ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଆଇପିଏଲ ୨୦୨୧ : ମୁହାଁମୁହିଁ ହେବେ ନାଇଟ ରାଇଡର୍ସ ଏବଂ କିଙ୍ଗସ, ‘କର ବା ମର’ ସ୍ଥିତିରେ ପଞ୍ଜାବ

1/10/2021 at 11:10 AM

ଦୁବାଇ,୦୧/୧୦: ଆଇପିଏଲ୍‌ର ୪୫ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍‌ସ ଓ କୋଲକାତା ନାଇଟ ରାଇଡର୍ସ । ଉଭୟ ଦଳ ପାଇଁ ବିଜୟ ଜରୁରୀ । ନାଇଟ୍‌ ରାଇଡର୍ସ ୧୧ଟି ମ୍ୟାଚ୍‌ ଖେଳି ୫ ବିଜୟ ସହ ମୋଟ୍‌ ୧୦ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ନାଇଟ ରାଇଡର୍ସ ଚତୁର୍ଥ ସ୍ଥାନରେ ରହିଛି । ପଞ୍ଜାବ କିଙ୍ଗ୍‌ସ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନରେ ରହିଛି ।

ନାଇଟ୍‌ ରାଇଡର୍ସ ସମ୍ପ୍ରତି ଫର୍ମରେ ରହିଛି । ଦ୍ୱିତୀୟାର୍ଦ୍ଧରେ ଖେଳିଥିବା ୪ଟି ମ୍ୟାଚ୍‌ରୁ ନାଇଟ୍‌ ରାଇଡର୍ସ ୩ଟି ବିଜୟ ହାସଲ କରିସାରିଛି । ଭେଙ୍କଟେଶ ଆୟର ଓପନିଂ କରିବା ପରଠୁ ଦଳ ସୁଦୃଢ ହୋଇଛି । ଚମତ୍କାର ବ୍ୟାଟିଂ ଓ ବୋଲିଂ ଜାରି ରଖିଛନ୍ତି ଭେଙ୍କଟେଶ । ଶୁଭମନ ଗିଲ୍‌, ନିତିଶ ରାଣା, ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ରାହୁଲ ତ୍ରିପାଠୀ ପ୍ରମୁଖ ଫର୍ମରେ ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ବେଶ୍‌ ସନ୍ତୁଳିତ ରହିଛି ।

ଆଇପିଏଲ୍‌ରେ ପ୍ରତ୍ୟେକ ଦଳକୁ ଅତି ସହଜରେ ହରାଇବାର କ୍ଷମତା ପଞ୍ଜାବ କିଙ୍ଗ୍‌ସ ନିକଟରେ ରହିଛି । କିନ୍ତୁ ଖେଳାଳିମାନେ ନିୟମିତ ଭାବେ ସଫଳ ହୋଇପାରୁ ନଥିବାରୁ ଦଳକୁ ନିରାଶ ହେବାକୁ ପଡ଼ିଛି । ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ପଞ୍ଜାବ କିଙ୍ଗ୍‌ସକୁ ପରବର୍ତ୍ତୀ ୩ଟି ଯାକ ମ୍ୟାଚ୍‌ ଜିତିବାକୁ ପଡ଼ିବ । ଫଳରେ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ହେବ।

   Related Posts