LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

IPL 2023 : ଅପରାହ୍ନରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ଭେଟିବ ରାଜସ୍ଥାନ ରୟାଲ୍ସ

2/04/2023 at 8:47 AM

 ମୁମ୍ବାଇ ୦୨।୦୪ : ଆରମ୍ଭ ହୋଇଛି ଆଇପିଏଲ୍‌ ୨୦୨୩ ସିଜିନ୍‌ । ଆଇପିଏଲ୍‌ର ତୃତୀୟ ଦିନରେ ଦୁଇଟି ମ୍ୟାତ୍‌ ରହିଛି । ପ୍ରଥମ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ୍‌ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଭେଟିବେ । ବାକି ୨ୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଲଢେଇ ।

ତେବେ ରବିବାର ଅପରାହ୍ନ ୩.୩୦ ମିନିଟ୍‌ରେ ଘରୋଇ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ପୂର୍ବ ସିଜିନ୍‌ର ରନର୍ସ ଅପ୍ ରାଜସ୍ଥାନ ରୟାଲ୍ସ । ହାଇଦ୍ରାବାଦ୍‌ ରାଜୀବ ଗାନ୍ଧୀ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଦୁଇ ଦଳ । ହାଇଦ୍ରାବାଦ୍‌ର ଅଧିନାୟକ ଆଡେନ୍‌ ମାରକ୍ରମ୍‌ ଭାରତରେ ପହଞ୍ଚିନାହାନ୍ତି । ଯାହାଫଳରେ ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାର୍‌ଙ୍କୁ ଅଧିନାୟକ ଦିଆଯାଇଛି ।

ସେହିପରି ରାଜସ୍ଥାନ ଟିମ୍‌ ବେଶ୍‌ ଶକ୍ତିଶାଳୀ ମନେ ହେଉଛି । ଖାସ୍‌ କରି ଜୋ ରୁଟ୍‌ଙ୍କ ଉପସ୍ଥିତି ଦଳର ଶକ୍ତି ବୃଦ୍ଧି କରିଛି । ଏହି ଦଳର ଅଧିନାୟକ ଦାୟିତ୍ୱ ସଞ୍ଜୁ ସାମ୍‌ସନ୍‌ଙ୍କ ହାତରେ ରହିଛି । ଏହା ବ୍ୟତୀତ ଜୋସ୍‌ ବଟଲର, ସିମରନ୍‌ ହେତମେୟର, ଯଶସ୍ୱୀ ଜୈସ୍ୱାଲ୍‌, ପରି ଦମ୍‌ଦାର୍‌ ଖେଳାଳି ଅଛନ୍ତି । କୌଣସି ବି ପରିସ୍ଥିତିରେ ମ୍ୟାଚ୍‌ ରୂପରେଖ ପରିବର୍ତ୍ତନ କରିବାରେ ଏହି ସବୁ ଖେଳାଳି ମାହିର । ତେଣୁ ଆଜିର ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ସନରାଇଜର୍ସ : ଭୁବନେଶ୍ୱର କୁମାର (ଅଧିନାୟକ), ମୟଙ୍କ ଅଗ୍ରୱାଲ୍‌, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ହ୍ୟାରୀ ବ୍ରୁକ, ଗ୍ଲେନ ଫିଲିପ୍ସ, ଅବଦୁଲ ସମଦ, ୱାସିଂଟନ ସୁନ୍ଦର, ଅକିଲ ହୋସେନ, ଟି ନଟରାଜନ, ଉମ୍ରାନ ମଲିକ ।

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ, ଜୋସ ବଟଲର, ସଞ୍ଜୁ ସାମସନ (ଅଧିନାୟକ), ସିମରନ ହେତମେୟର, ଜାସନ ହୋଲ୍ଡର/ଜୋ ରୁଟ୍‌, ରିୟାନ ପରାଗ, ଆର ଅଶ୍ୱିନ, ୟୁଝବେନ୍ଦ୍ର ଚହଲ, ଟ୍ରେଣ୍ଟ ବୋଲ୍ଟ, ନବଦୀପ ସାଇନି, କୁଲଦୀପ ସେନ ।

   Related Posts