scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୭ ହାଇଡ୍ରୋଜେନ୍ ୟୁନିଟ୍ ବିକ୍ରି କରିବ ଆଇଓସିଏଲ

15/08/2022 at 1:02 PM

ନୂଆଦିଲ୍ଲୀ,୧୫/୮ :  ଭାରତର ସର୍ବବୃହତ ତୈଳ କମ୍ପାନୀ ଆଇଓସିଏଲ ତାର ୭ଟି ହାଇଡ୍ରୋଜେନ୍ ଜେନେରେସନ୍ ୟୁନିଟ୍ ଓ ରିଫାଇନାରୀ ବିକ୍ରି କରିବ । ଏନେଇ ଆଇଓସିଏଲ ସହ ଦୁଇ ଜଣ ଅଧିକାରୀ ସୂଚନା ଦେଇଛନ୍ତି । ଏହି ବିକ୍ରି ଭାରତ ସରକାରଙ୍କ ଆସେଟ୍ ମନିଟାଇଜେସନ୍ ବା ମୁଦ୍ରାକରଣ ଯୋଜନାରେ ଅନ୍ତର୍ଭୁକ୍ତ ବୋଲି ସେମାନେ କହିଛନ୍ତି ।

ଆଇଓସିଏଲ ଚଳିତ ବର୍ଷ ଦୁଇଟି ହାଇଡ୍ରୋଜେନ୍ ଜେନେରେସନ୍ ୟୁନିଟ୍ ବିକ୍ରି କରିବା ନେଇ ଯୋଜନା କରିଛି । ସଂସ୍ଥା ପ୍ଲାଣ୍ଟର ୧୦୦ ପ୍ରତିଶତ ଷ୍ଟେକ୍ ବିକ୍ରି କରିବ । ଏହି ୟୁନିଟରେ ବର୍ଷକୁ ୭୦ ହଜାର ଟନ୍ ହାଇଡ୍ରୋଜେନ୍ ବା ଉଦଜାନ ସୃଷ୍ଟି କରାଯାଏ । ଏହା ଗୁଜୁରାଟ ରିଫାଇନାରୀରେ ରହିଛି ।

ସୂତ୍ରାନୁସାରେ, ଆଇଓସିଏଲ ଆସନ୍ତା ବର୍ଷ ଆହୁରି ୫ଟି ହାଇଡ୍ରୋଜେନ୍ ୟୁନିଟ୍ ବିକ୍ରି କରିବା ଲକ୍ଷ୍ୟରେ ଅଛି । କମ୍ପାନୀ ୟୁନିଟକୁ ବିକ୍ରି କରି ଏହାର କ୍ଷମତା ବୃଦ୍ଧି କରିବାକୁ ଚାହୁଁଛି । ଏଥିପାଇଁ ଏହାକୁ ବିକ୍ରି କରାଯିବ ବୋଲି ଜଣାପଡିଛି । ତେବେ ଆଇଓସିଏଲ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ।

   Related Posts