୍ ହୋଇଛି ସିଏସକେ । ଏହି ଟିମ ଇଣ୍ଡିଆ ସିମେଣ୍ଟସ ଦ୍ବାରା ପରିଚାଳିତ । ଚେନ୍ନାଇ ସୁପର କିଙ୍ଗ୍ସର ବ୍ରାଣ୍ଡ ମୂଲ୍ୟ ହେଉଛି  ୮ ହଜାର ୮୧୧ କୋଟି ଟଙ୍କା । ଏହାର ମାଲିକ ହେଉଛନ୍ତି ନାରାୟଣ ସ୍ବାମୀ ଶ୍ରୀନିବାସନ୍ ।

ତୃତୀୟରେ ରହିଛି କୋଲକାତା ନାଇଟ୍ ରାଇଡର୍ସ । କେକେଆର ଟିମର ବ୍ରାଣ୍ଡ ଭାଲ୍ୟୁ ୮ ହଜାର ୪୨୮କୋଟି ଟଙ୍କା । ଏହାର ମାଲିକାନା ରେଡ୍ ଚିଲି ଏଣ୍ଟରଟେନମେଣ୍ଟ ପାଖରେ ରହିଛି । ଏଥିରେ ଫିଲ୍ମ ଅଭିନେତା ଶାହରୁଖ ଖାନ, ଅଭିନେତ୍ରୀ ଜୁହି ଚାୱଲା ଏବଂ ଜୟ ମେହେଟ୍ଟାଙ୍କ ଟଙ୍କା ଜଡିତ ରହିଛି ।

ସନରାଇଜର୍ସ ହାଇଦ୍ରାବାଦ । ଏହାର ବ୍ରାଣ୍ଡ ଭାଲ୍ୟୁ ହେଉଛି  ୭ ହଜାର ୪୩୨ କୋଟି । ଏହି ଆଇପିଏଲ୍ ଟିମର ମାଲିକ ହେଉଛନ୍ତି ସନ୍ ଟିଭି ନେଟୱାର୍କ । ଆଉ SRH ସିଇଓ ହେଉଛନ୍ତି କାବ୍ୟା ମାରନ୍ । ଯିଏକି ସନ୍ ଗ୍ରୁପ୍ ର ପ୍ରତିଷ୍ଠାତା କାଲାନିଥୀ ମାରନଙ୍କ ଝିଅ ।

ଦିଲ୍ଲୀ କ୍ୟାପିଟାଲ । ଟିମର ବ୍ରାଣ୍ଡ ଭାଲ୍ୟୁ ହେଉଛି ୭ ହଜାର ୯୩୦କୋଟି ଟଙ୍କା ।  DCର ମାଲିକାନା ସାମୂହିକ ଭାବରେ GMR ଗ୍ରୁପ୍ ଏବଂ JSW ଗ୍ରୁପ୍ ସହିତ  ରହିଛି । ପାର୍ଥ ଜିନ୍ଦଲ ଦିଲ୍ଲୀ କ୍ୟାପିଟାଲର ଚେୟାରମ୍ୟାନ୍ ଅଟନ୍ତି ।

ରାଜସ୍ଥାନ ରୟାଲ୍ସର ବ୍ରାଣ୍ଡ ଭାଲ୍ୟୁ ହେଉଛି ୭ ହଜାର ୬୬୨ କୋଟି ଟଙ୍କା  । ଏହି ଆଇପିଏଲ୍ ଦଳର ମାଲିକାନା ରୟାଲ୍ ମଲ୍ଟିସପୋର୍ଟ ପ୍ରାଇଭେଟ ଲିମିଟେଡ ପାଖରେ ରହିଛି । RRର ମାଲିକ ହେଉଛନ୍ତି ମନୋଜ ବଡଲେ ଏବଂ ଲାଚଲାନ୍ ମର୍ଡୋକ୍ ।

ଏହାପଛକୁ ରହିଛି ପଞ୍ଜାବ କିଙ୍ଗ୍ସ । PBKSର ବ୍ରାଣ୍ଡ ମୂଲ୍ୟ ହେଉଛି ୭ ହଜାର ୮୭ କୋଟି ଟଙ୍କା ।  ଏହାର ମାଲିକମାନଙ୍କ ମଧ୍ୟରେ ମୋହିତ ବର୍ମନ୍, ନେସ୍ ୱାଡିଆ, ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ କରଣ ପାଲ ସାମିଲ ରହିଛନ୍ତି ।

ସେହିପରି ଲକ୍ଷ୍ନୌ ସୁପର ଜିଆଣ୍ଟସର ବ୍ରାଣ୍ଡ ମୂଲ୍ୟ ହେଉଛି  ୮ ହଜାର ୨୩୬ କୋଟି । ଏହି ଟିମର ମାଲିକ ହେଉଛି RPSG ଭେଞ୍ଚର୍ସ ଲିମିଟେଡ୍ । LSGର ମାଲିକ ଅଟନ୍ତି ଶିଳ୍ପପତି ସଞ୍ଜୀବ ଗୋଏଙ୍କା ।

ସେହିପରି ୨୦୨୨ ବିଜେତା ଗୁଜୁରାଟ ଟାଇଟାନ୍ସର ବ୍ରାଣ୍ଡ ମୂଲ୍ୟ ହେଉଛି ୬ ହଜାର ୫୧୨ କୋଟି । ଏହି ଦଳ CVC କ୍ୟାପିଟାଲ ଦ୍ୱାରା ପରିଚାଳିତ । ଏହାର ମାଲିକାନା ଷ୍ଟିଭ୍ କୋଲ୍ଟସ୍ ଏବଂ ଡୋନାଲ୍ଡ ମାକେଞ୍ଜିଙ୍କ ପାଖରେ ରହିଛି ।  

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ରାଣ୍ଡ ମୂଲ୍ୟ ହେଉଛି ୭ ହଜାର ୮୫୩ କୋଟି । ଏହାର ମାଲିକମାନଙ୍କ ବିଷୟରେ କହିବାକୁ ଗଲେ ଆରସିବିର ମାଲିକାନା ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ ପାଖରେ ରହିଛି । ଯେପରି ଆଇପିଏଲର ଲୋକପ୍ରିୟତା ବଢୁଛି ଆଗକୁ ମଧ୍ୟ ଫ୍ରାଞ୍ଚାଇଜଙ୍କର ବଢିବ ବ୍ରାଣ୍ଡ ଭାଲ୍ୟୁ ।

You Can Read:

   Related Posts