IPL ୨୦୨୪ ପାଇଁ ଘୋଷଣା ହେଲା ୧୭ ଦିନର ଖେଳ ସୂଚୀ, CSK ଏବଂ RCB ମଧ୍ୟରେ ପ୍ରଥମ ମୁକାବିଲା

Published By : Prameya-News7 Bureau | February 22, 2024 IST

ନୂଆଦିଲ୍ଲୀ: ଦୁନିଆରେ ଦାମୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲର ୧୭ତମ ସଂସ୍କରଣ ପାଇଁ ବିସିସିଆଇ ଖେଳ ସୂଚୀ ଜାରି କରିଛି । ଆଇପିଏଲ ୨୦୨୪ର ପ୍ରଥମ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଉଲ୍ଲେଖଯୋଗ୍ୟ ଯେ ଟୁର୍ଣ୍ଣାମେଣ୍ଟର ପ୍ରଥମ ୧୭ ଦିନ ପାଇଁ ଖେଳ ସୂଚୀ ଘୋଷଣା କରାଯାଇଛି । ମାର୍ଚ୍ଚରୁ ମେ ମାସ ଯାଏ ଲୋକସଭା ନିର୍ବାଚନ ହେବ, ଏଥିପାଇଁ ବିସିସିଆଇ ପୂରା ସୂଚୀ ଜାରି କରି ନାହିଁ । ବିସିସିଆଇ ମୋଟ ୨୧ ମ୍ୟାଚ୍ ପାଇଁ ସିଡ୍ୟୁଲ୍ ଘୋଷଣା କରିଛି । ପ୍ରଥମ ମୁକାବିଲା ମାର୍ଚ୍ଚ ୨୨ ସଂଧ୍ୟା ୮ଟାରେ ଖେଳାଯିବ । ଏହାପରେ ଦିନର ମ୍ୟାଚ୍ ଅପରାହ୍ଣ ୩.୩୦ ମିନିଟ୍ ଏବଂ ସଂଧ୍ୟା ମୁକାବିଲା ୭.୩୦ରୁ ଆରମ୍ଭ ହେବ । ଏହି ଅବଧିରେ ଦର୍ଶକମାନେ ମୋଟ ଚାରୋଟି ଡବଲ୍ ହେଡର ମ୍ୟାଚ୍ ଦେଖିବାକୁ ପାଇବେ ।

ଆଇପିଏଲ ୨୦୨୪ର ପ୍ରଥମ ଡବଲ୍ ହେଡର ମ୍ୟାଚ୍ ମାର୍ଚ୍ଚ ୨୩ରେ ଖେଲାଯିବ । ଏହି ଦିନ ପ୍ରଥମ ମୁକାବିଲା ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ । ସେହିପରି ଦ୍ୱିତୀୟ ମୁକାବିଲା କୋତକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ।

ମାର୍ଚ୍ଚ ୨୩ - ସଂଧ୍ୟା ୮:୦୦-ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର

ମାର୍ଚ୍ଚ ୨୩ - ଅପରାହ୍ଣ ୩:୩୦ -ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ (ମୋହାଲି)

ମାର୍ଚ୍ଚ ୨୩ - ସଂଧ୍ୟା ୭:୩୦-କୋତକାତା ନାଇଟ୍ ରାଇଡର୍ସ vs ସନରାଇଜର୍ସ ହାଇଦ୍ରାବାଦ (କୋଲକାତା)

ମାର୍ଚ୍ଚ ୨୪ - ଅପରାହ୍ଣ ୩:୩୦-ରାଜସ୍ଥାନ ରୟାଲ ବନାମ ଲକ୍ଷ୍ନୌ ସୁପର ଜାଇଣ୍ଟ୍ସ (ଜୟପୁର)

ମାର୍ଚ୍ଚ ୨୪ -ସଂଧ୍ୟା ୭:୩୦-ଗୁଜରାଟ ଟାଇଟନ୍ସ ବନାମ ମୁମ୍ୱାଇ ଇଣ୍ଡିଆନ୍ସ (ଅହମ୍ମଦାବାଦ)

ମାର୍ଚ୍ଚ ୨୫- ସଂଧ୍ୟା ୭:୩୦-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ବନାମ ପଞ୍ଜାବ କିଙ୍ଗ୍ସ (ବେଙ୍ଗାଲୁରୁ)

ମାର୍ଚ୍ଚ ୨୬ - ସଂଧ୍ୟା ୭:୩୦-ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଗୁଜରାଟ ଟାଇଟନ୍ସ (ଚେନ୍ନାଇ)

ମାର୍ଚ୍ଚ ୨୭- ସଂଧ୍ୟା ୭:୩୦-ସନରାଇଜର୍ସ ହାଇଦ୍ରାବାଦ ବନାମ ମୁମ୍ୱାଇ ଇଣ୍ଡିଆନ୍ସ (ହାଇଦ୍ରାବାଦ)

ମାର୍ଚ୍ଚ ୨୮ - ସଂଧ୍ୟା ୭:୩୦-ରାଜସ୍ଥାନ ରୟାଲ ବନାମ ଦିଲ୍ଲୀ କ୍ୟାପିଟାଲ୍ସ (ଜୟପୁର)

ମାର୍ଚ୍ଚ ୨୯ -ସଂଧ୍ୟା ୭:୩୦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର vs କୋତକାତା ନାଇଟ୍ ରାଇଡର୍ସ, (ବେଙ୍ଗାଲୁରୁ)

ମାର୍ଚ୍ଚ ୩୦ -ସଂଧ୍ୟା ୭:୩୦-ଲକ୍ଷ୍ନୌ ସୁପର ଜାଇଣ୍ଟ୍ସ ବନାମ ପଞ୍ଜାବ କିଙ୍ଗ୍ସ (ଲକ୍ଷ୍ନୌ)

ମାର୍ଚ୍ଚ ୩୧ - ୩:୩୦ ଗୁଜରାଟ ଟାଇଟନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ, (ଅହମ୍ମଦାବାଦ)

ମାର୍ଚ୍ଚ ୩୧ - ସଂଧ୍ୟା ୭:୩୦-ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ (ବିଶାଖାପାଟନମ୍)

ଏପ୍ରିଲ ୧ - ସଂଧ୍ୟା ୭:୩୦-ମୁମ୍ୱାଇ ଇଣ୍ଡିଆନ୍ସ vs ରାଜସ୍ଥାନ ରୟାଲ (ମୁମ୍ବାଇ)

ଏପ୍ରିଲ ୨ - ସଂଧ୍ୟା ୭:୩୦-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର vs ଲକ୍ଷ୍ନୌ ସୁପର ଜାଇଣ୍ଟ୍ସ (ବେଙ୍ଗାଲୁରୁ)

ଏପ୍ରିଲ୍ ୩ - ସଂଧ୍ୟା ୭:୩୦-ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋତକାତା ନାଇଟ୍ ରାଇଡର୍ସ (ବିଶାଖାପାଟନମ୍)

ଏପ୍ରିଲ ୪ - ସଂଧ୍ୟା ୭:୩୦-ଗୁଜରାଟ ଟାଇଟନ୍ସ ବନାମ ପଞ୍ଜାବ କିଙ୍ଗ୍ସ (ଅହମ୍ମଦାବାଦ)

ଏପ୍ରିଲ୍ ୫ - ସଂଧ୍ୟା ୭:୩୦-ସନରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗ୍ସ (ହାଇଦ୍ରାବାଦ)

ଏପ୍ରିଲ ୬ - ସଂଧ୍ୟା ୭:୩୦-ରାଜସ୍ଥାନ ରୟାଲ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଜୟପୁର)

ଏପ୍ରିଲ ୭ - ୩:୩୦ -ମୁମ୍ୱାଇ ଇଣ୍ଡିଆନ୍ସ vs ଦିଲ୍ଲୀ କ୍ୟାପିଟାଲ୍ସ (ମୁମ୍ବାଇ)

ଏପ୍ରିଲ ୭ - ସଂଧ୍ୟା ୭:୩୦-ଲକ୍ଷ୍ନୌ ସୁପର ଜାଇଣ୍ଟ୍ସ vs ଗୁଜରାଟ ଟାଇଟନ୍ସ (ଲକ୍ଷ୍ନୌ)

Also Read: ବାରବାଟୀ ଷ୍ଟାଡିୟମରେ ଖେଳାଯିବ IPL ମ୍ୟାଚ୍, ଦିଲ୍ଲୀ କ୍ୟାପିଟାଲ୍ସ କରିଛି ଇଚ୍ଛା ପ୍ରକାଶ !

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.