scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଇପିଏଲ ୨୦୨୦ : ଆଜି ଚେନ୍ନାଇ- ପଞ୍ଜାବ ମୁକାବିଲା, ବ୍ୟାଟିଂକୁ ନେଇ ଚିନ୍ତାରେ ଧୋନୀ

4/10/2020 at 3:36 PM

ଦୁବାଇ, ୦୪ ।୧୦:  ଆଇପିଏଲ-୨୦୨୦ରେ ରବିବାର ମୁହାଁମୁହିଁ ହେବେ ଚେନ୍ନାଇ ସୁପର୍ କିଙ୍ଗସ୍ ଓ କିଙ୍ଗସ୍ ଏକାଦଶ ପଞ୍ଜାବ । ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ଗତ ଆଇପିଏଲରେ ଶୀର୍ଷରେ ରହୁଥିବା ଚେନ୍ନାଇ ଚଳିତ ସିଜିନରେ ୪ଟିରୁ ତିନୋଟି ମ୍ୟାଚରେ ପରାସ୍ତା ହୋଇଛି । ଏହାସହ ପଏଁଣ୍ଟ ତାଲିକାରେ ସବୁଠାରୁ ତଳେ ରହିଛି । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇର ଏହା ସବୁଠାରୁ ଖରାପ ପ୍ରଦର୍ଶନ ।

ରେକର୍ଡ ଅନୁସାରେ, ଚେନ୍ନାଇ ଓ ପଞ୍ଜାବ ଏବେସୁଦ୍ଧା ୨୧ ଥର ସାମ୍ନାସାମ୍ନି ହୋଇଛନ୍ତି । ଚେନ୍ନାଇ ୧୨ଟି ମ୍ୟାଚ୍ ଜିତିଥିବା ବେଳେ ପଞ୍ଜାବ ୮ଟି ମ୍ୟାଚ୍ ଜିତିଛି । ତେବେ ୨୦୧୦ର ଏକ ମୁକାବିଲା ଟାଇ ହୋଇ ସୁପର୍ ଓଭର ଯାଏଁ ଯାଇଥିଲା । ଏଥିରେ ପଞ୍ଜାବ ବାଜି ମାରିନେଇଥିଲା ।

ଅଭିଜ୍ଞ ଖେଳାଳି ଥିବା ସତ୍ୱେ ଚେନ୍ନାଇ ଭଲ ପ୍ରଦର୍ଶନ କରିପାରି ନାହିଁ । ଶୁକ୍ରବାର ହାଇଦ୍ରାବାଦ ବିପ୭ରେ ଚେନ୍ନାଇ ଦଳରେ ତିନୋଟି ପରିବର୍ତ୍ତନ କରିଥିଲା । ଅମ୍ବତି ରାୟଡୁ ଓ ଡାଏନ୍ ବ୍ରାଭୋଙ୍କୁ ସ୍ଥାନ ମିଳିଥିଲା । ତେବେ ଦଳର ବ୍ୟାଟିଂ ଲାଇନ୍ ଓପନିଂରୁ ହିଁ ଭୁଶୁଡି ପଡିଥିଲା ।

ପଞ୍ଜାବର ଅଧିନାୟକ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲ ଚମତ୍କାର ଫର୍ମରେ ଅଛନ୍ତି । ପଞ୍ଜାବ ୨ଥର ୨୦୦ରୁ ଅଧିକ ରନ୍ କରିଥିଲେ ମଧ୍ୟ ବୋଲରଙ୍କ ପାଇଁ ପରାଜୟର ସ୍ୱାଦ ଚାଖିଛି । ମହମ୍ମଦ ସାମିଙ୍କ ବ୍ୟତୀତ ଅନ୍ୟ କେହି ବୋଲର ପ୍ରଭାବି ପ୍ରଦର୍ଶନ କରିପାରି ନାହାଁନ୍ତି । ତେବେ ପଞ୍ଜାବ ଆଜିର ମ୍ୟାଚରେ ବୋଲିଂ ଉପରେ ବେଶୀ ଫୋକସ କରିପାରେ । ବୋଲିଂ ଶକ୍ତିଶାଳୀ ହେଲେ ପଞ୍ଜାବର ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି ।

   Related Posts