ଆଇପିଏଲ ୨୦୨୧ : ମୁହାଁମୁହିଁ ହେବେ ପଞ୍ଜାବ ଓ ଚେନ୍ନାଇ, ଉଭୟ ଟିମ୍ ଖେଳିବେ ଶେଷ ଲିଗ୍ ମ୍ୟାଚ୍

Published By : Prameya-News7 Bureau | October 07, 2021 IST

ଦୁବାଇ,୦୭/୧୦:  ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ନିଜ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ । ସୁପରକିଙ୍ଗ୍‌ସ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ । ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ପଞ୍ଜାବ କିଙ୍ଗ୍‌ସ ନିକଟରେ ଆଉ ସୁଯୋଗ ନାହିଁ । କେବଳ ସୁପରକିଙ୍ଗ୍‌ସ ବିପକ୍ଷରେ ପୂର୍ବ ପରାଜୟ ନେବାକୁ ଦଳ ପ୍ରୟାସ କରିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ମ୍ୟାଚ୍‌ରୁ ସୁପରକିଙ୍ଗ୍‌ସ ୪ଟି ମ୍ୟାଚ୍‌ ଜିତିଛି ।

ଆଜି ମଧ୍ୟ ମହେନ୍ଦ୍ର ସିଂ ଧୋନିଙ୍କ ଦଳର ପଲା ଭାରି ରହିବ । ଯୁବ ଓ ଭେଟେରାନ ଖେଳାଳିଙ୍କୁ ନେଇ ସୁପରକିଙ୍ଗ୍‌ସ ବେଶ୍‌ ସନ୍ତୁଳିତ । ଓପନର ଋତୁରାଜ ଗାଏକୱାଡ୍‌ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଫାଫ ଡୁ ପ୍ଲେସି, ଅମ୍ବାତି ରାୟୁଡୁ, ଡ୍ୱେନ ବ୍ରାଭୋ ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ କରୁଛନ୍ତି । ବୋଲିଂ ବିଭାଗ ସନ୍ତୁଳିତ । ତଥାପି ସାମ କୁରାନଙ୍କ ଅନୁପସ୍ଥିତି ଅନୁଭବ ହେବ ।ପଞ୍ଜାବ କିଙ୍ଗ୍‌ସ ନିକଟରେ ଏକାଧିକ ଷ୍ଟାର୍‌ ଖେଳାଳି ରହିଛନ୍ତି । ହେଲେ ପ୍ରଦର୍ଶନରେ ସ୍ଥିରତା ନାହିଁ । ତଥାପି ସୁପରକିଙ୍ଗ୍‌ସକୁ ହରାଇବାର କ୍ଷମତା ଦଳ ନିକଟରେ ରହିଛି । ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ, ମହମ୍ମଦ ସାମି ଓ ରବି ବିଷ୍ଣୋଇଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ କାଲି ନିର୍ଭର କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.