IPL 2020 auction ସାଢେ ୧୫କୋଟିରେ ପାଟ୍ କୁମିନସ୍‌ଙ୍କୁ କିଣିଲା କୋଲକାତା, ଗ୍ଲେନ ମ୍ୟାକ୍ସୱେଲ ଦାମୀ ବ୍ୟାଟସ୍‌ମ୍ୟାନ୍‌

Published By : Prameya-News7 Bureau | December 19, 2019 IST

କୋଲକାତା : ଇଣ୍ଡିଆନ ପ୍ରିମିୟ ଲିଗ୍ (ଆଇପିଏଲ୍) ସିଜିନ୍ ୧୩ଲାଗି ଗୁରୁବାର କୋଲକାତାରେ ଖେଳାଳି ନିଲାମ ଅନୁଷ୍ଠିତ ହୋଇଛି। ଏଥିରେ ଅଷ୍ଟ୍ରେଲିୟ ପେସ୍ ବୋଲର ପାଟ୍ କୁମିନ୍ସ ସର୍ବାଧିକ ୧୫.୫କୋଟି ଟଙ୍କାରେ ନିଲାମ ହୋଇଥିବା ବେଳେ ଗ୍ଲେନ୍ ମ୍ୟାକ୍ସୱେଲ ବ୍ୟାଟସ୍‌ମ୍ୟାନ ଭାବେ ୧୦କୋଟି ୭୫ ଲକ୍ଷ ଟଙ୍କାରେ ନିଲାମ ହୋଇଛନ୍ତି। କୁମିନସ୍‌ଙ୍କୁ କୋଲକାତା ନାଇଟ୍ ରାଇଡର ବୋଲି ଲଗାଇ ନେଇଥିବା ବେଳେ ମ୍ୟାକ୍ସୱେଲଙ୍କୁ କିଙ୍ଗସ୍ ଇଲେଭେନ ପଞ୍ଜାବ ନିଲାମ ନେଇଛନ୍ତି।

{"id":199811,"sizeSlug":"large"}

ନିଲାମରେ ତୃତୀୟ ମହଙ୍ଗା ଖେଳାଳି ଭାବେ ସାଉଥ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ୍ ମରିସଙ୍କୁ ରୟାଲ ଚାଲେଞ୍ଜର ବାଙ୍ଗାଲୁରୁ ୧୦କୋଟି ଟଙ୍କାରେ ନିଲାମ ନେଇଛି। ଚେନ୍ନାଇ ସୁପରକିଙ୍ଗ୍ ଅଲରାଉଣ୍ଡର ସେମ୍ କର୍ରନଙ୍କୁ ୫.୫୦କୋଟି ଟଙ୍କାରେ କ୍ରୟ କରିଛି। କ୍ରିସ୍ ଲିନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୨କୋଟିରେ କ୍ରୟ କରିଥିବା ବେଳେ ଇଂଲଣ୍ଡକୁ ଗତ ୱାର୍ଲ୍ଡ କପ୍ ଜିତାଇଥିବା କ୍ୟାପ୍ଟେନ୍ ଓୟେନ୍ ମୋର୍ଗାନଙ୍କୁ କୋଲକାତା ୫.୨୫କୋଟି ଟଙ୍କାରେ କ୍ରୟ କରିଛି।

{"id":199812,"sizeSlug":"large"}

ଚଳିତବର୍ଷ ହେଉଥିବା ନିଲାମୀରେ ସାରା ବିଶ୍ୱରୁ ୩୩୮ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଯେଉଁମାନଙ୍କ ମଧ୍ୟରେ କେବଳ ଭାରତର ୧୯୦ ଜଣ ଅଛନ୍ତି। ନିଲାମରେ ସବୁଠୁ ଯୁବ କ୍ରିକେଟର ଭାବେ ଆଫଗାନିସ୍ତାନର ନୁର ଅହମ୍ମଦ ଅଛନ୍ତି। ତାଙ୍କ ବୟସ ମାତ୍ର ୧୪ ବର୍ଷ ୧୧ମାସ। ସେହିପରି ଅକ୍ସନ ପର୍ସରେ ଅନିଲ କୁମ୍ବ୍ଲେଙ୍କ କିଙ୍ଗସ ଇଲେଭେନ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ଚଳିତ ବର୍ଷର ସବୁଠୁ ପଇସାବାଲା ଟିମ୍ ଜଣାପଡୁଛନ୍ତି। ତେବେ ଗତବର୍ଷର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ପୂର୍ବ ୩ ବର୍ଷର ଲଗାତାକ ଚାମ୍ପିୟନ ଟିମ୍ ଥିବା ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ସିଜିନରେ ନିଲାମୀ ଲାଗି ଏତେ ବ୍ୟୟ ନିମନ୍ତେ ରାଜି ହେଉନାହାନ୍ତି। ଆଇପିଏଲ ତ୍ରୟୋଦଶତମ ସିଜିନ ଲାଗି ୯୯୭ ଜଣ ଖେଳାଳି ରେଜିଷ୍ଟ୍ରେସନ କରିଥିଲେ। ୮ଟି ଟିମର ମନୋନୀତ ଖେଳାଳିଙ୍କୁ ସୂଚୀରୁ ବାଦ ଦେଲେ ବାକି ଖେଳାଳିଙ୍କ ସଂଖ୍ୟା ୩୩୨ ହୋଇଯାଇଛି।

{"id":199813,"width":581,"height":436,"sizeSlug":"large"}

ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇପିଏଲ ନିଲାମୀ ଡଲାରରେ ହେଉଥିଲା। ତେବେ ପରେ ଭାରତୀୟ ଟଙ୍କାରେ ଏବେ ନିଲାମ ହେଉଛି। ତେବେ ଚଳିତ ଆଇପିଏଲ ସିଜିନ ଖେଳାଳିଙ୍କ ଲାଗି ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଚଳିତବର୍ଷ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବ। ଏଣୁ ଆଇପିଏଲ ରାସ୍ତାରେ ଅନେକ ଖେଳାଳିଙ୍କ ଲାଗି ଏହି ଆଇପିଏଲ ଜୀତୟ ଦଳ ଲାଗି ମନୋନୟନର ରାସ୍ତା ବି ଖୋଲିପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.