oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

IPL 2022: ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ବେଙ୍ଗାଲୁରୁ, ଟୁର୍ଣ୍ଣାମେଣ୍ଟରୁ ଲକ୍ଷ୍ନୌର ବିଦାୟ

26/05/2022 at 12:20 AM

କୋଲକାତା: ଏଲିମିନେଟରର ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବୃଥା ହେଲା ଅଧିନାୟକ କେଏଲ ରାହୁଲଙ୍କ ଅଧିନାୟକତ୍ଵ ଇନିଂସ। ରଜତ ପାଟିଦାରଙ୍କ ଅପରାଜିତ ଶତକ ବଳରେ ବେଙ୍ଗାଲୁରୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଲକ୍ଷ୍ନୌକୁ ୧୪ ରନରେ ପରାସ୍ତ କରିଛି। ଏହି ବିଜୟ ସହ ବେଙ୍ଗାଲୁରୁ କ୍ଵାଲିଫାୟର-୨କୁ ଉନ୍ନିତ ହୋଇଛି। ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଏବେ କ୍ଵାଲିଫାୟର-୨ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ରଜତ ପାଟିଦାରଙ୍କ ଅପରାଜିତ ୧୧୨ ରନ ବଳରେ ୪ ଓ୍ଵିକେଟ୍ ହରାଇ ୨୦୭ ରନ କରିଥିଲା। ଜବାବରେ ଲକ୍ଷ୍ନୌ ୬ ଓ୍ଵିକେଟ୍ ହରାଇ ୧୯୩ ରନରେ ସୀମିତ ରହିଛି। ଲୋକେଶ ରାହୁଲ ୭୯ ରନ କରିଥିବା ବେଳେ ଦୀପକ ହୁଡ୍ଡା ୪୫ ରନ କରିଛନ୍ତି। ଜୋସ୍ ହେଜେଲଉଡ ୩ ଓ୍ଵିକେଟ୍ ନେଇଛନ୍ତି।

୨୦୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ୮ ରନ ସ୍କୋରରେ ଡିକକଙ୍କ(୬)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ମନନ ଭୋରା ୧୯ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ କେଏଲ ରାହୁଲ ଏବଂ ଦୀପକ ହୁଡ୍ଡା ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଉଭୟ ଦୃତୀୟ ଓ୍ଵିକେଟ୍‌ରେ  ୯୬ ରନ ଯୋଡି ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଦଳୀୟ ସ୍କୋର ୧୩୭ ରନରେ ଦୀପକ ହୁଡ୍ଡା ୨୬ ବଲରୁ ୧ ଚୌକା ଏବଂ ୪ ଛକା ସହାୟତାରେ ୪୫ ରନ କରି ପାଭିଲିୟନ ଥିଲେ। ଷ୍ଟୋଇନିସ୍ ୯ ରନ କରିଥିଲେ।  

ଅନ୍ୟପଟେ ଲୋକେଶ ରାହୁଲ ଗୋଟିଏ ପଟେ ଇନିଂସ ସମ୍ଭାଳିଥିଲେ। ହେଲେ ଶେଷ ଆଡକୁ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ଲକ୍ଷ୍ନୌ  ବିଜୟ ଲକ୍ଷ୍ୟଠୁ ଦୂରେଇ ଯାଇଥିଲା। ଲୋକେଶ ରାହୁଲ ୫୮ ବଲରୁ ୩ ଚୌକା ଏବଂ ୫ ଛକା ସହ ୭୯ ରନ କରି ଆଉଟ୍ ହୋଇଥିଲେ। ରାହୁଲଙ୍କ ବିଦାୟ ପରେ ଲକ୍ଷ୍ନୌ ବିଜୟରୁ ଦୂରେଇ ଯାଇଥିଲା। ଶେଷରେ ଦଳ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରି ପାରିଛି। ବେଙ୍ଗାଲୁରୁ ତରଫରୁ ଜୋସ୍ ହେଜେଲଉଡ ୪୩ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି।

ବେଙ୍ଗାଲୁରୁ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୪ ରନ ସ୍କୋରରେ ଅଧିନାୟକ ଡୁ ପ୍ଲେସିସ(୦)ଙ୍କ ଓ୍ଵିକେଟ୍ ହରାଇଥିଲା। ବିରାଟ କୋହଲି ଏବଂ ରଜତ ପାଟିଦାର ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୭୦ ରନ ଯୋଡିଥିଲେ। କୋହଲି ୨୫ ରନ କରି ଆଉଟ୍ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ(୯) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ମହିପାଲ ଲୋମରୋର ୧୪ ରନ କରି ଆଉଟ୍ ହୋଇଥିଲେ। ୧୧୫ ରନରେ ୪ ଓ୍ଵିକେଟ୍ ହରାଇବା ପରେ କ୍ରିଜରେ ଜମି ରହିଥିବା ରତଜ ପାଟିଦାର ଏବଂ ଦିନେଶ କାର୍ତ୍ତିକ ଦଳର ଇନିଂସକୁ ଆଗକୁ ବଢାଇଥିଲେ।

ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଦଳର ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଏହି କ୍ରମରେ ପାଟିଦାର ଆଇପିଏଲରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ପଞ୍ଚମ ଓ୍ଵିକେଟରେ ୯୨ ରନ ଯୋଡି ଦଳର ସ୍କୋରକୁ ୪ ଓ୍ଵିକେଟରେ ୨୦୭ରେ ପହଞ୍ଚାଇଛନ୍ତି। ପାଟିଦାର ୫୪ ବଲରୁ ୧୨ ଚୌକା ଏବଂ ୭ ଛକା ସହ ୧୧୨ ଏବଂ କାର୍ତ୍ତିକ ୨୩ ବଲରୁ ୫ ଚୌକା ଏବଂ ୧ ଛକା ସହୟତାରେ ୩୭ ରନ କରି ଅପରାଜିତ ଥିଲେ।  

   Related Posts