suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

ଆଇପିଏଲ-୨୦୨୦ : ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ, ହାଇଦ୍ରାବାଦକୁ ଦରକାର ପ୍ରଥମ ବିଜୟ

29/09/2020 at 3:53 PM

ଦୁବାଇ, ୨୯|୦୯:  ଆଇପିଏଲ ୨୦୨୦ର ଏକାଦଶତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଆବୁଧାବିରେ ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ଲଗାତର ଦୁଇଟି ବିଜୟ ପରେ ଦିଲ୍ଲୀର ମନୋବଳ ଆକାଶଛୁଆଁ ରହିଛି । ଅନ୍ୟପକ୍ଷେ ହାଇଦ୍ରାବାଦ ପୂର୍ବରୁ ଖେଳିଥିବା ଦୁଇଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି ।

ଡେଭିଡ ଓ୍ୱାର୍ଣ୍ଣରଙ୍କ ନେତୃତ୍ୱରେ ହାଇଦ୍ରାବାଦ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଦଳ ଯିଏ ପ୍ରଥମ ବିଜୟର ଅପେକ୍ଷାରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଦୁଇଟି ମ୍ୟାଚରେ ଚମତ୍କାର ଖେଳ ଦେଖାଇଛି । ଶ୍ରେୟସ ଆୟାଙ୍କ ନେତୃତ୍ୱରେ ଦିଲ୍ଲୀ କିଙ୍ଗସ୍ ଏକାଦଶ ପଞ୍ଜାବକୁ ସୁପର ଓଭରରେ ପରାସ୍ତ କରିବା ପରେ ଚେନ୍ନାଇ ସୁପର କିଙ୍ଗସକୁ ମଧ୍ୟ ମାତ୍ ଦେଇଛି । ଦଳ ଏବେ ତାଲିକାରେ ଶୀର୍ଷରେ ରହିଛି ।

ଆଇପିଏଲର ରେକର୍ଡକୁ ଦେଖିଲେ ସନରାଇଜର୍ସ ହାଇଦ୍ରାବାଦ ଭଲ ସ୍ଥିତିରେ ରହିଛି । ଉଭୟଙ୍କ ମଧ୍ୟରେ ଏବେସୁଦ୍ଧା ୧୫ଟି ମ୍ୟାଚ୍ ଖେଳାଯାଇଛି । ଏହାମଧ୍ୟରୁ ହାଇଦ୍ରାବାଦ ୯ ଓ ଦିଲ୍ଲୀ ୬ଟି ମ୍ୟାଚ୍ ଜିତିଛି ।

ସନରାଇଜର୍ସ ଆଜିର ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟରେ ନିଜ ସ୍ଥିତି ଜାହିର କରିବାକୁ ପ୍ରୟାସ କରିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଜନୀ ବେୟରୋଷ୍ଟୋ ଓ ମନୀଷ ପାଣ୍ଡେଙ୍କ ଆକର୍ଷଣୀୟ ଇନିଂସ ପରେ ମଧ୍ୟ ଦଳ ୧୬୪ ରନ୍‌ର ଟାର୍ଗେଟ୍ ହାସଲ କରିପାରି ନଥିଲା । ଏହାସହ ଦଳ କୋତକାତା ବିପକ୍ଷରେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଏହି ମ୍ୟାଚରେ ରିଦ୍ଧିମାନ ଶାହଙ୍କ ବ୍ୟାଟିଂକୁ ଅନେକ ସମାଲୋଚନା କରିଥିଲେ । ତେବେ ଆଜିର ମ୍ୟାଚରେ ହାଇଦ୍ରାବାଦ ରଣନୀତି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ ବୋଲି କୁହାଯାଉଛି ।

   Related Posts