LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

IPL 2020: ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

28/09/2020 at 7:10 PM

ଦୁବାଇ ୨୮।୦୯: ଦୁବାଇର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଷ୍ଟାଡିୟମରେ ୧୩ତମ ଆଇପିଏଲ ସଂସ୍କରଣର ଦଶମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ଖେଳାଯିବ। ମ୍ୟାଚ୍‌ରେ ଟସ୍ ଜିତି ମୁମ୍ଵାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ବୋଲିଂ  ନିଷ୍ପତ୍ତି ନେଇଛନ୍ତି। ବିରାଟ କୋହଲିଙ୍କ ନେତୃତ୍ଵାଧୀନ ରୟାଲ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରିବ। ଏହା ପୂର୍ବରୁ ଉଭୟ ଦଳ ଦୁଇଟି ଦୁଇଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି। ଏହି ମ୍ୟାଚ୍‌ରେ ନିଜର ବିଜୟ ଅବ୍ୟାହତ ରଖିବାକୁ ଚେଷ୍ଟା କରିବେ।

ରେକର୍ଡ ଦେଖିଲେ ମୁମ୍ବାଇ ଭଲ ସ୍ଥିତିରେ ରହିଛି । ଉଭୟ ଦଳ ୨୫ ଥର ମୁହାଁମହିଁ ହୋଇଛନ୍ତି । ଏହାମଧ୍ୟରୁ ମୁମ୍ବାଇ ୧୬ଟି ଓ ବାଙ୍ଗାଲୋର ୯ଟି ମ୍ୟାଚ୍ ଜିତିଛି ।

ଆରସିବି ଟୁର୍ଣ୍ଣାମେଣ୍ଟକୁ ବିଜୟ ସହ ଆରମ୍ଭ କରିଥିଲା । କିନ୍ତୁ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷରେ ଆରସିବିର ବ୍ୟାଟିଂ ଫେଲ୍ ମାରିଥିଲା । ଦଳକୁ ୯୭ ରନ୍‌ରେ ପରାସ୍ତ ହେବାକୁ ପଡିଥିଲା । ଅଧିନାୟକ କୋହଲି ମାତ୍ର ୧ ରନ୍ କରି ଆଉଟ ହୋଇଥିଲେ ।

ଚଳିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଆରସିବିର ଦେବଦତ୍ତ ପାଡିକଲ୍ ଆକର୍ଷଣୀୟ ଅର୍ଧଶତକ ହାସଲ କରିଥିଲେ । କିନ୍ତୁ ପଞ୍ଜାବ ବିପକ୍ଷରେ ତାଙ୍କର କରିସ୍ମା ଦେଖିବାକୁ ମିଳିନଥିଲା । ତେବେ ଆରୋନ ପିଞ୍ଚ୍, ଏବି ଡିଭିଲର୍ସ ଓ ବିରାଟ କୋହଲି ଭଲ ଖେଳିଲେ ଦଳ ବିଜୟ ଲାଭ କରିବା ସହଜ ହେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି  ।

ତେବେ ମୁମ୍ବାଇ ଗତ ମ୍ୟାଚରେ ଆକର୍ଷଣୀୟ ପ୍ରତ୍ୟାବର୍ତ୍ତନ କରିଥିଲା । ପ୍ରଥମ ମ୍ୟାଚରେ ଚେନ୍ନାଇଠାରୁ ହାରିଥିଲେ ମଧ୍ୟ ମୁମ୍ବାଇ ଦ୍ୱିତୀୟ ମ୍ୟାଚରେ କୋଲକାତା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା । ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଆକର୍ଷଣୀୟ ପାଳି ଖେଳିଥିଲେ । 

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଦେବଦତ୍ତ ପାଡିକଲ, ଆରୋନ ଫିଞ୍ଚ, ବିରାଟ କୋହଲି(ଅଧିନାୟକ), ଏବି ଡିଭିଲିୟର୍ସ(ଓ୍ଵିକେଟ୍ କିପର), ଗୁରକିରତ ସିଂହ ମନ, ଶିବମ ଦୁବେ, ଓ୍ଵାଶିଂଟନ ସୁନ୍ଦର, ନବଦୀପ ସାଇନି, ୟୁଜବେନ୍ଦ୍ର ଚହଲ, ଆଡମ  ଜାମ୍ପା, ଇସୁରୁ ଉଦାନା।

ମୁମ୍ବାଇ ଇଣ୍ଡିଆନ୍ସ

କ୍ଵିଣ୍ଟନ ଡିକକ୍(ଓ୍ଵିକେଟ୍ କିପର), ରୋହିତ ଶର୍ମା(ଅଧିନାୟକ),  ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁଣାଲ ପାଣ୍ଡ୍ୟା, ରାହୁଲ ଚହର, ଜେମ୍ସ ପାଟିନସନ, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା।

   Related Posts