Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଧୋନିଙ୍କ ଜବରଦସ୍ତ ଇଂନିସକୁ ନେଇ ଟ୍ୱିଟ୍ କରିଥିଲେ ବିରାଟ, ହେଲେ କିଛି ସମୟ ପରେ କରିଦେଲେ ଡିଲିଟ୍, ଜାଣନ୍ତୁ କାରଣ…

11/10/2021 at 3:12 PM

ନୂଆଦିଲ୍ଲୀ ୧୧/୧୦:  ଇଣ୍ଡିଆନ୍ ପ୍ରିମିୟର ଲିଗ୍ ତଥା ଆଇପିଏଲ୍‌ ୨୦୨୧ ର ପ୍ରଥମ କ୍ବାଲିଫାୟରରେ ମହେନ୍ଦ୍ର ସିଂ ଧୋନି ଚୌକା ଓ ଛକା ସହ ଦିଲ୍ଲୀ କ୍ୟାପିଟାଲ୍‌କୁ ଧୁଳିସାତ୍‌ କରିଛି । ଚେନ୍ନାଇ ସୁପର କିଙ୍ଗ୍ସ ଚାରି ୱିକେଟ୍ ବିଜୟ ସହ ଚାରିଟି ଛକା ମାରିଥିଲା। ଏହି ବିଜୟ ସହିତ, ଚେନ୍ନାଇ ଏହାକୁ IPL ୨୦୨୧ର ଫାଇନାଲରେ ପ୍ରବେଶ କରିଛି । ଧୋନିଙ୍କ ଟିମ୍‌ ବିଜୟୀ ହୋଇଥିବା ନେଇ ଏହାର କିଛି ସମୟ ପରେ ବିରାଟ କୋହଲି ଏକ ଟ୍ୱିଟ୍ କରିଥିଲେ, ଯାହା ବହୁତ ଭାଇରାଲ ହୋଇଥିଲା।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ ଧୋନିଙ୍କୁ ପ୍ରଶଂସା କରି ଏକ ଟ୍ୱିଟ ଲେଖିଛନ୍ତି, କିନ୍ତୁ କିଛି ମିନିଟ ମଧ୍ୟରେ ଏହାକୁ ଡିଲିଟ ମଧ୍ୟ କରି ଦେଇଛନ୍ତି। ବିରାଟ ପୁଣିଥରେ ଧୋନିଙ୍କୁ ପ୍ରଶଂସା କରି ଟ୍ୱିଟ୍ କରିଛନ୍ତି। ବାସ୍ତବରେ, ପ୍ରଥମ ଟୁଇଟ୍ ରେ ସେ ଏକ ଶବ୍ଦ ଲେଖିବାକୁ ଭୁଲି ଯାଇଥିଲେ, ଯେଉଁଥିପାଇଁ ସେ ଏହାକୁ ଡିଲିଟ କରି ଅନ୍ୟ ଏକ ଟ୍ବିଟ୍ ଲେଖିଥିଲେ ।

ତେବେ ବିରାଟ ଟ୍ୱିଟରରେ ଲେଖିଛନ୍ତି, ଏବଂ ରାଜା ଫେରି ଆସିଛନ୍ତି, ଖେଳର ସର୍ବଶ୍ରେଷ୍ଠ ଫିନିସର୍, ଆଜି ରାତିରେ ତୁମେ ଆଜି ମୋତେ ମୋ ଆସନ ଡେଇଁ ପଡିବାକୁ ବାଧ୍ୟ କରି ଦେଇଛ ମହେନ୍ଦ୍ର ସିଂ ଧୋନି। ବିରାଟ ଏହି ଟୁଇଟରେ ଲେଖିବାକୁ ଭୁଲିଗଲେ ଯେ ଆଜି ପର୍ଯ୍ୟନ୍ତ ଖେଳର ସର୍ବଶ୍ରେଷ୍ଠ ଫିନିସର୍ ଏବଂ ଏହି ଭୁଲକୁ ସଂଶୋଧନ କରି ସେ ପରବର୍ତ୍ତୀ ସମୟରେ ଟ୍ୱିଟ୍ କରିଛନ୍ତି। । ବିରାଟଙ୍କ ଏହି ଟ୍ୱିଟ୍ ବର୍ତ୍ତମାନ ଖୁବ୍‌ ଭାଇରାଲ୍ ହେବାରେ ଲାଗିଛି । ଏବଂ ଏହା ୪୦୦୦୦୦ ରୁ ଅଧିକ ଲୋକ  ଏହାକୁ ପସନ୍ଦ କରୁଛନ୍ତି।

ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ମଧ୍ୟରେ ଥିବା ଅନ୍‌ ଦ ଫିଲ୍ଡ ଏବଂ ଅଫ୍ ଦ ଫିଲ୍ଡ କେମଏଷ୍ଟ୍ରୀ  ଖୁବ୍‌ ଜମିଥାଏ । ଧୋନିଙ୍କ ଅଧିନାୟକତ୍ୱରେ ବିରାଟ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଧୋନିଙ୍କ ପରେ ବିରାଟ ଟିମ୍ ଇଣ୍ଡିଆର ଅଧିନାୟକ ହୋଇଛନ୍ତି । ଧୋନି ତାଙ୍କର ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ବିରାଟଙ୍କ ଅଧିନାୟକତ୍ୱରେ ଖେଳିଥିଲେ ।

   Related Posts