LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଇପିଏଲ ୨୦୨୦ : ଆଜି ମୁହାଁମୁହିଁ ହେବେ ଦିଲ୍ଲୀ-ବେଙ୍ଗାଲୁରୁ, ବିଜୟୀ ଟିମ୍ ପ୍ଲେ-ଅଫ୍‌ରେ କରିବ ପ୍ରବେଶ

2/11/2020 at 3:19 PM

ଦୁବାଇ, ୨|୧୧ (ଏଜେନ୍ସି): ଚଳିତ ଆଇପିଏଲ୍‌ର ‘କର ବା ମର’ ଲିଗ୍‌ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ୍‌ କ୍ୱାର୍ଟର ଫାଇନାଲ୍‌ ସଦୃଶ ରହିଛି । ଯିଏ ଜିତିବ, ସିଏ ପ୍ଲେ-ଅଫ୍‌ରେ ପ୍ରବେଶ କରିବ । ପରାଜିତ ଦଳର ପ୍ଲେ-ଅଫ୍‌ ଆଶା ଅନ୍ୟ ମ୍ୟାଚ୍‌ ଫଳାଫଳ ଉପରେ ନିର୍ଭର କରିବ । ତେଣୁ ଆସନ୍ତାକାଲିର ମ୍ୟାଚ୍‌ ଜରିଆରେ ଉଭୟ ଦଳ ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।
ଦିଲ୍ଲୀ ଓ ବାଙ୍ଗାଲୋର ଦଳ ୧୪ପଏଣ୍ଟ ଲେଖାଏଁ ପାଇଛନ୍ତି । ତେଣୁ ଉଭୟଙ୍କ ମଧ୍ୟରୁ ଯିଏ ଜିତିବ, ସିଏ ମୋଟ ୧୬ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହି ପ୍ଲେ-ଅଫ୍‌ରେ ପ୍ରବେଶ କରିବ । ପରାଜିତ ଦଳର ପ୍ଲେ-ଅଫ୍‌ ଆଶା କୋଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ୍‌ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ଶେଷ ମ୍ୟାଚ୍‌ ଫଳାଫଳ ଉପରେ ନିର୍ଭର କରିବ । ଏହି ୩ଟି ଯାକ ଦଳ ୧୨ ପଏଣ୍ଟ ଲେଖାଏଁ ପାଇଛନ୍ତି । ନାଇଟ୍‌ ରାଇଡର୍ସ ଓ ରୟାଲ୍ସ (୫୪ତମ) ମ୍ୟାଚ୍‌ରେ ବିଜୟୀ ଦଳ ୧୪ପଏଣ୍ଟରେ ପହଞ୍ଚିବ ।

ସେହିପରି ସିଜନର ଶେଷ ଲିଗ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲେ ସନ୍‌ରାଇଜର୍ସର ପଏଣ୍ଟ ୧୪ରେ ପହଞ୍ଚିବ । ୫୪ତମ ଏବଂ ୫୫ତମ ଲିଗ୍‌ ମ୍ୟାଚ୍‌ (ଦିଲ୍ଲୀ ବନାମ ବାଙ୍ଗାଲୋର)ର ପରାଜିତ ଦଳ ଏବଂ ସନ୍‌ରାଇଜର୍ସ ମଧ୍ୟରୁ ୨ଟି ଦଳ ପ୍ଲେ-ଅଫ୍‌କୁ ଯୋଗ୍ୟତା ହାସଲ କରିବେ । ହେଲେ ନେଟ୍‌ ରନ୍‌ରେଟ୍‌ ୩ଟି ଯାକ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ । ଯଦି ସନ୍‌ରାଇଜର୍ସ ଶେଷ ମ୍ୟାଚ୍‌ ହାରିଯାଏ ତା’ହେଲେ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିବ ।

ସିଜନ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରିଥିବା ଦିଲ୍ଲୀ ଦଳ କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ରେ ପରାଜିତ ହୋଇଛି । ଏହା ଦଳର ପ୍ଲେ-ଅଫ୍‌ ରାସ୍ତାରେ ବାଧା ସୃଷ୍ଟି କରିଛି । ପୂର୍ବ ୪ଟି ମ୍ୟାଚ୍‌ରେ ଦଳ ସବୁ ବିଭାଗରେ ବିଫଳ ହୋଇଛି । ଓପନିଂ ଯୋଡ଼ିକୁ ନେଇ ରହିଥିବା ସମସ୍ୟା ଦୂର ହୋଇନାହିଁ । ପୃଥ୍ୱ ଶ’ ଓ ଅଜିଙ୍କ୍ୟ ରାହାଣେ ଅଭିଜ୍ଞ ଶିଖା ଧାୱନଙ୍କ ସହ ପାଳି ଆରମ୍ଭ କରିଥିଲେ । କିନ୍ତୁ ବିଫଳ ହୋଇଥିଲେ । କ୍ରମାନ୍ୱୟରେ ୨ଟି ଶତକ ହାସଲ କରି ଚର୍ଚ୍ଚାରେ ଥିବା ଧାୱନ ପୂର୍ବ ୩ଟି ମ୍ୟାଚ୍‌ରେ (୦,୦,୬) ନିରାଶ କରିଥିଲେ । ଅଧିନାୟକ ଶ୍ରେୟାସ ଆୟର, ରିଶଭ ପନ୍ତ ଓ ସିମରନ୍‌ ହେତମେୟର ମଧ୍ୟ ସଂଘର୍ଷ କରୁଛନ୍ତି । ବାଙ୍ଗାଲୋରକୁ ହରାଇବାକୁ ହେଲେ ବ୍ୟାଟିଂରେ ଉନ୍ନତି ଆଣିବା ଜରୁରୀ । ବୋଲିଂ ବିଭାଗରେ କାଗିସୋ ରାବାଡ଼ା ଓ ରବିଚନ୍ଦ୍ରନ ଅଶ୍ୱିନ ଭଲ ପ୍ରଦର୍ଶନ କରୁଛନ୍ତି ।

ବାଙ୍ଗାଲୋର ବ୍ୟାଟ୍ସମ୍ୟାନ୍‌ ଓ ଦିଲ୍ଲୀ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।ବାଙ୍ଗାଲୋର ପୂର୍ବ ୩ଟି ମ୍ୟାଚ୍‌ରେ ପରାଜିତ ହୋଇ ଚାପରେ ରହିଛି । ତେଣୁ ଶେଷ ଲିଗ୍‌ରେ ଦିଲ୍ଲୀକୁ ହରାଇ ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ଅଧିନାୟକ ବିରାଟ କୋହଲି ଓ ଏବି ଡିଭିଲର୍ସଙ୍କ ଉପରେ ଦଳ ନିର୍ଭରଶୀଳ । ଉଭୟ ବିଫଳ ହେଲେ ଦଳ ପରାଜିତ ହେଉଛି । ତେଣୁ ଦିଲ୍ଲୀ ବୋଲର କୋହଲି ଓ ଡି’ଭିଲର୍ସଙ୍କୁ ଟାର୍ଗେଟ କରିବେ । ବୋଲିଂ ବିଭାଗରେ କ୍ରିସ୍‌ ମୋରିସ୍‌ ଓ ୟୁଝବେନ୍ଦ୍ର ଚହଲ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତାକାଲି ଉଭୟଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ପ୍ରଥମ ପର୍ଯ୍ୟାୟ ଲିଗ୍‌ରେ ଦିଲ୍ଲୀ ୫୯ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କରିଥିଲା । ତେଣୁ ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିବ ।

   Related Posts