IPL 2022: ମ୍ୟାନ୍ ଅଫ୍ ଦ ମ୍ୟାଚ୍‌ଠୁ ନେଇ ଏମର୍ଜିଂ ପ୍ଲେୟାର ଅଫ ଦ ସିଜିନ୍ ପର୍ଯ୍ୟନ୍ତ, ଦେଖନ୍ତୁ ଆଓ୍ଵାର୍ଡ ବିଜେତାଙ୍କ ପୂରା ତାଲିକା

Published By : Prameya-News7 Bureau | May 30, 2022 IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ର  ଟାଇଟଲ୍ ଜିତିଲା ଗୁଜରାଟ୍ ଟାଇଟନ୍ସ। ରାଜସ୍ଥାନ ରୟାଲ୍ସକୁ ସାତ ଓ୍ଵିକେଟରେ ହରାଇ ନିଜର ପଦାର୍ପଣରେ ସଂସ୍କରଣରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି ଗୁଜରାଟ। ଆଉ ରାଜସ୍ଥାନର ଦୀର୍ଘ ୧୩ ବର୍ଷ ପରେ ଟାଇଟଲ୍ ଜିତିବାର ସ୍ଵପ୍ନ ଅଧୁରା ରହି ଯାଇଛି। ତେବେ ଆସନ୍ତୁା ଜାଣିବା ଆଇପିଏଲ ୨୦୨୨ର ଫାଇନାଲ୍ ମ୍ୟାଚ୍ ଏବଂ ପୁରା ସଂସ୍କରଣରେ କେଉଁ ଖେଳାଳିଙ୍କୁ କେଉଁ ପୁରସ୍କାର ମିଳିଛି। ଉମରାନ ମଲିକଙ୍କୁ ଇମର୍ଜିଂ ପ୍ଲେୟାର ଅଫ ଦ ସିଜିନ ମିଳିଥିବା ବେଳେ ଦିନେଶ କାର୍ତ୍ତିକଙ୍କୁ ସୁପର ଷ୍ଟ୍ରାଇକର ଅଫ ଦ ସିଜିନ ଚୟନ କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଫାଇନାଲ୍ ମ୍ୟାଚରେ ମ୍ୟାନ୍ ଅଫ ମ୍ୟାଚ୍ ବିବେଚିତ ହୋଇଛନ୍ତି। ପୁରସ୍କାର ସମାରୋହରେ ବଟଲର ଛାଇଯିବା ସହ ପାଞ୍ଚଟି ଆଓ୍ଵାର୍ଡ ପୋଛି ନେଇଛନ୍ତି।

IPL 2022 Final Full List of Awards

ସୁପର ଷ୍ଟ୍ରାଇକର ଅଫ ଦ ମ୍ୟାଚ୍- ଡେଭିଡ୍ ମିଲର

ଗେମ ଚେଞ୍ଜର ଅଫ ଦ ମ୍ୟାଚ୍- ହାର୍ଦ୍ଦିକ ପାଣ୍ଡ୍ୟା

ସର୍ବାଧିକ ଛକା- ଜୋସ୍ ବଟଲର

ପାଓ୍ଵାର ପ୍ଲେୟାର ଅଫ ଦ ମ୍ୟାଚ୍- ଟ୍ରେଣ୍ଟ ବୋଲ୍ଟ

ମୋଷ୍ଟ ଭେଲ୍ୟୁଏବଲ ଆସେଟ୍ ଅଫ ଦ ମ୍ୟାଚ୍- ହାର୍ଦ୍ଦିକ ପାଣ୍ଡ୍ୟା

ଫାଷ୍ଟେଷ୍ଟ ଡେଲିଭରୀ ଅଫ ଦ ମ୍ୟାଚ୍- ଲୋକି ଫର୍ଗ୍ୟୁସନ

ସବୁଠୁ ଅଧିକ ଚୌକା- ଜୋସ୍ ବଟଲର

ପ୍ଲେୟାର ଅଫ ଦ ମ୍ୟାଚ୍- ହାର୍ଦ୍ଦିକ ପାଣ୍ଡ୍ୟା

ଏମର୍ଜିଂ ପ୍ଲେୟାର ଅଫ ଦ ସିଜିନ- ଉମରାନ ମଲିକ, ୧୦ ଲକ୍ଷ ଟଙ୍କା
ସିକ୍ସେସ୍ ଅଫ ଦ ସିଜିନ- ଜୋସ ବଟଲର, ୧୦ ଲକ୍ଷ ଟଙ୍କା

ସୁପର ଷ୍ଟ୍ରାଇକର ଅଫ ଦ ସିଜିନ- ଦିନେଶ କାର୍ତ୍ତିକ(ଟାଟା ପଞ୍ଚ କାର ଜିତିଲେ)

ଗେମ୍ ଚେଞ୍ଜର ଅଫ ଦ ସିଜିନ- ଜୋସ୍ ବଟଲର

ଫେୟାରପ୍ଲେ ଆଓ୍ଵାର୍ଡ- ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ

ଫାଷ୍ଟେଷ୍ଟ ଡେଲିଭରି ଅଫ ଦ ସିରିଜ- ଲୋକି ଫର୍ଗ୍ୟୁସନ, ୧୦ ଲକ୍ଷ ଟଙ୍କା

ଫୋର୍ସ ଅଫ ଦ ସିଜିନ- ଜୋସ୍ ବଟଲର, ୧୦ ଲକ୍ଷ ଟଙ୍କା

ପର୍ପଲ କ୍ୟାପ୍- ୟୁଜବେନ୍ଦ୍ର ଚହଲ, ୧୦ ଲକ୍ଷ ଟଙ୍କା

ଓରେଞ୍ଜ କ୍ୟାପ୍- ଜୋସ୍ ବଟଲର, ୧୦ ଲକ୍ଷ ଟଙ୍କା

ବେଷ୍ଟ କ୍ୟାଚ୍ ଅଫ ଦ ସିଜିନ- ଏଭିନ ଲୁଇସ୍, ୧୦ ଲକ୍ଷ ଟଙ୍କା

ମୋଷ୍ଟ ଭେଲ୍ୟୁଏବଲ ପ୍ଲେୟାର- ଜୋସ୍ ବଟଲର, ୧୦ ଲକ୍ଷ ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.