Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅରେଞ୍ଜ ଓ ପର୍ପଲ୍ କ୍ୟାପ୍ ରେସ୍‌ରେ ଜୋରଦାର ଟକ୍କର, ଜାଣନ୍ତୁ କିଏ ଅଛନ୍ତି ଲିଷ୍ଟରେ…

29/04/2023 at 11:35 AM

ମୁମ୍ବାଇ ୨୯।୦୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ରେ ଜୋରଦାର ହେଉଛି ମୁକାବିଲା । ମ୍ୟାଚ୍ ଯେତିକି ଆଗଉଛି, ସେତିକି ରୋମାଞ୍ଚକ ହେଉଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ ଆଇପିଏଲ୍ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର କରିଛି । ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୨୫୬ ରନ୍ କରିଥିଲା । ଏହାର ଜବାବରେ ପଞ୍ଜାବ କେବଳ ୨୦୧ ରନ୍‌ରେ ଅଟକି ଯାଇଥିଲା ।
ତେବେ ମ୍ୟାଚ୍ ଯେତିକି ଆଗଉଛି ସେତିକି ରୋମାଞ୍ଚକ ହେଉଛି ଅରେଞ୍ଜ ଏବଂ ପର୍ପଲ୍ କ୍ୟାପ୍ ରେସ୍ । କିଛି ଖେଳାଳି ଆରମ୍ଭର ଉତ୍କୃଷ୍ଟ ଫର୍ମ ବଜାୟ ରଖିବାରେ ସକ୍ଷମ ହୋଇ ନ ଥିବା ବେଳେ ଫାଫ୍ ଡୁ ପ୍ଲେସିସ୍ ଏବଂ ବିରାଟ କୋହଲିଙ୍କ ପରି ଭେଟେରାନ ଖେଳାଳି ନିଜର ସ୍ଥାନ ବଜାୟ ରଖିଛନ୍ତି । ଆଗକୁ ପର୍ପଲ ଏବଂ ଅରଞ୍ଜ କ୍ୟାପ୍ ଦୌଡ ବେଶ୍ ଆକର୍ଷଣୀୟ ହେବ । ଯଦି ଅରେଞ୍ଜ କ୍ୟାପ୍ ବିଷୟରେ କହିବା, ତେବେ ଫାଫ୍ ଡୁ ପ୍ଲେସିସ୍ ଏବଂ ବିରାଟ କୋହଲିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି ।
ଅରେଞ୍ଜ କ୍ୟାପ୍ ଦୌଡର ପ୍ରଥମରେ ୮ ମ୍ୟାଚରୁ ୪୨୨ ରନ ସହ ପ୍ରଥମରେ ଅଛନ୍ତି ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରର ଖେଳାଳୀ ଫାଫ୍ ଡୁ ପ୍ଲେସିସ୍ । ସେହିପରି ୩୩୩ ରନ ସହ କୋହଲି ଦ୍ବିତୀୟରେ, ୩୨୨ ରନ ସହ ତୃତୀୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗର ଖେଳାଳୀ ଡ୍ବେନ୍ କାନଓ୍ବେ । ୩୧୭ ରନର ସହ ଚତୁର୍ଥରେ ରୁତୁରାଜ ଗାଏକ୍ବାଡ୍ ଏବଂ ୩୦୬ ରନ ସହ ପଞ୍ଚମରେ ରହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳୀ ଡେଭିଡ୍ ଓ୍ବାର୍ଣ୍ଣର ।
ସେହିପରି ପର୍ପଲ କ୍ୟାପ୍ ଦୌଡରେ ଅଛନ୍ତି ୮ଟି ଓ୍ବିକେଟ ସହ ରେସର ପ୍ରଥମରେ ଅଛନ୍ତି ମହମ୍ମଦ ସିରାଜ । ସେହିପରି ୭ ଓ୍ବିକେଟ ନେଇ ଦ୍ବିତୀୟରେ ରାଶିଦ୍ ଖାନ୍, ତୃତୀୟରେ ଅର୍ଶଦୀପ ସିଂହ, ଚତୁର୍ଥରେ ତୁଷାର ଦେଶପାଣ୍ଡେ ଏବଂ ୮ ଓ୍ବିକେଟ ନେଇ ପଞ୍ଚମ ସ୍ଥାନରେ ଅଛନ୍ତି ବରୁଣ ଚକ୍ରବର୍ତ୍ତୀ ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ର ଫାଇନାଲ୍ ପରେ, ଏହି ରେସରେ ଆଗରେ ଥିବା ଖେଳାଳୀଙ୍କୁ ପର୍ପଲ ଏବଂ ଅରେଞ୍ଜ କ୍ୟାପ୍ ବିଜେତା ଘୋଷଣା କରାଯିବ । ତେବେ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ହେଉଛନ୍ତି ଏକମାତ୍ର ଖେଳାଳି ଯିଏ କି ତିନିଥର ଅରେଞ୍ଜ କ୍ୟାପ ଜିତିଛନ୍ତି।

   Related Posts