scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

IPL 2023: ଟୁର୍ଣ୍ଣାମେଣ୍ଟରେ ଚମକିଲେ ଶୁଭମନ, ହାସଲ କଲେ ଅରେଞ୍ଜ କ୍ୟାପ୍‌

30/05/2023 at 8:35 AM

ଅହମ୍ମଦାବାଦ ୩୦।୦୫ : ଶେଷ ହେଲା ଆଇପିଏଲ୍‌ ୨୦୨୩ । ଏହି ୧୬ ତମ ସିଜିନ୍‌ରେ ଚମ୍ପିଆନ୍‌ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ବିରୋଧୀ ଗୁଜରାଟ ଟାଇଟନ୍ସଙ୍କୁ ୫ ଓ୍ୱିକେଟ୍‌ରେ ଦେଲା ମାତ୍‌ । ୨୦୨୩ରେ ନୂଆ ଚମ୍ପିଆନ୍‌ ସାଜିଛି ଚେନ୍ନାଇ ସୁପର କିଙ୍ଗସ । ତେବେ ପୁରା ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ଭାବେ ଅରେଞ୍ଜ୍‌ କ୍ୟାପ ହାସଲ କରିଛନ୍ତି ଶୁଭମନ୍‌ ଗିଲ୍‌ ।

ଗୁଜରାଟ ଟାଇଟନ୍ସ ଓପନର ଶୁଭମନ ଗିଲ୍‌ ଚଳିତ ବର୍ଷ ଆଇପିଏଲ୍‌ରେ ସର୍ବାଧିକ ରନ୍‌ ସଂଗ୍ରହ କରି ଅରେଞ୍ଜ୍‌ କ୍ୟାପ ହାସଲ କରିଛନ୍ତି । ସେ ଫାଇନାଲ୍‌ ମୁକାବିଲାରେ (୩୯) ଅର୍ଦ୍ଧଶତକ ଅର୍ଜନ କରିପାରି ନଥିଲେ ହେଁ ୧୭ଟି ମ୍ୟାଚ୍‌ରୁ ୫୯.୩୩ ହାରରେ ମୋଟ୍‌ ୮୯୦ ରନ୍‌ ସଂଗ୍ରହ କରିଥିଲେ । ଏଥିରେ ୪ଟି ଅର୍ଦ୍ଧଶତକ ଓ ୩ଟି ଶତକ ରହିଛି । ଆଇପିଏଲ୍‌ ଇତିହାସର ସମସ୍ତ ସିଜିନରେ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର ।

ଚଳିତ ସିଜନରେ ସେ ୧୫୭.୮୦ ଷ୍ଟ୍ରାଇକ ରେଟ୍‌ରେ ରନ ସଂଗ୍ରହ କରିଛନ୍ତି । ଆଇପିଏଲ୍‌ରେ ଗୋଟିଏ ସିଜନରେ ସର୍ବାଧିକ ସ୍କୋର ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି । ସେ ୨୦୧୬ ସିଜନରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ସର୍ବାଧିକ ୯୭୩ ରନ୍‌ ସଂଗ୍ରହ କରିଥିଲେ । ଆଜିର ଇନିଂସ ବଳରେ ଗିଲ୍‌ ଜୋସ ବଟଲରଙ୍କ ୮୬୩ରନ୍‌ ରେକର୍ଡ ଅତିକ୍ରମ କରିଥିଲେ ।

ସେହିପରି ମହମ୍ମଦ ସାମି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଓ୍ୱିକେଟ୍‌ ନେଇଛନ୍ତି । ଆଇପିଏଲ୍‌ ୨୦୨୩ରେ ସାମି ମୋଟ ୧୭ଟି ମ୍ୟାଚ୍‌ ଖେଳି ୨୮ଟି ଓ୍ୱିକେଟ୍‌ ନେଇଛନ୍ତି । ଯାହାଫଳରେ ଟୁର୍ଣ୍ଣାମେଣ୍ଟରେ ସବୁଠୁ ଅଧିକ ଓ୍ୱିକେଟ୍‌ ନେଇଥିବା ବୋଲର ମହମ୍ମଦ ସାମିଙ୍କୁ ପର୍ପଲ କ୍ୟାପ୍‌ ପୁରସ୍କାର ପ୍ରଦାନ କରାଯାଇଛି ।

You Can Read :

   Related Posts