IPL 2022: ଟସ୍ ଜିତି କେକେଆରର ବୋଲିଂ ନିଷ୍ପତ୍ତି, ଖେଳିବେ ପାଟ କମିନ୍ସ, ମୁମ୍ବାଇକୁ ଫେରିଲେ ସୂର୍ଯ୍ୟକୁମାର ଯାଦବ

Published By : Prameya-News7 Bureau | April 06, 2022 IST

ମୁମ୍ବାଇ, ୦୬।୦୪ : ଚଳିତ ଆଇପିଏଲ୍‌ର ୧୪ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପ୍ରଥମ ୨ଟି ମ୍ୟାଚ୍‌ରେ ପରାଜିତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଖାତା ଖୋଲିବାକୁ ବ୍ୟାକୁଳ । ହେଲେ ବୋଲିଂ ବିଭାଗକୁ ନେଇ ଦଳର ଚିନ୍ତା ବଢି ଚାଲିଛି । ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି।  କେକେଆରକୁ ପାଟ୍ କମିନ୍ସ ଫେରିଥିବା ବେଳେ ମୁମ୍ବାଇକୁ ଫେରିଛନ୍ତି ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ। ଡେଓ୍ଵାର୍ଲ୍ଡ ବ୍ରେଭିସ ଅର୍ଥାତ ଜୁନିୟର ଡିଭିଲିୟର୍ସଙ୍କୁ ମୁମ୍ବାଇ ଚୂଡାନ୍ତ ଏକାଦଶରେ ସାମିଲ୍ କରିଛି। କୋଲକାତା ଦଳରେ ମଧ୍ୟ ଦୁଇଟି ପରିବର୍ତ୍ତନ ହୋଇଛି। ଟିମ୍ ସାଉଦିଙ୍କ ସ୍ଥାନରେ ପାଟ୍ କମିନ୍ସ ଏବଂ ଶିବମ ମାଭିଙ୍କ ଜାଗାରେ ରଶିଖ ସଲାମଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।

ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିଲା । ପ୍ରଥମ ମ୍ୟାଚ୍‌ରେ ଡେଥ୍‌ ବୋଲିଂରେ ତ୍ରୁଟି ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହାତଛଡ଼ା କରିଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଇଶାନ କିଷନ ଓ ତିଳକ ବର୍ମା ଅର୍ଦ୍ଧଶତକ ଅର୍ଜନ କରି ବିଜୟ ଆଶା ସଂଚାର କରିଥିଲେ । ଶେଷ ୬ ଓଭରରେ ଦଳ ବିଜୟ ପାଇଁ ୬୫ ରନ୍‌ ଆବଶ୍ୟକ କରୁଥିଲା । କିଷନ ଓ ତିଳକ ଆଉଟ୍‌ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଧରାଶାୟୀ ହୋଇଥିଲା । ନାଇଟ୍‌ ରାଇଡର୍ସକୁ ହରାଇବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ନାଇଟ୍‌ ରାଇଡର୍ସ ଇତି ମଧ୍ୟରେ ୩ଟି ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇ ସାରିଛି । ଦଳର ମନୋବଳ ଶିଖର ଛୁଇଁଛି ।

ସବୁ ବିଭାଗରେ ଦଳର ପ୍ରଦର୍ଶନ ମଧ୍ୟ ଉନ୍ନତ ରହିଛି । ଉମେଶ ଯାଦବ ସମ୍ପ୍ରତି ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଇଛନ୍ତି । ପ୍ୟାଟ୍‌ କମିନ୍ସ ଖେଳିବା ସମ୍ଭାବନା ରହିଛି । ଫଳରେ ନାଇଟ୍‌ ରାଇଡର୍ସର ବୋଲିଂ ବିଭାଗର ଶକ୍ତି ଦ୍ୱିଗୁଣିତ ହେବ । ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ଅନ୍ୟ ସବୁ ଦଳର ଚିନ୍ତା ବଢାଇ ଦେଇଛି । ଆସନ୍ତା କାଲି ସୂର୍ଯ୍ୟକୁମାର ଯାଦବ ଖେଳିବା ଆଶା କରାଯାଉଛି । ସୂର୍ଯ୍ୟଙ୍କ ଉପସ୍ଥିତି ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ବିଭାଗକୁ ସଦୃଢ କରିବ । ଏନସିଏ ଦ୍ୱାରା ଫିଟ୍‌ ଘୋଷିତ ହୋଇଥିଲେ ହେଁ ସୂର୍ଯ୍ୟକୁମାର ଏପର୍ଯ୍ୟନ୍ତ ମ୍ୟାଚ୍‌ ଖେଳି ନାହାନ୍ତି । ଇଶାନ କିଷନ ଓ ତିଳକ ବର୍ମା ଫର୍ମରେ ରହିଛନ୍ତି । କେବଳ ରୋହିତ ଶର୍ମା ସଫଳ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ସହଜରେ ବିଶାଳ ସ୍କୋର ସଂଗ୍ରହ କରିପାରିବ ।

ମୁମ୍ବାଇ ଇଣ୍ଡିଆନ୍ସ
ଇଶାନ କିଷନ(ଓ୍ଵିକେଟ୍ କିପର), ରୋହିତ ଶର୍ମା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କିରେନ ପୋଲାର୍ଡ, ଡାନିଏଲ ସାମ୍ସ, ଡେଓ୍ଵାର୍ଲ୍ଡ ବ୍ରେଭିସ, ମୁରୁଗାନ ଅଶ୍ଵିନ, ଯଶପ୍ରୀତ ବୁମରା, ଟାଇମଲ ମିଲ୍ସ, ବାସିଲ ଥମ୍ପି।

କୋଲକାତା ନାଇଟ୍ ରାଇଡର୍ସ

ଅଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର, ଶ୍ରେୟସ୍‌ ଆୟର (ଅଧିନାୟକ),ସାମ୍‌ ବିଲିଙ୍ଗସ୍, ନୀତିଶ ରାଣା, ଆନ୍ଧ୍ରେ ରସେଲ, ସୁନୀଏ ନାରିନ୍, ପ୍ୟାଟ୍‌ କମିନ୍ସ, ଉମେଶ ଯାଦବ, ରସିକ୍‌ ସଲାମ ଏବଂ ବରୁଣ ଚକ୍ରବର୍ତ୍ତୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.