ଆଜି ଆଇପିଏଲ ପ୍ରଥମ କ୍ୱାଲିଫାୟର ଖେଳାଯିବ
22/05/2018 at 10:38 AM

ଆଜି ଆଇପିଏଲ ପ୍ରଥମ କ୍ୱାଲିଫାୟର ଖେଳାଯିବ। ପଏଣ୍ଟ ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିବା ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ । ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ସଂଧ୍ୟା ସାଢେ ୭ଟାରେ ଖେଳାଯିବ ମ୍ୟାଚ । ଏଥିରେ ହାଇଦ୍ରାବାଦର ବୋଲିଂ ବନାମ ଚେନ୍ନାଇର ବ୍ୟାଟିଂ ଦେଖିବାକୁ ମିଳିବ । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲକୁ ଉନ୍ନୀତ ହେଉଥିବାବେଳେ ପରାଜିତ ଦଳ ପାଇଁ ଆଉ ଏକ ସୁଯୋଗ ମିଳିବ । ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲସ ବୁଧବାର କୋଲକାତାରେ ଏଲିମିନେଟର ଖେଳିବେ । ଏଲିମିନେଟରର ବିଜେତା ଓ କ୍ବାଲିଫାୟର-୧ର ପରାଜିତ ଦଳ ମଧ୍ୟରେ କ୍ୱାଲିଫାୟର-୨ ମ୍ୟାଚ ଖେଳାଯିବ । କ୍ୱାଲିଫାୟର-୨ର ବିଜେତା ଆସନ୍ତା ୨୭ରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ପ୍ରଥମ କ୍ୱାଲିଫାୟର ମ୍ୟାଚର ବିଜେତା ଦଳକୁ ଭେଟିବ ।