suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏହି ତାରିଖରେ ଲଞ୍ଚ୍ ହେବ ଆଇଫୋନ-୧୨, ରହିଛି ଆକର୍ଷଣୀୟ ଫିଚର୍

24/09/2020 at 4:45 PM

ନୂଆଦିଲ୍ଲୀ, ୨୪ ।୦୯: ଅଧିକାଂଶ ବ୍ୟକ୍ତି ଆଇଫୋନ୍ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି । ଆପଲ୍ ମଧ୍ୟ ନୂଆ ନୂଆ ଆଇଫୋନ୍ ମାର୍କେଟରେ ଲଞ୍ଚ୍ କରିଥାଏ । ଅନେକ ଏହି ଫୋନକୁ ନକିଣିଲେ ମଧ୍ୟ ଏହାର ଫିଚର୍ ବିଷୟରେ ଅବଗତ ରହିଥାନ୍ତି । ଆଜିକାଲି ଆଇଫୋନ୍-୧୨ର ତାରିଖକୁ ନେଇ ଅନେକ ରିପୋର୍ଟସ ସାମ୍ନାକୁ ଆସିଥାଏ । ତେବେ ଏହି ଫୋନ୍ ଅକ୍ଟୋବର ୧୩ରେ ଲଞ୍ଚ୍ ହେବ ବୋଲି କୁହାଯାଉଛି ।

ମ୍ୟାକ୍ ରୁମର୍ସ ଅନୁସାରେ, ଲଞ୍ଚିଂ ତାରିଖ ପରେ ଆଇଫୋନ୍-୧୨ର ପ୍ରି ଅର୍ଡର୍ସ ଆରମ୍ଭ ହେବ । ଏହା ଅକ୍ଟୋବର ୨୩ରୁ ମାର୍କେଟରେ ଉପଲବ୍ଧ ହେବ । ଆସନ୍ତୁ ଜାଣିବା ଏହାର ଦାମ୍ ଓ ଫିଚର୍ସ ବାବଦରେ ।

ରିପୋର୍ଟ ଅନୁସାରେ, ଆଇଫୋନ୍-୧୨ର ଦାମ୍ ଆଇଫୋନ୍-୧ଠୁ ଅଧିକ ରହିବ । ଏଥିରେ ୫ଜି ସପୋର୍ଟ ରହିବ । ସେହିପରି ଏହାର ଦାମ୍ ୬୯୯ରୁ ୭୪୯ ଡଲାର ମଧ୍ୟରେ ରହିବ । ଏଥିରେ ୬୪ ଜିବି ଷ୍ଟୋରେଜ୍, ୧୨ ଏମପିର ତ୍ରିପଲ୍ କ୍ୟାମେରା, ୬.୧ ଇଞ୍ଚ୍ ଡିସପ୍ଲେ ରହିଛି । ଏହାର ରାମ୍ ମଧ୍ୟ ୬ ଜିବି ।

ତେବେ ଆପଲ ଆଇଫୋନ୍ ୧୨ ସହ ଆଇଫୋନ୍-୧୨ ପ୍ରୋ ମଧ୍ୟ ଲଞ୍ଚ୍ କରିବ । ଏହାସହ ଆଇଫୋନ-୧୨ ପ୍ରୋ ମ୍ୟାକ୍ସ ଓ ଆଇଫୋନ-୧୨ ମିନି ମଧ୍ୟ ବଜାରରେ ଉପଲବ୍ଧ ହେବ ।

   Related Posts