vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

IPL 2022: ଅଧିନାୟକ ବଦଳିଲା, ହେଲେ ବଦଳିଲାନି ଦଳର ଭାଗ୍ୟ…କେଉଁଠି ମାତ୍ ଖାଇଗଲା RCB ?

28/05/2022 at 8:59 PM

ନୂଆଦିଲ୍ଲୀ: ବର୍ଷେ କି ଦୁଇ ବର୍ଷ ନୁହେଁ ପୂରା ୧୫ଟି ସିଜିନ ପରେ ବି ତାରକା ଖଚିତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ହାତ ଖାଲି। ଏ ପର୍ଯ୍ୟନ୍ତ ଦଳ ଟାଟଇଲ୍‌ଟିଏ ବି ଜିତି ପାରିନାହିଁ। ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୨(ଆଇପିଏଲ)ର ଆରମ୍ଭରୁ ବେଙ୍ଗାଲୁରୁ ପ୍ରଶଂସକ ‘ଇ ସାଲା କପ ନାମଡେ’ ର କ୍ୟାମ୍ପେନ ଚଲାଇଥିଲେ। ଅର୍ଥାତ ଏହି ବର୍ଷ କପ୍ ଆମର। ହେଲେ ଏହି କ୍ୟାମ୍ପେନ କେବଳ କ୍ୟାମ୍ପେନରେ ସୀମିତ ରହିଗଲା। ବେଙ୍ଗାଲୁରୁ ଦଳ ଏବଂ ଏହାର ପ୍ରଶଂସକଙ୍କ ସ୍ଵପ୍ନ ପୁଣି ଥରେ ଭାଙ୍ଗି ଯାଇଛି।

ବେଙ୍ଗାଲୁରୁ ଏଥର ନିଜର ଅଧିନାୟକ ବଦଳାଇଥିଲା। ଲାଗିଲା ଦଳର ଭାଗ୍ୟରେ ପରିବର୍ତ୍ତନ ଘଟିବ। ମାତ୍ର ଏମିତି ହେଲା ନାହିଁ। ପୁଣି ଥରେ ମାତ୍ ଖାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବେଙ୍ଗାଲୁରୁର ବ୍ୟାଟିଂ କ୍ରମ ଦେଖିଲେ ଯେ କୌଣସି ବିରୋଧୀ ଦଳ ମାତ୍ ଖାଇପାରେ। ବିରାଟ କୋହଲି, ଫାଫ ଡୁ ପ୍ଲେସିସ୍ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ପରି ବ୍ୟାଟସମ୍ୟାନ ଟପ୍ ଅର୍ଡରରେ ଥିଲେ, ରନ ବର୍ଷା ହେବା ସ୍ଵଭାବିକ। ହେଲେ ଏମିତି କିଛି ହେଲା ନାହିଁ। ଅଧିନାୟକ ଫାଫ ଡୁପ୍ଲେସିସ୍ ଆରମ୍ଭରେ ଭଲ ଫର୍ମରେ ନଜର ଆସିଥିଲେ। ହେଲେ ଶେଷ ଆପକୁ ତାହା ବଜାୟ ରଖି ପାରିଲେ ନାହିଁ। ଚଳିତ ସଂସ୍କରଣରେ ସେ ୪୬୮ ରନ କରିଛନ୍ତି ଏବଂ ଦଳ ପକ୍ଷରୁ ଏକ ମାତ୍ର ବ୍ୟାଟସମ୍ୟାନ ଭାବେ ୪୦୦ରୁ ଅଧିକ ରନ କରି ପାରିଛନ୍ତି।  

ଦଳକୁ ସବୁଠୁ ବଡ ଝଟକା ଲାଗିଛି କୋହଲିଙ୍କଠୁ। ଦୁନିଆର ସର୍ବଶ୍ରେଷ୍ଠ କ୍ରିକେଟ୍‌ରରେ ପରିଗଣିତ କୋହଲି ଦୀର୍ଘ ସମୟ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଚଳିତ ଆଇପିଏଲରେ ବି ସେହି ସମାନ ଅବସ୍ଥା ଦେଖିବାକୁ ମିଳିଲା। ନିଜକୁ ଖରାପ ଫର୍ମରୁ ମୁକୁଳାଇ ପାରିଲେ ନାହିଁ କୋହଲି ଏବଂ କରିଛନ୍ତି ମାତ୍ର ୩୪୧ ରନ। କୌଣସି ହାରାହାରି ବ୍ୟାଟସମ୍ୟାନଙ୍କ ପାଇଁ ଏହି ସ୍କୋର ଠିକ୍ କିନ୍ତୁ କୋହଲିଙ୍କ ପାଇଁ ଶୋଭା ପାଉନି। କୋହଲି ଚଳିତ ସଂସ୍କରଣରେ କେବଳ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ତିନି ଥର ଗୋଲ୍ଡେନ ଡକର ଶିକାର ହୋଇଛନ୍ତି।

ଏମିତି ଅବସ୍ଥା ମ୍ୟାକ୍ସଓ୍ଵେଲଙ୍କର। ସେ ୧୩ଟି ମ୍ୟାଚ୍ ଖେଳି ୩୦୧ ରନ କରିଛନ୍ତି। ଦଳର ବ୍ୟାଟିଂ ମେରୁଦଣ୍ଡ ଏହି ତିନି ଖେଳାଳି ଥିଲେ ଏବଂ ରନ କରିବା ଏମାନଙ୍କର ଦାୟିତ୍ଵ ଥିଲା। ହେଲେ ଜରୁରୀ ସମୟରେ ଷ୍ଟାର ଖେଳାଳି ମ୍ୟାଚ୍ ଓ୍ଵିନର ସାବ୍ୟସ୍ତ ହୋଇ ପାରି ନାହାନ୍ତି। ଏହି କାରଣରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ମାତ୍ ଖାଇଛି।

ବୋଲିଂ ଦେଖାଇଲେ ଦମ୍ ହେଲେ…

ଯଦି ବେଙ୍ଗାଲୁରୁ ଦଳ ଉପରେ ନଜର ପକାଇବା ତେବେ ଦଳ ସହିତ ଚଳିତ ସିଜିନରେ ଓ୍ଵାନିନ୍ଦୁ ହସରଙ୍ଗା ଥିଲେ। ଯିଏ କିଛି ସମୟ ହେବ ଅନ୍ତର୍ଜାତୀୟ କ୍ରିକେଟରେ ଚହଳ ପକାଇଛନ୍ତି।  ସେ ପୂରା ସିଜିନରେ ୨୬ ଓ୍ଵିକେଟ୍ ନେଇଛନ୍ତି। ତାଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ଜେଜଲଉଡ ୨୦ ଏବଂ ହର୍ଷଲ ପଟେଲ୍ ୧୯ ଓ୍ଵିକେଟ୍ ନେଇଛନ୍ତି।

ଏହି ତିନି ଜଣଙ୍କ ବ୍ୟତୀତ ବେଙ୍ଗାଲୁରୁର ଅନ୍ୟ କୌଣସି ବୋଲର ଭଲ ପ୍ରଦର୍ଶନ କରି ପାରି ନାହାନ୍ତି। ଚଳିତ ସଂସ୍କରଣରେ ମହମ୍ମଦ ସିରାଜଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି। ସେ ୧୫ଟି ମ୍ୟାଚ୍‌ରୁ ମାତ୍ର ୯ ଓ୍ଵିକେଟ୍ ନେବା ସହ ୧୦ରୁ ଅଧିକ ହାରରେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଇକୋନୋମି ହିସାବରେ ସେ ଦଳର ତୃତୀୟ ସବୁଠୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି।

ବଦଳିଲା ଅଧିନାୟକ, ବଦଳିଲାନି ଭାଗ୍ୟ

ବେଙ୍ଗାଲୁରୁ ପାଇଁ ଏଥର ଆଇପିଏଲ ସହଜ ନଥିଲା। ବିରାଟ କୋହଲି ଗତ ସିଜିନ ସରିବା ପରେ ବେଙ୍ଗାଲୁରୁର ଅଧିନାୟକ ପଦ ଛାଡିଥିଲେ। ନିଲାମରେ ଯେବେ ଦଳ ଫାଫ ଡୁ ପ୍ଲେସିସ୍‌ଙ୍କୁ କିଣିଥିଲା, ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ଡୁ ପ୍ଲେସିସ୍‌ଙ୍କୁ ଦଳ ଅଧିନାୟକ ହେବେ। ସେ ଭଲ ଅଧିନାୟକତ୍ଵ ମଧ୍ୟ କରିଥିଲେ ଏବଂ ତାଙ୍କ ଅଭିଜ୍ଞତା ଅନେକ ସମୟରେ କାମରେ ଆସିଥିଲା। ବିରାଟ କୋହଲି ମଧ୍ୟ ଅନେକ ନିଷ୍ପତ୍ତିରେ ନିଜର ଭୂମିକା ନିଭାଇଛନ୍ତି। ମାତ୍ର ଅଧିନାୟକ ବଦଳିଥିଲେ ମଧ୍ୟ ଦଳର ଭାଗ୍ୟ ପରିବର୍ତ୍ତନ ଘଟିନାହିଁ।

   Related Posts