oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

IPL 2022: ଆଜି GT Vs LSG ମୁକାବିଲା, ପ୍ରଥମ ଥର ମୁହାଁମୁହିଁ ହେବେ ପାଣ୍ଡ୍ୟା ବ୍ରଦର୍ସ        

28/03/2022 at 5:24 PM

ମୁମ୍ବାଇ ୨୮।୦୩: ଆଇପିଏଲ ୨୦୨୨ରେ ସୋମବାର ମୁହାଁମୁହିଁ ହେବେ ଦୁଇ ନୂତନ ଦଳ ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ଗୁଜରାଟ ଟାଇଟନ୍ସ। ଏହା ସହିତ  ଟୁର୍ଣ୍ଣାମେଣ୍ଟରେ ଦୁଇ ଭାଇ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃଣାଲ ପାଣ୍ଡ୍ୟାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ। ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର ନେତୃତ୍ଵ ନେଉଥିବା ବେଳେ କୃଣାଲ ଲକ୍ଷ୍ନୌ ଦଳର ସଦସ୍ୟ।

ଆଇପିଏଲ ଇତିହାସରେ ପ୍ରଥମ ଥର ଏହି ଦୁଇ ଭାଇଙ୍କୁ ପରସ୍ପର ବିରୋଧରେ ଖେଳୁଥିବା ଦର୍ଶକ ଦେଖିବାକୁ ପାଇବେ। ଏହା ପୂର୍ବରୁ ହାର୍ଦ୍ଦିକ ଓ କୃଣାଲ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ଆସୁଥିଲେ। ତେବେ ଏଥର ମେଗା ନିଲାମ ପରେ ଦୁଇ ଭାଇ ଭିନ୍ନ ଭିନ୍ନ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିବେ।

ଗୁଜରାଟ ଟାଇଟନ୍ସର ନେତୃତ୍ଵ ଦାୟିତ୍ଵ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଥିବା ବେଳେ ଲକ୍ଷ୍ନୌ ସୁପର ଜାୟଣ୍ଟସର ଅଧିନାୟକ ଦାୟିତ୍ଵ କେଏଲ ରାହୁଲଙ୍କ ଉପରେ ରହିଛି। ମେଗା ନିଲାମରେ ଗୁଜରାଟ କୃଣାଲଙ୍କ ଉପରେ ଦୁଇ ଥର ଡାକ ପକାଇଥିଲା। ହେଲେ ଶେହରେ ଲକ୍ଷ୍ନୌ ଟିମ୍ ବାଜି ମାରି ନେଇଥିଲା।

ହାର୍ଦ୍ଦିକଙ୍କୁ ଅହମ୍ମଦାବାଦ ଫ୍ରାଞ୍ଚାଇଜି ମେଗା ନିଲାମ ପୂର୍ବରୁ ୧୫ କୋଟି ଟଙ୍କାରେ ଡ୍ରାଫ୍ଟ କରିଥିଲା। ଅନ୍ୟପଟେ କୃଣାଲ ପାଣ୍ଡ୍ୟାଙ୍କୁ ମେଗା ନିଲାମରେ ଲକ୍ଷ୍ନୌ ଫ୍ରାଞ୍ଚାଇଜି ୮.୨୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଥିଲା। ହାର୍ଦ୍ଦିକ ଓ କୃଣାଲ ଦୁଇ ଭାଇ କ୍ରିକେଟ୍‌ରେ ବହୁତ ସଂଘର୍ଷ କରିଛନ୍ତି। ଦୀର୍ଘ ବର୍ଷ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଛନ୍ତି। ମୁମ୍ବାଇକୁ ୫ ଥର ଚମ୍ପିଆନ କରାଇବାରେ ଉଭୟଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।

   Related Posts