IPL 2023 Retention Updates: ଜାଣନ୍ତୁ କେଉଁ ଖେଳାଳିଙ୍କୁ ରଖିଲେ ଏବଂ କାହାକୁ ଛାଡିଲେ CSK, MI ଏବଂ RCB

Published By : Prameya-News7 Bureau | November 15, 2022 IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଆଗାମୀ ସଂସ୍କରଣ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଡିସେମ୍ବରରେ ହେବାକୁ ଥିବା ମିନି ନିଲାମ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜି ନିଜର ରିଟେସନ ତାଲିକା ବିସିସିଆଇକୁ ପ୍ରଦାନ କରିଛନ୍ତି। ଏହି ସମୟରେ ଟ୍ରାନ୍ସଫର ଓ୍ଵିଣ୍ଡୋ ଜରିଆରେ ଦଳଗୁଡିକ ଅନେକ ଖେଳାଳିଙ୍କୁ ଯୋଡିଛନ୍ତି। କିଛି ଖେଳାଳି ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଆଗାମୀ ସଂସ୍କରଣରେ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସର ଷ୍ଟାର ବୋଲର ପାଟ୍ କମିନ୍ସ ଆଗାମୀ ସଂସ୍କରଣ ଖେଳୁନଥିବା ବେଳେ କିରନ ପୋଲାର୍ଡ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି। ଆଇପିଏଲ ରିଟେସନର ସବୁଠୁ ବଡ ଖବର ଦୁଇଟି ଫ୍ରାଞ୍ଚାଇଜି ନିଜର ଅଧିନାୟକଙ୍କୁ ଆଗାମୀ ସିଜିନରେ ରିଲିଜ୍ କରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ କେନ ଓ୍ଵିଲିୟମସନ, ପଞ୍ଜାବ କିଙ୍ଗ୍ସ ମୟଙ୍କ ଅଗ୍ରଓ୍ଵାଲଙ୍କୁ ଏବଂ ସିଏସକେ ଡ୍ଵେନ ବ୍ରାଭୋଙ୍କୁ ଦଳରୁ ଛାଡିଛି। ଆସନ୍ତୁ ଜାଣିବା କେଉଁ ଦଳ କେଉଁ ଖେଳାଳିଙ୍କୁ ଦଳରେ ରଖିଲେ ଏବଂ କାହାକୁ ଛାଡିଲେ।

ଚେନ୍ନାଇ ସୁପର କିଙ୍ଗ୍ସ

ରିଲିଜ୍ ହୋଇଥିବା ଖେଳାଳି- ଡ୍ଵେନ ବ୍ରାଭୋ, ରବିନ ଉଥପ୍ପା, ଆଡମ ମିଲନେ, ହରି ନିଶାନ୍ତ, କ୍ରିସ୍ ଜୋର୍ଡାନ, ଭଗତ ବର୍ମା, କେଏସ ଆସିଫ, ନାରାୟଣ ଜଗଦୀଶନ

ଟ୍ରାନ୍ସଫର ଓ୍ଵିଣ୍ଡୋ- କେହି ନାହିଁ

ବଳକା ରାଶି- ୨୦.୪୫ କୋଟିଟ

ବିଦେଶୀ ଖେଳାଳି ପାଇଁ ଖାଲି ରହିଛି- ୨

ବର୍ତ୍ତମାନର ଦଳ

ଏମଏସ ଧୋନୀ(ଅଧିନାୟକ), ଡେଭନ କନଓ୍ଵେ, ଋତୁରାଜ ଗାଏକଓ୍ଵାଡ, ଅମ୍ବାତି ରାୟୁଡୁ, ସୁଭ୍ରାଂଶୁ ସେନାପତି, ମୋଇନ ଅଲ୍ଲୀ, ଶିବମ ଦୁବେ, ରାଜବର୍ଦ୍ଧନ ହେଙ୍ଗରଗେକର, ଡ୍ଵେନ ପ୍ରିଟୋରିୟସ, ମିଚେଲ୍ ସାଣ୍ଟନର, ରବୀନ୍ଦ୍ର ଜାଡେଜା, ତୁଷାର ଦେଶପାଣ୍ଡେ, ମୁକେଶ ଚୌଧୁରୀ, ମଥିଶା ପଥିରାନା, ସିମର ଦେଶପାଣ୍ଡେ, ଦୀପକ ଚହର, ପ୍ରଶାନ୍ତ ସୋଲାଙ୍କି, ମହେଶ ତୀକ୍ଷଣା।

ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ ଇଣ୍ଡିଆନ୍ସ  କିରନ ପୋଲାର୍ଡଙ୍କୁ ଛାଡି ଦେଇଛି, ଯାହା ବହୁତ ବଡ ଖବର।

ରିଲିଜ୍ ଖେଳାଳି- କିରନ ପୋଲାର୍ଡ, ଅନମୋଲପ୍ରୀତ ସିଂହ, ଆର୍ଯ୍ୟନ  ଜୁଆଲ, ବାସିଲ ଥମ୍ପି, ଡାନିଏଲ ସାମ୍ସ, ଫାବିଏନ ଆଲେନ, ଜୟଦେବ ଉଦାନକତ, ମୟଙ୍କ ମାର୍କେଣ୍ଡେୟ, ମୁରୁଗାନ ଅଶ୍ଵିନ, ରାହୁଲ ବୁଦ୍ଧୀ, ରିଲେ ମେରେଡିଥ୍, ସଞ୍ଜୟ ଯାଦବ, ଟାଇମଲ ମିଲ୍ସ।

ଟ୍ରାନ୍ସଫର ଓ୍ଵିଣ୍ଡୋ- ଜାସନ ବେହରେନଡୋର୍ଫ]

ବଳକା ରାଶି- ୨୦.୫୫ କୋଟି

ବିଦେଶୀ ଖେଳାଳିଙ୍କ ପାଇଁ ଖାଲି ସ୍ଥାନ- ୩

ବର୍ତ୍ତମାନର ଦଳ

ରୋହିତ ଶର୍ମା(ଅଧିନାୟକ), ଟିମ୍ ଡେଭିଡ୍, ରମଣଦୀପ ସିଂହ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ଟ୍ରିଷ୍ଟନ ଷ୍ଟବ୍ସ, ଡେଓ୍ଵଲ୍ଡ ବ୍ରେଭିସ୍, ଜୋଫ୍ରା ଆର୍ଚର, ଯଶପ୍ରୀତ ବୁମରା, ଅର୍ଜୁନ ତେନ୍ଦୁଲକର, ଅରଶଦ ଖାନ, କୁମାର କାର୍ତ୍ତିକେୟ, ଋତିକ ଶୌକିନ, ଜାସନ ବେହରେନଡୋର୍ଫ, ଆକାଶ ମେଘଓ୍ଵାଲ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ରିଲିଜ୍ ହୋଇଥିବା ଖେଳାଳି- ଜାସନ ବେହରେନଡର୍ଫ, ଅନିଶ୍ଵର ଗୌତମ, ଚାମା ମିଲିନ୍ଦ, ଲଭନିଥ ସିସୋଦିଆ, ଚାମା ମିଲିନ୍ଦ, ଲଭନିଥ୍ ସିସୋଦିଆ, ଶେରଫେନ ରଦରଫୋର୍ଡ।

ଟ୍ରାନ୍ସଫର ଓ୍ଵିଣ୍ଡୋ- କେହି ନାହିଁ

ବଳକା ରାଶି- ୮.୭୫ କୋଟି

ବିଦେଶୀ ଖେଳାଳିଙ୍କ ଖାଲି ସ୍ଥାନ- ୨

ବର୍ତ୍ତମାନର ଦଳ

ବିରାଟ କୋହଲି, ଫାଫ ଡୁ ପ୍ଲେସିସ୍(ଅଧିନାୟକ), ସୁୟଶ ପ୍ରଭୁଦେଶାଇ, ରଜତ ପାଟିଦାର, ଦିନେଶ କାର୍ତ୍ତିକ, ଅନୁଜ ରାଓ୍ଵତ, ଫିନ ଆଲେନ,  ଗ୍ଲେନ ମ୍ୟାକ୍ସଓ୍ଵେଲ, ଓ୍ଵାନିନ୍ଦୁ ହସରଙ୍ଗା, ଶାହବାଜ ଅହମ୍ମଦ, ମହମ୍ମଦ ସିରାଜ, ହର୍ଷଲ ପଟେଲ୍, ଡେଭିଡ୍ ଓ୍ଵିଲି, କର୍ଣ୍ଣ ଶର୍ମା, ମହିପାଲ ଲୋମରୋର, ଜୋଶ ହେଜେଲଉଡ, ସିଦ୍ଧାର୍ଥ କୌଲ, ଆକାଶ ଦୀପ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.