oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

IPL 2022: ଓ୍ଵାର୍ଣ୍ଣରଙ୍କ ଧୂଆଁଧାର ବ୍ୟାଟିଂ, ପଞ୍ଜାବ କିଙ୍ଗ୍ସକୁ ୯ ଓ୍ଵିକେଟ୍‌ରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

20/04/2022 at 10:26 PM

ମୁମ୍ବାଇ ୨୦।୦୪: କରୋନା ଭାଇରସ୍ ପ୍ରକୋପ ଦେଇ ଗତି କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ଆଇପିଏଲର ୩୨ ତମ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି। ଦଳ ପଞ୍ଜାବ କିଙ୍ଗ୍ସକୁ ୯ ଓ୍ଵିକେଟରେ ହରାଇ ଷଷ୍ଠ ମ୍ୟାଚରୁ ତୃତୀୟ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୧୫ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଦିଲ୍ଲୀ ମାତ୍ର ୧୦.୩ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଡେଭିଡ୍ ଓ୍ଵାର୍ଣ୍ଣର ଧୂଆଁଧାର ବ୍ୟାଟିଂ କରି ୩୦ ବଲରୁ ୧୦ ଚୌକା ଏବଂ ୧ ଛକା ସହ ୬୦ ରନରେ ଅପରାଜିତ ରହି ଦଳକୁ ସହଜ ବିଜୟ ଦେଇଛନ୍ତି। ପୃଥ୍ଵୀ ଶ ୨୦ ବଲରୁ ୭ ଚୌକା ଏବଂ ୧ ଛକା ସହ ୪୧ ରନ କରିଛନ୍ତି।

୧୧୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦୁଇ ଓପନର ପୃଥ୍ଵୀ ଶ ଏବଂ ଡେଭିଡ୍ ଓ୍ଵାର୍ଣ୍ଣର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ୬.୩ ଓଭରରେ ୮୩ ରନ ଯୋଡିଥିଲେ। ପୃଥ୍ଵୀ ଶ ୨୦ ବଲରୁ ୭ ଚୌକା ଏବଂ ୧ ଛକା ସହ ୪୧ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଓ୍ଵାର୍ଣ୍ଣର ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୦ ବଲରୁ ୧୦ ଚୌକା ଏବଂ ୧ ଛକା ସହ ୬୦ ରନରେ ଅପରାଜିତ ରହି ଦଳକୁ ସହଜ ବିଜୟ ଦେଇଛନ୍ତି। ଦିଲ୍ଲୀ ମାତ୍ର ୧୦.୩ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସର ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରିପାରିନଥିଲା। ଆଇପିଏଲର ୩୨ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ୧୧୫ ରନରେ ଅଲଆଉଟ୍ ହୋଇଥିଲା। ଦିଲ୍ଲୀ ସମ୍ମୁଖରେ ରହିଥିଲା ୧୧୬ ରନର ସହଜ ବିଜୟ ଲକ୍ଷ୍ୟ। ପଞ୍ଜାବ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ  ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ପକ୍ଷରୁ ଜିତେଶ ଶର୍ମା ସର୍ବାଧିକ ୩୨ ରନ କରିଥିବା ବେଳେ ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ ୨୪ ରନ କରିଥିଲେ। ଅକ୍ଷର ପଟେଲ୍ ମାତ୍ର ୧୦ ରନ ଦେଇ ୨ଟି, କୁଲଦୀପ ଯାଦବ ୨୪ ରନ ଦେଇ ୨ଟି, ଖଲିଲ ଅହମ୍ମଦ ୨୧ ରନ ଦେଇ ୨ ଏବଂ ଲଳିତ ଯାଦବ ମାତ୍ର ୧୧ ରନ ଦେଇ ୨ଟି ସଫଳତା ହାସଲ କରିଥିଲେ। ବୋଲରଙ୍କ ସାମୂହିକ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଜାବ କିଙ୍ଗ୍ସକୁ ବଡ ସ୍କୋର କରିବାକୁ ଦେଇ ନଥିଲେ।

   Related Posts