Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

IPL 2023 Final: ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ଗିଲ୍‌ଙ୍କ ଉପରେ ସଭିଙ୍କ ନଜର

29/05/2023 at 7:08 PM

ଅହମ୍ମଦାବାଦ: ରିଜର୍ଭ ଡେ’ରେ ଆଜି ଖେଳା ଯାଉଛି ଆଇପିଏଲ୍ ୨୦୨୩ର ଫାଇନାଲ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ଲଢେଇ । ସଂଧ୍ୟା ୭ଟା ୩୦ମିନିଟକରୁ ଖେଳ ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି। ରବିବାର ବର୍ଷା ଖେଳରେ ବାଧକ ସାଜିଥିଲା । ପ୍ରବଳ ବର୍ଷା ଯୋଗୁ ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଥିଲା । ତେଣୁ ଫାଇନାଲ ମୁକାବିଲା ପାଇଁ ଗୋଟିଏ ରିଜର୍ଭ ଡେ’ ରହିଥିବାରୁ ଆଜି ଖେଳାଯିବ ମ୍ୟାଚ୍ ।  ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ଗତକାଲି ପ୍ରବଳ ବର୍ଷା ଯୋଗୁ ପଡ଼ିଆ ପାଣି ଭର୍ତ୍ତି ହୋଇଯାଇଥିଲା । ବର୍ଷା ଛଡିଲା ପରେ ପାଣିକୁ ଶୁଖାଇବକୁ ପ୍ରାୟ ୧ଘଣ୍ଟା ଲାଗିଥିଲା । ଏପରି କି ୫ ଓଭର ବିଶିଷ୍ଟ ମ୍ୟାଚ ଖେଳିବାକୁ ଚିନ୍ତା କରାଯାଇଥିଲା, ହେଲେ ଆଉଟ୍ ଫିଲ୍ଡ ଶୁଖିନଥିବାରୁ ମ୍ୟାଚକୁ ରିଜର୍ଭ ଡେ’କୁ ପରିବର୍ତ୍ତନ କରାଯାଇଥିଲା । ମ୍ୟାଚ୍‌ ରେଫରୀ ସ୍ଥିତି ସମୀକ୍ଷା ପରେ ଅମ୍ପାୟାର ମାନଙ୍କ ସହ ଆଲୋଚନା  କରି ରାତି ୧୦.୫୨ ମିନିଟରେ ମ୍ୟାଚ୍‌କୁ  ସ୍ଥଗିତ ଘୋଷଣା କରିଥିଲେ ।

CSK vs GT head-to-head record, IPL 2023 final: Chennai Super Kings vs  Gujarat Titans stats, most runs, wickets ahead of match today - Sportstar

ଆଜି ସଂଧ୍ୟାରେ ହେବ ମହାମୁକାବିଲା । ସିଏକସେ ଓ ଜିଟି ମଧ୍ୟରେ ଟକ୍କର ହେବ । ୪ଥର ଚାମ୍ପିଅନ ଟିମ୍ ଚେନ୍ନାଇକୁ ମାତ୍ ଦେବାକୁ ଡିଫେଣ୍ଡିଂ ଚାମ୍ପିଅନ ରଣନୀତି ପ୍ରସ୍ତୁତ କରିଛି । ଗତକାଲି ପ୍ରବଳ ବର୍ଷା ହୋଇଥିବା ପଡ଼ିଆ ସାମାନ୍ୟ ଧିମା ରହିବ । ଏହା ବୋଲରଙ୍କୁ ସୁହାଆଇବ । ଉଭୟ ଦଳ ବୋଲର ଟପ୍ ଫର୍ମରେ ରୋମାଞ୍ଚକର ହେବ ମ୍ୟାଚ୍ ।

ଏ ଖବର ପଢନ୍ତୁ- IPL 2023 Final: ଷ୍ଟମ୍ପ ଠାରୁ ଅମ୍ପାୟାର କ୍ୟାପ୍‌ ଯାଏ, ଜାଣନ୍ତୁ ଷ୍ଟାଡିୟମ୍‌ରେ କେଉଁଠି ଲାଗିଛି ୫୦ କ୍ୟାମେରା

ଚଳିତ ସିଜନରେ ଉଭୟ ଦଳ ତୃତୀୟ  ଥର ପାଇଁ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚ୍‌ରେ ଟାଇଟନ୍ସ ଆଧିପତ୍ୟ ଜାହିର କରି ବିଜୟୀ ହୋଇଥିଲା । ଏହାପରେ ଉଭୟ ଦଳ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନରେ ରହି ଲିଗ୍‌ ପର୍ଯ୍ୟାୟ ଶେଷ କରିଥିଲେ ।  ପ୍ରଥମ କ୍ୱାଲିଫାୟରରେ ଟାଇଟନ୍ସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ମାହୀ ବାହିନୀ । ସେହିପରି ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ମୁମ୍ବାଇକୁ ଗୁଜରାଟ ହରାଇ ଟାଇଟଲ ଜିତିବାକୁ ପ୍ରସ୍ତୁତ ହୋଇ ରହିଛି ।

CSK vs GT Win Prediction: आ देखें जरा किसमें कितना है दम... चेन्नई के आगे  कहां ठहरती है गुजरात टाइटंस, अब आखिरी जंग - ipl 2023 final csk vs gt winner  prediction

ଅହମ୍ମଦାବାଦରେ ଉଭୟ ଦଳ ଇତି ମଧ୍ୟରେ ୩ଥର ମୁହାଁମୁହିଁ ହୋଇଛନ୍ତି । ଟାଇଟନ୍ସ ସମସ୍ତ ମ୍ୟାଚ୍‌ ଜିତିଛି । ସେହିପରି  ଟାଇଟନ୍ସ ମୋଟ୍  ୯ଟି ମ୍ୟାଚ ଖେଳି ୬ଟିରେ ବିଜୟ  ହାସଲ କରିଛି । ଅନ୍ୟପଟେ ମହୀ-ଆଣ୍ଡ-କୋ ଟାଇଟନ୍ସକୁ ହରାଇବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଜବରଦସ୍ତ ଫର୍ମରେ ଥିବା ଶୁବମନ ଗିଲଙ୍କୁ ଅଟକାଇବାକୁ ପ୍ରୟାସ କରିବ ସିଏସକେ । ଚଳିତ ସିଜନରେ ଗିଲ୍ ୩ଟି ଶତକ ମାରି ବିରୋଧୀ ବୋଲରଙ୍କୁ ଧୂଳି ଚଟାଇ ଦେଇଛନ୍ତି । ୧୬ଟି ମ୍ୟାଚରୁ ୮୫୧ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ ହୋଲ୍ଡର ହୋଇଛନ୍ତି ।

CSK vs GT Dream11 Prediction | IPL 2023 Final Prediction

ଆଜି ମହମ୍ମଦ ସାମି ଓ ସୁପରକିଙ୍ଗ୍‌ସ ଓପନରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ । ସାମି ଇତି  ମଧ୍ୟରେ ଡେଭନ କନୱେଙ୍କୁ ୩ଥର ଆଉଟ୍‌  କରିସାରିଛନ୍ତି । ମହମ୍ମଦ ସାମି ୧୬ଟି ମ୍ୟାଚରୁ ୨୮ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ସେପଟେ ସିଏସକେ ବୋଲର ପଥିରାନାଙ୍କ ସହିତ ଟାଇଟନ୍ସ ଓପନରଙ୍କ ମଧ୍ୟରେ ଲଢେଇ ହେବ । ତେବେ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।

ଚେନ୍ନାଇ ସୁପର କିଙ୍ଗ୍ସ

ଡେଭନ କନଓ୍ବେ, ଋତୁରାଜ ଗାଏକଓ୍ଵାଡ଼, ଆଜିଙ୍କ୍ୟ ରାହାଣେ, ମୋଇନ ଅଲ୍ଲୀ, ଅମ୍ବତି ରାୟୁଡୁ,  ରବୀନ୍ଦ୍ର ଜାଡ଼େଜା, ଏମଏସ ଧୋନୀ, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମହେଶ ତୀକ୍ଷଣା ଏବଂ ମଥିଶା ପାଥିରାନା।

ଗୁଜରାଟ ଟାଇଟନ୍ସ

ଶୁଭମନ ଗିଲ୍, ଋଦ୍ଧିମାନ ଶାହା, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, ଡେଭିଡ୍ ମିଲର, ରାହୁଲ ତେଓ୍ଵତିଆ, ରଶିଦ ଖାନ, ନୁର ଅହମ୍ମଦ, ମହମ୍ମଦ ଶାମି ଏବଂ ମୋହିତ ଶର୍ମା। 

ଏ ଖବର ପଢନ୍ତୁ- ଆଇପିଏଲର ଗୋଟିଏ ମ୍ୟାଚ୍ ବାତିଲ୍ ହେଲେ ହୁଏ କେତେ କୋଟିର କ୍ଷତି? ଜାଣିଲେ ଉଡିଯିବ ହୋସ୍

   Related Posts