IPL 2022: ରାହୁଲ ତ୍ରିପାଠୀଙ୍କ ଦମଦାର ଅର୍ଦ୍ଧଶତକ, ୧୯୩ ରନରେ ଅଟକିଲା ସନରାଇଜର୍ସ ହାଇଦ୍ରାବାଦ
17/05/2022 at 9:28 PM

ମୁମ୍ବାଇ: ରାହୁଲ ତ୍ରିପାଠୀଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ବଡ ସ୍କୋର କରିଛି। ଆଇପିଏଲର ୬୫ତମ ମୁକାବିଲାରେ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ରହିଛି ୧୯୪ ରନର ବିଜୟ ଲକ୍ଷ୍ୟ। ହାଇଦ୍ରାବାଦ ପକ୍ଷରୁ ରାହୁଲ ତ୍ରିପାଠୀ ୪୪ ବଲରୁ ୭୬ ରନର ଇନିଂସ ଖେଳିଛନ୍ତି। ପ୍ରିୟମ ଗର୍ଗ ୨୬ ବଲରୁ ୪୨ ଏବଂ ନିକୋଲାସ ପୁରନ ୨୨ ବଲରୁ ୩୮ ରନର ଦ୍ରୁତ ଇନିଂସ ଖେଳିଛନ୍ତି। ଏହି ମ୍ୟାଚ୍ ଜିତିବା ହାଇଦ୍ରାବାଦ ପାଇଁ ଗୁରୁତ୍ଵପୂର୍ଣ୍ଣ। ହାରିଲେ ଦଳ ପ୍ଲେ ଅଫରୁ ବାଦ୍ ପଡିବ। ଏକଦା ୧୭ ଓଭରରେ ୧୭୨ ରନ କରିଥିବା ହାଇଦ୍ରାବାଦ ଶେଷ ଆଡକୁ ବଡ ସଟ୍ ଖେଳିବାରେ ବିଫଳ ହୋଇଥିଲା। ଶେଷ ଆଡକୁ ମୁମ୍ବାଇ ବୋଲରଙ୍କ ମାପୁଚପ ବେଲାିଂ ଫଳରେ ଦଳ ୨୦୦ ଛୁଇଁ ପାରିନାହିଁ ହାଇଦ୍ରାବାଦ। ମୁମ୍ବାଇ ପକ୍ଷରୁ ରମନଦୀପ ସିଂହ ୨୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଡାନିଏଲ ସାମ୍ସ ଓ ରିଲେ ମେରେଡିଥ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।