oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

IPL 2022: ଉଦଘାଟନୀ ମ୍ୟାଚ୍‌ରେ ଚମକିଲେ ମାହି, ମାରିଲେ ଅର୍ଦ୍ଧଶତକ, କେକେଆର ସାମ୍ନାରେ ୧୩୨ ରନ ଟାର୍ଗେଟ୍

26/03/2022 at 9:19 PM

ମୁମ୍ବାଇ ୨୬।୦୩: ଆରମ୍ଭ ହୋଇଗଲା ଆଇପିଏଲ ମହାସମର। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡି ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ। ଉଦଘାଟନୀ ମୁକାବିଲାରେ ଚମକିଛନ୍ତି ମହେନ୍ଦ୍ର ସିଂହ ଧୋନୀ। ପୂର୍ବତନ ଅଧିନାୟକଙ୍କ ଦମଦାର ବ୍ୟାଟିଂ ବଳରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୩୧ ରନ କରିଛି। ପ୍ରଥମ ମ୍ୟାଚ୍  ଜିତିବା ପାଇଁ କୋଲକାତା ସାମ୍ନାରେ ରହିଛି ୧୩୨ ରନ ବିଜୟ ଲକ୍ଷ୍ୟ। ଧୋନୀ ୩୮ ବଲ୍‌ରୁ ୫୦ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଅଧିନାୟକ ରବୀନ୍ଦ୍ର ଜାଡେଜା ୨୬ ରନରେ ଅପରାଜିତ ଥିଲେ। ଷଷ୍ଠ ଓ୍ଵିକେଟ୍‌ରେ ଦୁଇ ବ୍ୟାଟସମ୍ୟାନ ୭୦ ରନ ଯୋଡିଛନ୍ତି। କୋଲକାତା ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ଜିତି କେକେଆର ଅଧିନାୟକ ଶ୍ରେୟସ ଆୟର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ବୋଲର ତାଙ୍କ ନିଷ୍ପତ୍ତିକୁ ଯଥାର୍ଥ ପ୍ରତିପାଦନ କରିଛନ୍ତି। ପ୍ରଥମ ଓଭରରେ ଚେନ୍ନାଇକୁ ବଡ ଝଟକା ଲାଗିଥିଲା। ଗତ ସିଜିନର ଅରେଞ୍ଜ କ୍ୟାପ୍ ବିଜେତା ଋତୁରାଜ ଗାଏକଓ୍ଵାଡ ଖାତା ଖୋଲିବା ପୂର୍ବରୁ ଉମେଶ ଯାଦବଙ୍କ ବଲରେ ଆଉଟ୍ ହୋଇଥିଲେ। ଏହାପରେ ଡେଭନ କନଓ୍ଵେ(୩) ମଧ୍ୟ ବିଫଳ ହୋଇଥିଲେ। ୨୮ ରନରେ ଓପନରଙ୍କ ଆଉଟ୍ ପରେ ରବିନ ଉଥପ୍ପା କିଛି ସମୟ ଇନିଂସ ସମ୍ଭାଳିଥିଲେ। ହେଲେ ସେ ଅଧି ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୨୧ ବଲରୁ ୨ ଚୌକା ଏବଂ ୨ ଛକା ସହ ୨୮ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଅମ୍ବାତି ରାୟୁଡୁ ୧୫ରନ ଓ ଶିବମ୍‌ ଦୁବେ ୩ ରନ କରି ଆଉଟ ହୋଇଥିଲେ ।

୬୧ ରନରେ ୫ ଓ୍ଵିକେଟ୍ ହରାଇବା ପରେ ମୁସ୍କିଲରେ ପଡିଥିବା ଚେନ୍ନାଇର ମଙ୍ଗ ଧରିଥିଲେ ମହେନ୍ଦ୍ର ସିଂହ ଧୋନୀ ଏବଂ ଅଧିନାୟକ ଜାଡେଜା। ଉଭୟ ଷଷ୍ଠ ଓ୍ଵିକେଟରେ ୭୦ ରନ ଯୋଡିଥିଲେ। ଧାେନୀ ୭ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୫୦ ରନ କରି ଅପରାଜିତ ଥିବା ବେଳେ, ଅଧିନାୟକ ରବୀନ୍ଦ୍ର ଜାଡେଜା ୨୬ ରନ କରି ଅପରାଜିତ ଅଛନ୍ତି ।

କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଉମେଶ ଯାଦବ ୪ ଓଭରରେ ୨୦ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେଳେ, ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୩ ରନ ୧ ଓ୍ବିକେଟ୍, ସୁନୀଲ ନାରିନ୍‌ ୪ ଓଭରରେ୧୫ରନ, ଶିବମ୍‌ ମାଭି ୪ ଓଭରରେ ୩୫ରନ, ଆନ୍ଧ୍ରେ ରସେଲ୪ ଓଭରରେ ୩୮ରନ ଦେଇ ୧ ଓ୍ବିକେଟ୍‌ ନେଇଛନ୍ତି ।

   Related Posts