ଆଇପିଏଲ୍ ୨୦୨୦: ଖାତା ନ ଖୋଲି ପାଭିଲିୟନ୍ ଫେରିଗଲେ ଏହି ଖେଳାଳି, ତଥାପି ସାଉଁଟିଲେ ପ୍ରଶଂସା

Published By : Prameya-News7 Bureau | September 22, 2020 IST

ନୂଆଦିଲ୍ଲୀ ୨୨/୦୯ : ଆଇପିଏଲର ୧୩ତମ ସିଜନରେ ସୋମବାର ଦିନ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ହୋଇଥିଲା । ବିରାଟ କୋହଲିଙ୍କ ଟିମ (RCB) ଏହି ମ୍ୟାଚ ୧୦ ରନରେ ଜିତିଥିଲେ । ସନରାଇଜର୍ସ ହାଇଦ୍ରାବାଦ ଏହି ମ୍ୟାଚ୍ ହାରିଯାଇଥିଲା ଏବଂ ଏହାସହ ଟିମର ଟପ ଅଷ୍ଟ୍ରେଲିୟାନ ଅଲ୍ରାଉଣ୍ଡର୍ ମିଚେଲ୍ ମାର୍ଶ ଆହତ ମଧ୍ୟ ହୋଇଥିଲେ । ସେ ଯେତେବେଳେ ବ୍ୟାଟିଂ୍ କରିବାକୁ ଆସିଥିଲେ ଖାତା ନ ଖୋଲି ଆଉଟ୍ ହୋଇଯାଇଥିଲେ । ତଥାପି ସୋସିଆଲ୍ ମିଡ଼ିଆରେ ତାଙ୍କର ବହୁତ ପ୍ରଶଂସା ହେଉଛି ।

ମିଚେଲ୍ ମାର୍ଶ ବୋଲିଂ କଲାବେଳେ ଆହତ ହୋଇଥିଲେ । ଆରସିବି ପ୍ରଥମେ ବ୍ୟାଟିଂ କରିଥିଲା । ବୋଲିଂ ସମୟରେ ମିଚେଲ୍ ମାର୍ଶଙ୍କ ଗୋଇଠିରେ ଆଘାତ ହୋଇଥିଲା । ଆହତ ହେବାପରେ ସେ ଛୋଟେଇ ଛୋଟେଇ ମଇଦାନରୁ ବାହାରି ଆସିଥିଲେ । ତାଙ୍କ ଜାଗାରେ ବିଜୟ ଶଙ୍କର ଓଭର ପୁରା କରିଥିଲେ । ଏହାପରେ ଆରସିବି ବ୍ୟାଟିଂ ଇନିଂସରେ ପଡିଆକୁ ଆସିନଥିଲେ ।

ସନରାଇଜର୍ସ ହାଇଦ୍ରାବାଦ ଟିମର ବ୍ୟାଟିଂ ଆସିବା ପରେ ମିଚେଲ୍ ମାର୍ଶ ନବମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ । ସେ ଭଲ ଭାବେ ଚାଲି ପାରୁନଥିଲେ । ଓଭରର ଦ୍ୱିତୀୟ ବଲରେ ସେ ଆଉଟ୍ ହୋଇଯାଇଥିଲେ । ଖାତା ଖୋଲିବା ବିନା ସେ ପଡିଆରୁ ବାହାରି ଯାଇଥିଲେ । ପଡିଆରୁ ବାହାରକୁ ଯିବା ପାଇଁ ତାଙ୍କୁ ଫିଜିଓଥେରାପି ଆବଶ୍ୟକ ପଡିଥିଲା । ଆହତ ହୋଇଥିବାରୁ ସେ ରନ କରି ପାରିନଥିଲେ କିନ୍ତୁ ତା ସତ୍ତ୍ୱେ ବ୍ୟାଟିଂ ପାଇଁ ପଡିଆକୁ ଆସିଥିବାରୁ ସେ ପ୍ରଶଂସକଙ୍କ ମନ ଜିତିଛନ୍ତି । ଟ୍ୱିଟରରେ ତାଙ୍କର ଖୁବ ପ୍ରଶଂସା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.