suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

IPL2020: ଦମ୍ଭ ଦେଖାଇଲେ ଦୀପକ ହୁଡ୍ଡା, ‘କର ବା ମର’ ମୁକାବିଲାରେ ଚେନ୍ନାଇ ସମ୍ମୁଖରେ ୧୫୪ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

1/11/2020 at 5:18 PM

ଆବୁଧାବି ୦୧।୧୧:  ଆଜି ଖେଳାଯାଇଥିବା ଆଇପିଏଲର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ନିଜର ଶେଷ ମ୍ୟାଚ୍‌ରେ ବଡ ସ୍କୋର କରିବାରେ ବିଫଳ ହୋଇଛି। ଦଳ କର ବା ମର ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ ସମ୍ମୁଖରେ ୧୫୪ ରନର ବିଜୟ ଲକ୍ଷ୍ୟ ରଖିଛି। ଦୀପକ ହୁଡ୍ଡା ଅପରାଜିତ ୬୨ ରନର ବିସ୍ଫୋରକ ଇନିଂସ ବଳରେ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ପଞ୍ଜାବ ୧୫୩ ରନ କରିଛି। ଏହି ମ୍ୟାଚ୍ ଜିତିଲେ ହିଁ ଦଳର ପ୍ଲେଅଫ ଆଶା ଉଜ୍ଜୀବିତ ରହିବ। ଅନ୍ୟପଟେ ଚେନ୍ନାଇ ବିଜୟ ସହ ଚଳିତ ସଂସ୍କରଣରୁ ବିଦାୟ ନେବାକୁ ଚେଷ୍ଟା କରିବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବର ଦୁଇ ଓପନର ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁଇ ଓପନର ଦ୍ରୁତ ବ୍ୟାଟିଂ କରି ୫.୨ ଓଭରରେ ୪୮ ରନ ଯୋଡିଥିଲେ। ଏହି ସ୍କୋରରେ ମୟଙ୍କ ଅଗ୍ରଓ୍ଵାଲ ୧୫ ବଲରୁ ୫ ଚୌକା ସହ ୨୬ ରନ କରି ଆଉଟ୍ ହୋଇଥିଲେ। ପରେ ଦଳ ତୁରନ୍ତ ଦୁଇଟି ଓ୍ଵିକେଟ୍ ହରାଇଥିଲା। ୬୨ ରନ ସ୍କୋରରେ କେଏଲ ରାହୁଲ ଆଉଟ୍ ହେବା ଦଳକୁ ବଡ ଝଟକା ଲାଗିଥିଲା। ରାହୁଲ ୨୭ ବଲରୁ ୩ ଚୌକା ଓ ୧ ଛକା ସହ ୨୯ ରନ କରି ବିଦାୟ ନେଇଥିଲେ। ୬୮ ରନ ସ୍କୋରରେ ନିକୋଲାସ ପୂରନ ୨ ରନ କରି ବିଦାୟ ନେଇଥିଲେ।

ହେଲେ ଦମଦାର ଫର୍ମରେ ଥିବା କ୍ରିସ୍ ଗେଲ୍‌ଙ୍କଠୁ ଦଳ ବଡ ପାଳି ଆଶା ରଖିଥିଲା। ଗେଲ୍ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୧୨ ରନ କରି ଇମ୍ରାନଙ୍କ ଶିକାର ହୋଇଥିଲେ। ୭୨ ରନରେ ୪ ଓ୍ଵିକେଟ୍ ହରାଇବା ପରେ ମନଦୀପ ସିଂହ ଓ ଦୀପକ ହୁଡ୍ଡା ପଞ୍ଚମ ଓ୍ଵିକେଟ୍‌ରେ ୩୬ ରନ ଯୋଡି ଦଳର ସ୍କୋରକୁ ୧୦୮ରେ ପହଞ୍ଚାଇଥିଲେ। ମନଦୀପ ସିଂହ ୧୪  ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଦୀପକ ହୁଡ୍ଡା ଦଳର ବ୍ୟାଟିଂ ସମ୍ଭାଳିଥିଲେ। ସେ ୨୬ ବଲରୁ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ହୁଡା ୩୦ ବଲରୁ ୩ ଚୌକା ଓ ୪ ଛକା ସହ ୬୨ ରନର ଅପରାଜିତ ପାଳି ଖେଳିଛନ୍ତି। ତାଙ୍କର ଇନିଂସ ବଳରେ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍  ହରାଇ ୧୫୩ ରନ କରିଛି।

ଚେନ୍ନାଇ ତରଫରୁ ଲୁଙ୍ଗି ଏନଗିଡି ୪ ସଫଳତା ପାଇଥିଲେ। ଶାର୍ଦ୍ଦୁଳ ଠାକୁର, ଇମ୍ରାନ ତାହିର ଓ ରବିନ୍ଦ୍ର ଜାଡେଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts