ଯୁବତୀଙ୍କ iPhone ପ୍ରେମ : ୩ଶହ ଟଙ୍କାର କେକ୍ ଦେଇ ନେଇଗଲେ ୯୦ହଜାରର ମୋବାଇଲ୍

Published By : Prameya-News7 Bureau | May 22, 2023 IST

ବାରଙ୍ଗ ୨୨।୫: ଯୁବତୀଙ୍କ iPhone ପ୍ରେମ । ସାଙ୍ଗଠାରୁ ବଡ଼ ହେଇଗଲା iPhone । ଲୋଭରେ ପଡ଼ି ସାଙ୍ଗଠାରୁ ଚୋରାଇନେଲେ iPhone । ତିନି ଶହ ଟଙ୍କାର କେକ୍ ଦେଇ ନେଇଗଲେ ଲକ୍ଷାଧିକ ଟଙ୍କାର ମୋବାଇଲ୍ । ଯୁବତୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ନେଇ ପହଞ୍ଚିଲେ ସାଙ୍ଗ ।

ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଅଭିଜିତ ସାମନ୍ତରାୟ ନାମକ ଜଣେ ଯୁବକ ତାଙ୍କର କିଛି ବନ୍ଧୁଙ୍କ ସହ ଏମ୍ବସୀ କ୍ଲବକୁ ଜନ୍ମଦିନ ପାଳନ କରିବାକୁ ଆସିଥିଲେ । ସେଠାରେ ଅଭିଜିଙ୍କ ରକ୍ତଚାପ ବଢ଼ିବାରୁ ସେ ଅଚେତ୍ ହୋଇ ତଳେ ପଡି ଯାଇଥିଲେ । ଏହାର ସୁଯୋଗ ନେଇ ତାଙ୍କ ସହ ଆସିଥିବା ଅନନ୍ୟା ଦାସ ଅଭିଜିତଙ୍କ ପକେଟ ଭିତରୁ iPhone 13 ମୋବାଇଲ୍ ଚୋରି କରି ନେଇଥିବା ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗର ତିନି ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ପୋଲିସ କୌଣସି ପଦକ୍ଷେପ ନେଇ ନଥିବା ବେଳେ ମୋବାଇଲ୍ ଚୋରି କରି ନେଇଥିବା ଅନନ୍ୟା ଓଲଟି ଧମକ ଦେଉଥିବା କଥା ଜଣାପଡ଼ିଛି । ତେବେ ସାଙ୍ଗର ଜନ୍ମ ଦିନ ପାଳିବା ପାଇଁ ଆସିଥିବା ଯୁବତୀ ସାଙ୍ଗର ଜନ୍ମଦିନ ଛାଡ଼ି iPhone ଲୋଭରେ ପଡ଼ି ଚୋରି କରିନେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.