ଦୁବାଇ, ୧୫।୧୦: ଅଧିନାୟକ ବିରାଟ କୋହଲିଙ୍କ ଆକର୍ଷଣୀୟ ୪୮ ରନ୍ ବଳରେ ଆଇପିଏଲ ୩୧ତମ ମ୍ୟାଚରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ୧୭୨ ରନର ଟାର୍ଗେଟ୍ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୧୭୧ ରନ୍ କରିଛି ।
ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର । ତେବେ ଦଳର ଓପନର ଯୋଡି ବିଫଳ ହୋଇଥିଲେ । ୩୮ ରନରେ ଦେବଦତ ପାଡିକଲ ଆଉଟ ହୋଇଥିଲେ । ସେ ୧୮ ରନ୍ କରିଥିଲେ । ଏହାପରେ ଆରୋନ ଫିଞ୍ଚ ୨୦ ରନ୍ କରି ପ୍ୟାଭିଲିୟନ ଫେରିଥିଲା । ଦଳର ରନ୍ ଗତି ଧିମେଇ ଯାଇଥିଲା । ସେହିପରି ଶିବମ ଦୁବେ(୨୩), ଓ୍ୱାଶିଂଟନ ସୁନ୍ଦର(୧୩) ରନ୍ କରି ଆଉଟ୍ ହେବା ପରେ ଦଳ ସଙ୍କଟରେ ପଡିଥିଲା ।
{"id":345129,"sizeSlug":"large"}ବିରାଟ କୋହଲି ଏକମାତ୍ର ଖେଳାଳି ଭାବେ ପଞ୍ଜାବ ବୋଲରଙ୍କୁ ସାମ୍ନା କରୁଥିଲେ ମଧ୍ୟ ୪୮ ରନ କରି ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ । ପୂର୍ବ ମ୍ୟାଚରେ ବିସ୍ଫୋରକ ଇନିଂସ ଖେଳିଥିବା ଏବି ଡିଭିଲର୍ସ ମାତ୍ର ୨ ରନ୍ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରିସ୍ ମୋରିସ ୨୫ , ଇସୁରୁ ଉଦାନା ୧୦ ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୭୧ ରନ୍ କରିବାକୁ ସକ୍ଷମ ହୋଇଥିଲା ।
ସେହିପରି ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ଓ ଏମ ଅଶ୍ୱିନୀ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ଆଶାରଦୀପ ସିଂ ଓ କ୍ରିସ ଜୋର୍ଡାନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ହାସଲ କରିଥିଲେ ।