suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

IPL ମହାସମର; ଦ୍ବିତୀୟ ମ୍ୟାଚରେ ପଞ୍ଜାବ ଓ କୋଲକାତା ମଧ୍ୟରେ ଲଢେଇ, ସଂଧ୍ୟାରେ ସୁପର ଜାଏଣ୍ଟ୍‌ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ 

1/04/2023 at 10:52 AM

ଲକ୍ଷ୍ନୌ ୦୧/୦୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟି-୨୦ ମହାସମର । ଫଟାଫଟ କ୍ରିକେଟ୍ ଦ୍ବିତୀୟ ଦିନରେ ରହିଛି ଦୁଇଟି ମ୍ୟାଚ୍ । ଶନିବାର ଦ୍ୱିତୀୟ ମୁକାବିଲା ପଞ୍ଜାବ କିଙ୍ଗ୍‌ସ ଓ କୋଲକାତା ନାଇଟ୍ ରାଇଡର ମଧ୍ୟରେ ଲଡେଇ ହେବ । ସେହିପରି ତୃତୀୟ ମ୍ୟାଚରେ ଲକ୍ଷ୍ନୌ  ସୁପର ଜାଏଣ୍ଟ୍‌ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ  ।

ପ୍ରଥମ ମ୍ୟାଚରେ ୩ଟା ୩୦ରେ ମୋହାଲିରେ ଖେଳାଯିବ । ଦ୍ବିତୀୟ ମ୍ୟାଚ୍ ସଂଧ୍ୟା ସାଢେ ୭ଟାରେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ ଲକ୍ଷ୍ନୌରେ ଖେଳାଯିବ । ସୁପର ଜାଏଣ୍ଟ୍‌ସ ପ୍ରଥମ ମ୍ୟାଚ୍ ଘରୋଇ ଗ୍ରାଉଣ୍ଡ୍‌ରେ ଖେଳିବାକୁ ଯାଉଥିବାରୁ ବେଶ୍‌ ଉତ୍ସାହିତ । ଗତ ସିଜନରେ ଦେଖିବାକୁ ମିଳିଥିବା ଦୁର୍ବଳତା ଏଥର ଦୂର ହୋଇଛି । ବିଶେଷ କରି ମଧ୍ୟ କ୍ରମ ବ୍ୟାଟିଂକୁ ସୁଦୃଢ କରିବାକୁ ନିକୋଲାସ ପୂରନଙ୍କୁ ଏଥର କିଣିଛି । ଏକାଧିକ ଅଲ୍‌ରାଉଣ୍ଡର ସୁପର ଜାଏଣ୍ଟ୍‌ସ ଦଳକୁ ସୁଦୃଢ କରିଛନ୍ତି । ତଥାପି ପେସ୍‌ ବୋଲର ମହସିନ ଖାନଙ୍କ ଆହତ ସମସ୍ୟା ଦଳ ପାଇଁ ଚିନ୍ତା ବୋଲି କୋଚ୍‌ ଆଣ୍ଡି ଫ୍ଲାୱାର ମତ ଦେଇଛନ୍ତି ।

ସେପଟେ ରିଷଭ ପନ୍ତଙ୍କ ଅନୁପସ୍ଥିତି ଦଳକୁ ଦୁର୍ବଳ କରିଛି । ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ଥିବା ଦଲରେ ଅଲ୍‌ରାଉଣ୍ଡର ଭାବେ କେବଳ ଅକ୍ଷର ପଟେଲଙ୍କୁ ସ୍ଥନ ମିଳିଛି । ପନ୍ତ ଆହତ ଥିଲେ ହେଁ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଡେଭିଡ୍‌ ୱାର୍ଣ୍ଣର, ପୃଥ୍ୱୀ ଶ’, ମିଚେଲ ମାର୍ଶ, ରାଇଲି ରସୋ, ସର୍ଫରାଜ ଖାନ, ରୋଭମାନ ପାୱେଲଙ୍କ ଭଳି ବିସ୍ଫୋରକ ବ୍ୟାଟର ରହିଛନ୍ତି ।

ekaadhar

ଆଜିର ଦୁଇଟି ମ୍ୟାଚ ଦେଖିବାକୁ କ୍ରିକେଟ୍ ପ୍ରେମୀ ଉତ୍ସାହିତ ରହିଛନ୍ତି । ଡେଭିଡ୍ ଓ୍ବାର୍ନରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଦିଲ୍ଲୀ । ସେହିପରି ସୁପର ଜାଏଣ୍ଟସର ଅଧିନାୟିକତ୍ବ କରିବେ ଏକ ଏଲ ରାହୁଲ ।

ଅନ୍ୟପଟେ ପଞ୍ଜାବ କିଙ୍ଗସର ଶିଖର ଧବନ ଟିମକୁ ଟକ୍କର ଦେବାକୁ ନୀତିଶ ରାଣାଙ୍କ କୋଲକାତା ନାଇଟ ରାଇଡର ଟିମ୍ ପ୍ରସ୍ତୁତ ହୋଇଛି । ଆଜି ଆଣ୍ଡ୍ରିୟୁ ରର୍ସଲଙ୍କ ପାଓ୍ବାର ଶୋ ଦେବାକୁ ଅପେକ୍ଷା କରିଛନ୍ତି କ୍ରିକେଟ୍ ପ୍ରେମୀ । ସେପଟେ ଶ୍ରେୟସ ଆୟରଙ୍କ ଅନୁପସ୍ଥିତି ଦଳକୁ ଦୁର୍ବଳ ମଧ୍ୟ କରିବ ।

   Related Posts