IPL 2022: ୩୦୦ତମ ଟି-୨୦ରେ ଶତକ ମାରିଲେ ଜୋସ ବଟଲର, ସିଜିନର ପ୍ରଥମ ସେଞ୍ଚୁରୀ ସହ ଅରେଞ୍ଜ କ୍ୟାପ୍ ହାତେଇଲେ

Published By : Prameya-News7 Bureau | April 02, 2022 IST

ମୁମ୍ଵାଇ ୦୨।୦୪: ଆଇପିଏଲର ନବମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ରାଜସ୍ଥାନ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ଆଠ ଓ୍ଵିକେଟ୍ ହରାଇ ୧୯୩ ରନ କରିଛି। ଦଳ ପକ୍ଷରୁ ଜୋସ ବଟଲର ଆଇପିଏଲରେ ଦ୍ଵିତୀୟ ଶତକ ଅର୍ଜନ କରିଛନ୍ତି। ସେ ୬୮ ବଲ୍‌ରୁ ୧୧ ଚୌକା ଏବଂ ୫ ଛକା ସହ ୧୦୦ ରନର ଦମଦାର ଇନିଂସ  ଖେଳିଛନ୍ତି।

ତାଙ୍କ ଏହି ଇନିଂସ ବଳରେ ରାଜସ୍ଥାନ ୧୯୩ ରନ କରି ପାରିଛି। ଏହି ଇନିଂସ ସହ ବଟଲର ବର୍ତ୍ତମାନ ଅରେଞ୍ଜ କ୍ୟାପକୁ ନିଜ ନାମରେ କରିଛନ୍ତି। ବଟଲର ଏହି ମାମଲାରେ କୋଲକାତା ନାଇଟ୍ ରାଇଡର୍ସର ଆନ୍ଦ୍ରେ ରସେଲଙ୍କୁ ପଛରେ ପକାଇଛନ୍ତି। ରସେଲ ଶୁକ୍ରବାର ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ୭୦ ରନ କରି ଅରେଞ୍ଜ କ୍ୟାପ୍ ହାସଲ କରିଥିଲେ। ତେବେ ବଟଲର ତାଙ୍କୁ ଅତିକ୍ରମ କରିଛନ୍ତି।

{"id":608607,"sizeSlug":"full","linkDestination":"none"}

ବଟଲରଙ୍କ ଏହା ୩୦୦ତମ ଟି-୨୦ ମ୍ୟାଚ୍। ସେ ନିଜର ୩୦୦ତମ ଟି-୨୦ ମ୍ୟାଚ୍‌ରେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି। ବଟଲର ଚଳିତ ଆଇପିଏଲରେ ପ୍ରଥମ ଶତକ ଅର୍ଜନ କରିଛନ୍ତି। ବଟଲରଙ୍କ ଆଇପିଏଲରେ ଏହା ଦ୍ଵିତୀୟ ଶତକ। ଏହା ପୂର୍ବରୁ ୨୦୨୧ରେ ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୨୪ ରନର ଇନିଂସ ଖେଳିଥିଲେ। ମୋଟାମୋଟି ଟି-୨୦ ଫର୍ମାଟରେ ବଟଲରଙ୍କ ଏହା ତୃତୀୟ ଶତକ।

ବଟଲର ଆଇପିଏଲରେ ଶତକ ମାରିବାରେ ଚତୁର୍ଥ ଇଂରେଜ ବ୍ୟାଟସମ୍ୟାନ। ଏହା ପୂର୍ବରୁ କେଭିନ ପିଟରସନ, ବେନ ଷ୍ଟୋକ୍ସ ଏବଂ ଜୋନି ବେୟାରଷ୍ଟୋ ଏମିତି  କରି ସାରିଛନ୍ତି। ପିଟରସନ ୨୦୧୨ ଆଇପିଏଲ, ଷ୍ଟୋକ୍ସ ୨୦୧୭ ଏବଂ ୨୦୨୦ ଆଇପିଏଲ, ବେୟାରଷ୍ଟୋ ୨୦୧୯ ଆଇପିଏଲରେ ଶତକୀୟ ଇନିଂସ ଖେଳିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.