IPL 2023: ଦିଲ୍ଲୀ ବିପକ୍ଷରେ ଲକ୍ଷ୍ନୌର ଏକତରଫା ବିଜୟ, ହିରୋ ସାଜିଲେ ମାର୍କ ଉଡ ଏବଂ ମେୟର୍ସ
1/04/2023 at 11:59 PM

ଲକ୍ଷ୍ନୌ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏକତରଫା ବିଜୟ ହାସଲ କରିଛି। ଲକ୍ଷ୍ନୌ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ପରାସ୍ତ କରିଛି। ବିଶେଷ କରି ମାର୍କ ଉଡ ୫ ଓ୍ଵିକେଟ୍ ନେଇ ଲକ୍ଷ୍ନୌ ବିଜୟରେ ପ୍ରମୁଖ ଭୂମିକା ନିଭାଇଛନ୍ତି। ଲୋକେଶ ରାହୁଲଙ୍କ ନେତୃତ୍ଵାଧୀନ ଲକ୍ଷ୍ନୌ ବିଜୟରୁ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ନେତୃତ୍ଵାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ମାର୍କ ଉଡ୍ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ କାଇଲ ମେୟର୍ସଙ୍କ ୭୩ ରନର ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଏବଂ ନିକୋଲାସ ପୂରନଙ୍କ ୩୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୯୩ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୪୩ ରନରେ ସୀମିତ ରହିଥିଲା। ଡେଭିଡ୍ ଓ୍ଵାର୍ଣ୍ଣର ୫୬ ରନର ଇନିଂସ ଖେଳିଥିଲେ ହେଁ ତାହା ପର୍ଯ୍ୟାପ୍ତ ନଥିଲା। ରିଲି ରସୋ ୩୦ ରନ କରିଥିଲେ। ମାର୍କ ଉଡ ମାତ୍ର ୧୪ ରନ ଦେଇ ୫ଟି ସଫଳତା ପାଇଥିଲେ। ଅଭେଶ ଖାନ ଏବଂ ରବି ବିଷ୍ନୋଇ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ବ୍ୟାଟର ଦମଦାର ପ୍ରଦର୍ଶନ କରିଛନ୍ତି। କାଇଲ ମେୟର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ଲକ୍ଷ୍ନୌ ନିର୍ଦ୍ଧାରିତ ୬ ଓ୍ଵିକେଟ୍ରେ ୧୯୩ ରନ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରହିଥିଲା ୧୯୪ ରନର ବିଜୟ ଲକ୍ଷ୍ୟ। ମେୟର୍ସଙ୍କ ବ୍ୟତୀତ ନିକୋଲାସ ପୁରନ ୩୬ ରନ କରିଥିଲେ। ବୋଲିଂରେ ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ ୩୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।
ଲକ୍ଷ୍ନୌ ପକ୍ଷରୁ ଅଧିନାୟକ ଲୋକେସ ରାହୁଲ ମାତ୍ର ୮ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ କାଇଲ୍ ମାୟର୍ସ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳର ମୋର୍ଚ୍ଚା ସମ୍ଭାଳିଥିଲେ। ସେ ୩୮ ବଲ ଖେଳି ୨ଟି ଚୌକା ସ ୭ଟି ଛକା ସହାୟତାରେ ୭୩ ରନ୍ କରି ଆଉଟ ହୋଇଥିଲେ। ସେହିଭଳି ଦୀପକ ହୁଡ୍ଡା ୧୭ରନ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ୧୨ରନ କରି ପାଭିଲିୟନ ଫେରିଥିଲେ। ନିକୋଲାସ୍ ପୁରନ ୨୧ ବଲରୁ ୩୬ ରନ୍ର ଉପଯୋଗୀ ଇନିଂସ ଖେଳିଛନ୍ତି। ଆୟୁସ ବାଦୋନୀ ୧୮ ରନ୍ କରି ଆଉଟ ହୋଇଛନ୍ତି । କୃଣାଲ ପାଣ୍ଡ୍ୟା ୧୫ ରନ କରି ଅପରାଜିତ ଥିବା ବେଳେ କ୍ରିଷ୍ଣାପ୍ପା ଗୌତମ ୬ ରନ୍ କରି ଅପରାଜିତ ଥିଲେ ।