oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

IPL 2022: ଟସ୍ ଜିତି ପଞ୍ଜାବ କିଙ୍ଗ୍ସର ବୋଲିଂ ନିଷ୍ପତ୍ତି, ଏମିତି ରହିଛି ଦୁଇ ଦଳର ଚୂଡାନ୍ତ ଏକାଦଶ

29/04/2022 at 7:15 PM

ପୁନେ: ଆଇପିଏଲର ୪୨ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ପଞ୍ଜାବ କିଙ୍ଗ୍ସ। ଲକ୍ଷ୍ନୌ ୮ଟି ମ୍ୟାଚରୁ ୫ ବିଜୟ ସହ ତାଲିକାର ଚତୁର୍ଥରେ ଥିବା ବେଳେ ପଞ୍ଜାବ ୮ଟି ମ୍ୟାଚରୁ ୪ ବିଜୟ ସହ ସପ୍ତମ ସ୍ଥାନରେ ରହିଛି। ଉଭୟ ଦଳ ଏହି ମ୍ୟାଚ୍ ଜିତି ପ୍ଲେ ଅଫ ଆଶାକୁ ଦୃଢ କରିବାକୁ ଚେଷ୍ଟା କରିବେ। ଦୁଇ ଟିମ୍ ମଧ୍ୟରେ ମୁକାବିଲା ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ମୁକାବିଲାରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରିବ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଲକ୍ଷ୍ନୌର ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି। ମନୀଷ ଦଳରୁ ବାଦ୍ ପଡିଥିବା ବେଳେ ଦଳକୁ ଫେରିଛନ୍ତି ଅଭେଶ ଖାନ।  ପଞ୍ଜାବର ଚୂଡାନ୍ତ ଏକାଦଶରେ କୌଣସି  ପରିବର୍ତ୍ତନ କରାଯାଇ ନାହିଁ।

ପଞ୍ଜାବ କିଙ୍ଗ୍ସ – ମୟଙ୍କ ଅଗ୍ରୱାଲ (ଅଧିନାୟକ), ଶିଖର ଧାୱନ, ଭାନୁକା ରାଜପକ୍ଷେ, ଜନି ବେୟାରଷ୍ଟୋ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା (ଓ୍ଵିକେଟ୍ କିପର), ଋଷି ଧାୱନ, କାଗିସୋ ରାବାଡା, ରାହୁଲ ଚହର, ସନ୍ଦୀପ ଶର୍ମା, ଅର୍ଶଦୀପ ସିଂ।

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ– କ୍ୱିଣ୍ଟନ୍ ଡି କକ୍ (ଓ୍ଵିକେଟ୍ କିପର), କେ.ଏଲ୍ ରାହୁଲ (ଅଧିନାୟକ), ଦୀପକ ହୁଡା, ମାର୍କସ୍ ଷ୍ଟୋଇନିସ୍, ଆୟୁଷ ବାଦୋନି, କ୍ରୁଣାଲ ପାଣ୍ଡ୍ୟା, ଜାସନ ହୋଲ୍ଡର, ଦୁଷ୍ମାନ୍ଥା ଚମିରା, ରବି ବିଷ୍ଣୋଇ, ଅଭେଶ ଖାନ, ମୋହସିନ୍ ଖାନ୍।

   Related Posts