Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

IPL 2023 : ଅରେଞ୍ଜ କ୍ୟାପ୍ ରେସ୍‌ରେ ଶିଖର ଧାଓ୍ୱନ, ଜାଣନ୍ତୁ ପର୍ପଲ କ୍ୟାପ୍‌ ରେସ୍‌ରେ ଆଗରେ କିଏ ?

12/04/2023 at 10:59 AM

ମୁମ୍ବାଇ ୧୨।୦୪: ଜମିଲାଣି ଆଇପିଏଲ ୨୦୨୩ । ଦମଦାର ପ୍ରଦର୍ଶନ କରୁଛନ୍ତି ଷ୍ଟାର କ୍ରିକେଟର। ଖେଳାଳିଙ୍କ ମଧ୍ୟରେ ଲାଗିଲାଣି ଅରେଞ୍ଜ ଓ ପର୍ପଲ କ୍ୟାପ୍ର ରେସ୍ ।ସର୍ବାଧିକ ରନ୍ କରିଥିବା ବ୍ୟାଟରଙ୍କୁ ଅରେଞ୍ଜ କ୍ୟାପ୍ ଏବଂ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କୁ ମିଳେ ପର୍ପଲ କ୍ୟାପ୍।

IPL 2023 ଅରେଞ୍ଜ କ୍ୟାପ୍ ଦୌଡରେ ଆଗରେ ଅଛନ୍ତି ପଞ୍ଜାବ କିଙ୍ଗସ୍ ପକ୍ଷରୁ ଖେଳୁଥିବା ଶିଖର ଧାୱନ । ସେ ୩ଟି ମ୍ୟାଚରେ କରିଛନ୍ତି ୨୨୫ ରନ୍ । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ଡେଭିଡ ୱାର୍ଣ୍ଣର ୪ ଟି ମ୍ୟାଚରେ ୧୮୯ ରନ୍, ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳୁଥିବା ରୁତୁରାଜ ଗାଇକଓ୍ବାର୍ଡ ୩ଟି ମ୍ୟାଚରେ ୧୭୫ ରନ୍, ରୟାଲ୍ ଚ୍ୟାଲେଞ୍ଜର ବ୍ୟାଙ୍ଗଲୋର ପକ୍ଷରୁ ଖେଳୁଥିବା ଫାଫ୍ ଡୁ ପ୍ଲେସିସ୍ ୩ଟି ମ୍ୟାଚରେ ୧୬୪ ରନ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର ବ୍ୟାଙ୍ଗଲୋର ବିରାଟ କୋହଲି ୩ଟି ମ୍ୟାଚରେ ୧୫୮ ରନ କରି ଅରେଞ୍ଜ କ୍ୟାପ୍ ରେସରେ ରହିଛନ୍ତି ।

ସେହିପରି ପର୍ପଲ କ୍ୟାପ୍ ରେସ ଲିଷ୍ଟରେ ଅଛନ୍ତି ଲକ୍ଷ୍ନୋ ସୁପର ଜାଏଣ୍ଟସ୍ ପକ୍ଷରୁ ଖେଳୁଥିବା ମାର୍କ ଉଡ୍ ୩ଟି ମ୍ୟାଚରେ ୯ଟି ଓ୍ବିକେଟ୍ ନେଇଛନ୍ତି । ରାଜସ୍ଥାନ ରୟଲ୍ସ ପକ୍ଷରୁ ଖେଳୁଥିବା ୟଜୁବେନ୍ଦ୍ର ଚହଲ ୩ଟି ମ୍ୟାଚରେ ନେଇଛନ୍ତି ୮ଟି ଓ୍ବିକେଟ୍ ।  ଗୁଜୁରାଟ ଟାଇଟନ୍ସ ପକ୍ଷରୁ ରସିଦ ଖାନ୍ ୩ଟି ମ୍ୟାଚରେ ନେଇଛନ୍ତି ୮ ଓ୍ବିକେଟ । ସେହିପରି ଲକ୍ଷ୍ନୋ ସୁପରଜାଏଣ୍ଟସ୍ ପକ୍ଷରୁ ଖେଳୁଥିବା ରବି ବିଷ୍ଣୋଇ ୪ଟି ମ୍ୟାଚରେ ୬ଟି ଓ୍ବିକେଟ ଏବଂ କୋଲକତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା ସୁନୀଲ ନାରିନ ୩ଟି ମ୍ୟାଚରେ ୬ଟି ଓ୍ବିକେଟ ନେଇ ଏହି ରେସର ଆଗରେ ରହିଛନ୍ତି ।

 ଇଣ୍ଡିଆନ୍ ପ୍ରିମିୟର ଲିଗ୍୨୦୨୩ର ଫାଇନାଲ୍ ପରେ, ଏହି ରେସର ଆଗରେ ଥିବା ଖେଳାଳୀଙ୍କୁ ପର୍ପଲ୍ ଏବଂ ଅରେଞ୍ଜ  କ୍ୟାପ୍ ବିଜେତା ଘୋଷିତ କରାଯିବ ଏବଂ ପୁରସ୍କୃତ କରାଯିବ । ତେବେ ଆଇପିଏଲ୍ ଇତିହାସରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ହେଉଛନ୍ତି ଏକମାତ୍ର ଖେଳାଳି ଯିଏ କି ତିନିଥର ଅରେଞ୍ଜ କ୍ୟାପ ଜିତିଛନ୍ତି ।

   Related Posts