oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

IPL 2022 Closing Ceremony: ଆଇପିଏଲ ଉଦଯାପନୀ ସମାରୋହକୁ ରଙ୍ଗୀନ କରିବେ ରଣବୀରଙ୍କ ସମେତ ଏହି କଳାକାର

28/05/2022 at 3:58 PM

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର  ଲିଗ୍(ଆଇପିଏଲ)ର ଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ। ମେ ୨୯ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟାଇଟଲ୍ ମୁକାବିଲା ଖେଳାଯିବ। ଫାଇନାଲ୍ ମ୍ୟାଚ୍ ରାତି ୮ଟାରେ ଆରମ୍ଭ ହେବ କାରଣ ମୁକାବିଲା ପୂର୍ବରୁ ଉଦଯାପନୀ ସମାରୋହ ଆୟୋଜନ କରାଯିବ।

ଆଇପିଏଲ ୨୦୨୨ର ଉଦଯାପନୀ ଉତ୍ସବ ପ୍ରାୟ ୪୫ ମିନିଟ୍‌ର ରହିବ। ଆଇପିଏଲ ୨୦୧୮ ପରେ ଏହି ଉଦଯାପନୀ ସମାରୋହ ଆୟୋଜନ ହେବାକୁ  ଯାଉଛି। ୨୦୧୯ରେ ପୁଲଓ୍ଵାମା ହମଲାର ସହିଦଙ୍କ ଶୋକରେ ଏବଂ  ୨୦୨୦ ଓ ୨୦୨୧ କରୋନା ଯୋଗୁଁ ଉଦଯାପନୀ ସମାରୋହ ଆୟୋଜନ କରାଯାଇନଥିଲା।

ରଣବୀର-ଏଆର ରେହମାନ କରିବେ ପରଫର୍ମ

ଉଦଯାପନୀ ଉତ୍ସବରେ ଓସ୍କାର ପୁରସ୍କାର ବିଜେତା ପ୍ରସିଦ୍ଧ ସଙ୍ଗୀତକାର ଏଆର ରେହମାନ ଏବଂ ବଲିଉଡ ଅଭିନେତା ରଣବୀର ସିଂହ ପରିବେଷଣ କରିବେ। ଏହା ବ୍ୟତୀତ ଝାଡଖଣ୍ଡର ଛଉ ନୃତ୍ୟର କଳାକାର ନୃତ୍ୟ ପରିବେଷଣ କରିବେ। ଫାଇନାଲ୍ ମୁକାବିଲାର ପ୍ରଥମ ଇନିଂସର ଦ୍ଵିତୀୟ ଷ୍ଟାଟେଜିକ ଟାଇମ୍ ଆଉଟ୍ ସମୟରେ ଲାଲ ସିଂହ ଚଡ୍ଡା ଫିଲ୍ମର ଟ୍ରେଲର ରିଲିଜ୍ ହେବ।

ପ୍ରଭାତ କୁମାର ମହତୋଙ୍କ ନେତୃତ୍ଵରେ ୧୦ ଜଣିଆ ଛଅ ନୃତ୍ୟୁ ଦଳ ମେ ୨୪ରେ ଗୁଜରାଟରେ ପହଞ୍ଚି ସାରିଛନ୍ତି। ଏହି ଦଳ ଭୂଟାନ, ୟୁଏଇ ଏବଂ ଚୀନ ପରି ଦେଶଗୁଡକରେ ନିଜ କଳାର ପ୍ରଦର୍ଶନ କରି ସାରିଛନ୍ତି। ବିସିସିଆଇ ଦଳର ଏହି ଯାତ୍ରା ପାଇଁ ସମସ୍ତ ଖର୍ଚ୍ଚ ବହନ କରୁଛି।

   Related Posts