suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଧାଓ୍ୱନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ହାଇଦ୍ରାବାଦକୁ ୧୯୦ ରନ୍‌ର ଟାର୍ଗେଟ୍ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

8/11/2020 at 9:20 PM

ଦୁବାଇ,୦୮।୧୧:  ଆଇପିଏଲର କ୍ୱାରିଫାୟର-୨ରେ ବିଶାଳ ସ୍କୋର କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ସନ ରାଇଜର୍ସ ହାଇଦ୍ରାବାଦ ସାମ୍ନାରେ ୧୮୯ ରନ୍‌ର ବିଶାଳ ସ୍କୋର କରିଛି । ଶିଖର ଧାଓ୍ୱନଙ୍କ ଆକର୍ଷଣୀୟ ୭୮ ରନ୍‌ର ଇନିଂସ ବଳରେ ହାଇଦ୍ରାବାଦକୁ ୧୯୦ ରନ୍‌ର ଟାର୍ଗେଟ୍ ଦେଇଛି ଦିଲ୍ଲୀ ।

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦିଲ୍ଲୀ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ଶିଖର ଧାଓ୍ୱନ ଓ ଏମ ଷ୍ଟୋଇନ୍ସ ଭଲ ଆରମ୍ଭ ଦେଇଥିଲେ । ଉଭୟ ହାଇଦ୍ରାବାଦ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ । ତେବେ ଷ୍ଟୋଇନ୍ସ ୩୮ ରନ୍ କରି ଆଉଟ ହୋଇଥିଲେ । କିନ୍ତୁ ଶିଖର ଧାଓ୍ୱନଙ୍କ ବ୍ୟାଟ୍ ଶାନ୍ତ ପଡି ନଥିଲା । ସେ କୌଣସି ହାଇଦ୍ରାବାଦ ବୋଲରଙ୍କୁ ଖାତିର କରିନଥିଲେ । ସେ ୭୮ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟାର ୨୧ ରନ୍ କରିଥିବା ବେଳେ ସିମରନ୍ ହେଟମାୟାର ୪୨ ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ ହରାଇ ୧୮୯ ରନ୍ କରିଥିଲା ।

ହାଇଦ୍ରାବାଦ ପକ୍ଷରୁ ରଶିଦ ଖାନ୍, ଜାସନ ହୋଲ୍ଡର ଓ ସନ୍ଦିପ ଶର୍ମା ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

   Related Posts