IPL 2023 : ପୁରସ୍କାର ବାବଦରେ କେତେ ଖର୍ଚ୍ଚ ହେବ ? ଶ୍ରେଷ୍ଠ ଖେଳାଳିଙ୍କୁ ମିଳିବ କେତେ ଟଙ୍କା ?
28/05/2023 at 8:00 AM

ମୁମ୍ବାଇ ୨୮।୦୫: ପାଖେଇ ଆସୁଛି ଆଇପିଏଲ୍ ଫାଇନାଲ୍ ମ୍ୟାଚ୍ । ଫାଇନାଲ ଯେତେ ନିକଟତର ହେଉଛି କିଏ ମାରିବ ବାଜି ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ହେଲେ ଆପଣ ଜାଣିଛନ୍ତି କି ଚାମ୍ପିଅନ ଟିମ୍କୁ କେତେ ମିଳିବ ପ୍ରାଇଜ୍ ମନି ? ଆଉ ରନର୍ସ ଅପ୍ ଟିମ୍ ପାଇବେ କେତେ ? ଆସନ୍ତୁ ଜାଣିବା ଚଳିତ ସିଜିନର ବିଜେତାଙ୍କ ଠାରୁ ୪ର୍ଥ ସ୍ଥାନ ଯାଏଁ ଥିବା ଟିମଙ୍କ ଯାଏଁ କାହାକୁ ମିଳିବ କେତେ ଟଙ୍କା ।

ଚଳିତ ୨୦୨୩ ଆଇପିଏଲ ସିଜିନରେ ଚାମ୍ପିଅନ ଟିମ୍କୁ ମିଳିବ ୨୦ କୋଟି ଟଙ୍କାର ପୁରସ୍କାର । ରନର୍ସ ଅପ୍ ଟିମ୍କୁ ୧୩ କୋଟି ଟଙ୍କା । ସେହିପରି ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହୁଥିବା ଟିମ୍କୁ ମିଳିବ ୭ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ।

ସେହିପରି ମ୍ୟାନ ଅଫ ଦ ମ୍ୟାଚ, ଅରେଞ୍ଜ କ୍ୟାପ ଏବଂ ପର୍ପଲ କ୍ୟାପ ବିଜେତାଙ୍କୁ ବି ମିଳିବ ପୁରସ୍କାର । ଏମର୍ଜିଂ ପ୍ଲେୟାରଙ୍କୁ ୨୦ ଲକ୍ଷ ଟଙ୍କା, ଅରେଞ୍ଜ କ୍ୟାପ ବା ସବୁଠୁ ଅଧିକ ରନ ସ୍କୋର କରିଥିବା ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ମିଳିବ ।

ସେହିପରି ସବୁଠୁ ଅଧିକ ୱିକେଟ ନେଇଥିବା ବା ପର୍ପଲ କ୍ୟାପ୍ ବିଜେତାଙ୍କୁ ବି ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ମୋଷ୍ଟ ଭେଲୁଏବଲ ପ୍ଲେୟାରଙ୍କୁ ମିଳିବ ୧୨ ଲକ୍ଷ ଟଙ୍କା । ଏପରି ଭାବେ ଚଳିତ ଆଇପିଏଲ ସିଜିନରେ ପୁରସ୍କାର ରାଶି ବାବଦରେ ୪୬ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଯାହା ଗତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଠାରୁ ପାଖାପାଖି ୨୫ ପ୍ରତିଶତ ଅଧିକ ।

ସବୁଠାରୁ ବଡ କଥା ହେଉଛି IPLରେ ବିଦେଶୀଙ୍କ ଖେଳାଳିଙ୍କ ଆଧିପତ୍ୟ ଅଧିକ । ଆଇପିଏଲର ୧୫ଟି ସଂସ୍କରଣରେ ମାତ୍ର ୩ ଥର ଭାରତୀୟ ଖେଳାଳି ଶ୍ରେଷ୍ଠ ପ୍ଲେୟାର ଭାବେ ହୋଇଛନ୍ତି ପୁରସ୍କୃତ । ବାକି ସବୁ ଥର ବିଦେଶୀ କ୍ରିକେଟର ମାରିଛନ୍ତି ବାଜି । ଏଥିରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ କ୍ରିକେଟରଙ୍କ ରହିଛି ଅଧିକ ଦବଦବା ।
୧୫ଟି ସଂସ୍କରଣରୁ ୱେଷ୍ଟ୍ଇଣ୍ଡିଜ୍ ଖେଳାଳି ୫ ଥର, ଅଷ୍ଟ୍ରେଲିଆ ଖେଳାଳି ୫ ଥର ଶ୍ରେଷ୍ଠ ବିବେଚିତ ହୋଇଛନ୍ତି ।ସେନ୍ ୱାଟସନ୍, ଆନ୍ଦ୍ରେ ରସେଲ ଓ ସୁନୀଲ ନାରାୟଣ ଦୁଇ ଥର ଲେଖାଏ ବେଷ୍ଟ ପ୍ଲେୟର ହୋଇଛନ୍ତି । ତେବେ ଚଳିତ ସିଜିନରେ କେଉଁ ଖେଳାଳୀ ବାଜି ମାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
You Can Read :