Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

IPL 2023 Final: ଏବେ କେମିତି ରହିଛି ଅହମ୍ମଦାବାଦର ପାଗ, ରିଜର୍ଭ ଡେରେ ଜମିବ ଫାଇନାଲ୍ ମୁକାବିଲା !

29/05/2023 at 4:53 PM

ଅହମ୍ମଦାବାଦ: ଏମିତିରେ ଆଇପିଏଲ୍-୨୦୨୩କୁ ନିଜର ବିଜେତା ମିଳି ସାରିଥାନ୍ତା, ମାତ୍ର ବର୍ଷା ବିଗାଡ଼ି ଦେଲା। ପ୍ରବଳ ବର୍ଷା ଯୋଗୁଁ ଗତକାଲି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହୋଇ ପାରିନଥିଲା। ତେଣୁ ଆଜି ରିଜର୍ଭ ଡେରେ ଆଇପିଏଲ୍‌ର ୧୬ତମ ସଂସ୍କରଣର ଟାଇଟଲ୍ ମୁକାବିଲା ଖେଳାଯିବ। ତେବେ ସୋମବାର ସନ୍ଧ୍ୟାରେ ବର୍ଷା ହେବାର କିଛି ପ୍ରତିଶତ ସମ୍ଭାବନା ରହିଛି।

ଯଦି ଆଜି ବର୍ଷା କାରଣରୁ ମ୍ୟାଚ୍ ଧୋଇ ଯାଏ ତେବେ କିଏ ଚାମ୍ପିଅନ  ହେବ ? ଏହି ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଥିବ। ଏହାର ଉତ୍ତର ବର୍ଷା ଯୋଗୁଁ ମ୍ୟାଚ୍ ନହେଲେ ପଏଣ୍ଟ ତାଲିକାରେ ଶୀର୍ଷରେ ଥିବା ଗୁଜରାଟ ଟାଇଟନ୍ସକୁ ବିଜୟୀ ଘୋଷିତ କରାଯିବ।

IPL 2023 Final to be played on Reserve Day after rain plays spoilsport in  Ahmedabad - India Today

ରିଜର୍ଭ ଡେରେ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ ସେହି ସମାନ ସନ୍ଧ୍ୟା ୭ଟା୩୦ରେ ଖେଳାଯିବ। ଟସ୍ ୭ଟାରେ ପଡ଼ିବ। ଆଜି ଅହମ୍ମଦାବାଦର ପାଗ ବର୍ତ୍ତମାନ ସ୍ଵଚ୍ଛ ରହିଛି। ହେଲେ ସନ୍ଧ୍ୟାରେ କିଛି ସମୟ ବର୍ଷା  ହେବାର ସମ୍ଭାବନା ରହିଛି। ତେବେ କ୍ରିକେଟ୍ ପ୍ରଶଂସକ ପୂରା ମ୍ୟାଚ୍ ଆୟୋଜନ ହେଉ ବି ଚାହିଁବେ।

ଚେନ୍ନାଇ ସୁପର କିଙ୍ଗ୍ସର ସମ୍ଭାବିତ ଏକାଦଶ

ଡେଭନ କନଓ୍ବେ, ଋତୁରାଜ ଗାଏକଓ୍ଵାଡ଼, ଆଜିଙ୍କ୍ୟ ରାହାଣେ, ଶିବମ ଦୁବେ, ମୋଇନ ଅଲ୍ଲୀ, ରବୀନ୍ଦ୍ର ଜାଡ଼େଜା, ଏମଏସ ଧୋନୀ, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମହେଶ ତୀକ୍ଷଣା ଏବଂ ମଥିଶା ପାଥିରାନା।

IPL 2023 Final - Ahmedabad Weather Report Live Updates, CSK vs GT Weather  Forecast: IMD Predicts More Rain, Day After Wash Out

ଇମ୍ପାକ୍ଟ ପ୍ଲେୟାର- ଅମ୍ବତି ରାୟୁଡ଼ୁ

ଗୁଜରାଟ ଟାଇଟନ୍ସର ସମ୍ଭାବିତ ଏକାଦଶ

ଶୁଭମନ ଗିଲ୍, ଋଦ୍ଧିମାନ ଶାହା, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, ଡେଭିଡ୍ ମିଲର, ରାହୁଲ ତେଓ୍ଵତିଆ, ରଶିଦ ଖାନ, ନୁର ଅହମ୍ମଦ, ମହମ୍ମଦ ଶାମି ଏବଂ ମୋହିତ ଶର୍ମା।  

ଏ ଖବର ପଢନ୍ତୁ- ଆଇପିଏଲର ଗୋଟିଏ ମ୍ୟାଚ୍ ବାତିଲ୍ ହେଲେ ହୁଏ କେତେ କୋଟିର କ୍ଷତି? ଜାଣିଲେ ଉଡିଯିବ ହୋସ୍

   Related Posts